ଯଦୁନାଥ ଦାସ ମହାପାତ୍ର

ଓଡ଼ିଆ ରାଜନୀତିଜ୍ଞ

ଯଦୁନାଥ ଦାସ ମହାପାତ୍ର(୦୧ ମାର୍ଚ୍ଚ ୧୯୨୯-୨୧ ଅଗଷ୍ଟ ୨୦୧୮) ଜଣେ ଓଡ଼ିଆ ସାହିତ୍ୟିକ[୧] ଓ ରାଜନେତା ଥିଲେ ।[୨] ସୋରରୁ ସେ ୩ଥର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଓ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସାହିତ୍ୟରେ ଅବଦାନ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଅନେକ ପୁରସ୍କାରପ୍ରାପ୍ତ ହୋଇଥିଲା ।[୩]

ଯଦୁନାଥ ଦାସ ମହାପାତ୍ର
ଜନ୍ମ(1929-03-01)୧ ମାର୍ଚ୍ଚ ୧୯୨୯
ମୃତ୍ୟୁ୨୧ ଅଗଷ୍ଟ ୨୦୧୮(2018-08-21) (ବୟସ ୮୯)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଓକିଲାତି, ରାଜନୀତି
ବୈବାହିକ-ସାଥୀଲକ୍ଷ୍ମୀପ୍ରିୟା ଦାସ
ପିତାମାତାରାଜନାରାୟଣ ଦାସ ମହାପାତ୍ର

ବାଲ୍ୟଜୀବନ ସମ୍ପାଦନା

ଯଦୁନାଥ , ୧୯୨୯ମସିହାରେ ବାଲେଶ୍ୱର ଜିଲ୍ଲାର କୋଡେଇଠାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ରାଜନାରାୟଣ ଦାସ ମହାପାତ୍ର ।

ରାଜନୈତିକ ଜୀବନ ସମ୍ପାଦନା

ଛାତ୍ରଜୀବନରୁ ଯଦୁନାଥ ରାଜନୀତିରେ ସକ୍ରିୟ ଥିଲେ । କଲିକତାରେ ପଢୁଥିବା ସମୟରେ ସେ "କଲିକତା ଉତ୍କଳ ଛାତ୍ରସଂଘ"ର ଅଧ୍ୟକ୍ଷ ଥିଲେ । ୧୯୬୨ମସିହାରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ୧୯୬୪-୬୭ ପର୍ଯ୍ୟନ୍ତ ସେ ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ଓ ୧୯୬୭ରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪ ଓ ୧୯୮୫ ନିର୍ବାଚନରେ ସେ ସୋର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାଥୀଭାବରେ ବିଭାନସଭାକୁ ନିର୍ବାଚିତ ହୋଇଥିଲେ ।[୪] ବିଭିନ୍ନ ସମୟରେ ସେ ଓଡ଼ିଶାର ଅର୍ଥ, ସଂସ୍କୃତି, ପର୍ଯ୍ୟଟନ, ଶିକ୍ଷା ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ ।[୫]

ସାହିତ୍ୟ ସର୍ଜନା ସମ୍ପାଦନା

ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଯଦୁନାଥ ଲେଖନୀ ଚାଳନା କରିଥିଲେ । ତାଙ୍କର ୬୦ରୁ ଅଧିକ ବହି ଛପାଯାଇଛି । ସେଥିମଧ୍ୟରେ ୧୨ଟି ନାଟକ, ୭ଟି ଗଳ୍ପ ସଂକଳନ, ୧୦ଟି କବିତା, ୮ଟି ଶିଶୁ ସାହିତ୍ୟ, ୧୫ଟି ଉପନ୍ୟାସ, ୬ଟି ଏକାଙ୍କିକା, ୨ଟି ପ୍ରବନ୍ଧ ଓ ୨ଟି ଅନୁବାଦ ଅନ୍ତର୍ଭୁକ୍ତ । ତାଙ୍କ ନାଟକ "ଭୁଲି ହୁଏନା"କୁ ନେଇ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି ।[୬]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୭୬(ଅଥବା ଅନ୍ଧାର ପାଇଁ)[୯]
  • ଝଙ୍କାର କବିତା ପୁରସ୍କାର - ୧୯୭୪
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୨୦୦୨ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଭୁବନେଶ୍ୱର ପୁସ୍ତକମେଳା ସମ୍ମାନ - ୨୦୦୪
  • କୋଣାର୍କ ଜାତୀୟ ନାଟ୍ୟ ସମ୍ମାନ - ୨୦୦୬

ମୃତ୍ୟୁ ସମ୍ପାଦନା

୨୦୧୮ ଅଗଷ୍ଟ ୨୧ତାରିଖରେ ଯଦୁନାଥ, ମୃତ୍ୟୁବରଣ କରିଥିଲେ ।[୧୦]

ଆଧାର ସମ୍ପାଦନା

  1. Wings of the Past: Poems. Rajasree Prakasani. 1976.
  2. Socialist India. Indian National Congress. All India Congress Committee. 1973. pp. 192–.
  3. "ପୂର୍ବତ୍ତନ ଶିକ୍ଷାମନ୍ତ୍ରୀ ଯଦୁନାଥ ଦାସ ମହାପାତ୍ରଙ୍କ ପରଲୋକ". Retrieved 3 October 2018.
  4. "Former Odisha minister Jadunath Das Mohapatra dead". Retrieved 3 October 2018.
  5. "Jadunath Das Mohapatra". naveenpatnaik.com. Archived from the original on 8 May 2019. Retrieved 3 October 2018. {{cite web}}: Text "MLA Profile" ignored (help)
  6. "Ex-minister, noted writer Jadunath Das Mohapatra passes away". Retrieved 3 October 2018.
  7. Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 305–. ISBN 978-81-260-1803-1.
  8. "ଯଦୁନାଥ ଦାସ ମହାପାତ୍ରଙ୍କ ପରଲୋକ". Retrieved 3 October 2018.
  9. http://odishasahityaakademi.org/sahitya-award2.php
  10. "Former Odisha Minister Jadunath Das Mohapatra passes away". Retrieved 3 October 2018.