ସନ୍ଧ୍ୟା ମୁଖାର୍ଜୀ

ଭାରତୀୟ କଣ୍ଠଶିଳ୍ପୀ

ସନ୍ଧ୍ୟା ମୁଖାର୍ଜୀ (୪ ଅପ୍ରେଲ ୧୯୩୧ - ୧୫ ଫେବୃଆରୀ ୨୦୨୨) ଜଣେ ଭାରତୀୟ କଣ୍ଠଶିଳ୍ପୀ ଓ ପ୍ରଚ୍ଚଦପଟ୍ଟ ଗାୟିକା ଥିଲେ ।[୧] ସେ ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା ଆଦି ଭାଷାର ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୨] ୧୯୭୦ ମସିହାରେ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଅନ୍ତର୍ଗତ ଶ୍ରେଷ୍ଠ ପ୍ରଚ୍ଚଦପଟ୍ଟ ଗାୟିକା ପୁରସ୍କାର ଲାଭ କରିଥିଲେ ।[୩] ୨୦୧୧ ମସିହାରେ ସେ ପଶ୍ଚିମବଙ୍ଗର ଶ୍ରେଷ୍ଠ ପୁରସ୍କାର ବଙ୍ଗ ବିଭୂଷଣରେ ସମ୍ମାନୀତ ହୋଇଥିଲେ ।[୪] ୨୦୨୨ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା[୫] କିନ୍ତୁ ସେ ଏହି ପୁରସ୍କାରକୁ ଅଗ୍ରାହ୍ୟ କରିଦେଇଥିଲେ ।[୬]

ସନ୍ଧ୍ୟା ମୁଖାର୍ଜୀ
ନୂପୁରଛନ୍ଦା ଘୋଷଙ୍କ ସହ ସନ୍ଧ୍ୟା ମୁଖାର୍ଜୀ ୨୦୧୪ ସେପ୍ଟେମ୍ବର ମାସରେ
ଜନ୍ମ(1931-10-04)୪ ଅକ୍ଟୋବର ୧୯୩୧
ମୃତ୍ୟୁ୧୫ ଫେବୃଆରୀ ୨୦୨୨(2022-02-15) (ବୟସ ୯୦)
ବୃତ୍ତିପ୍ରଚ୍ଛଦପଟ ଗାୟିକା
ବୈବାହିକ-ସାଥୀଶ୍ୟାମଳ ଗୁପ୍ତା
ସନ୍ତାନସୌମୀ ସେନଗୁପ୍ତା
ପିତାମାତା(s)ନରେନ୍ଦ୍ରନାଥ ମୁଖାର୍ଜୀ, ହେମପ୍ରଭା ଦେବୀ

ସଙ୍ଗୀତ ସାଧନା ସମ୍ପାଦନା

ସନ୍ଧ୍ୟା ନିଜର ପ୍ରାରମ୍ଭିକ ସଙ୍ଗୀତ ଶିକ୍ଷା ପଣ୍ଡିତ ଶଙ୍କର କୁମାର ବସୁ, ପ୍ରଫେସର ଏଟି କାନନ ଓ ଗୁରୁ ଚିନ୍ମୟ ଲାହିରୀଙ୍କଠାରୁ ଲାଭ କରିଥିଲେ । ପରେ ଉସ୍ତାଦ ବଡ଼େ ଗୁଲାମ ଅଲ୍ଲୀ ଖାନ ଓ ତାଙ୍କ ପୁତ୍ର ମୁନୱର ଅଲ୍ଲୀ ଖାନଙ୍କ ଅଧିନରେ ସେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାଲାଭ କରିଥିଲେ ।[୭]

ବମ୍ବେଠାରେ ସନ୍ଧ୍ୟା ନିଜ ପ୍ରଚ୍ଚଦପଟ୍ଟ ଗାୟନ ଆରମ୍ଭ କରିଥିଲେ । ୧୯୫୦ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ତରାନା ଥିଲା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ପ୍ରାୟ ୧୭ଟି ହିନ୍ଦୀ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିଲେ । ୧୯୫୨ ମସିହାରେ ସେ ବମ୍ବେରୁ କଲିକତା ଚାଲିଆସିଥିଲେ । ହେମନ୍ତ କୁମାରଙ୍କ ସହ ସନ୍ଧ୍ୟା ଅନେକ ଗୀତ ଗାଇଥିଲା ।

ସନ୍ଧ୍ୟା ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନିଜର କଣ୍ଠଦାନ କରିଥିଲେ । ସେଥିମଧ୍ୟରୁ ଲକ୍ଷ୍ମୀ, ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା, କା, ସ୍ତ୍ରୀକିଏ କାହାର ଆଦି ଚଳଚ୍ଚିତ୍ର ଅନ୍ୟତମ ।

ସେ ଗାଇଥିବା କିଛି ଲୋକପ୍ରିୟ ଗୀତ :

  • ଫୁଲ ରସିଆରେ ମନ ମୋର ଛୁଇଁ ଛୁଇଁ ଯା ଯା
  • ମୋ ଆଖିର କେତେ କଥା
  • ଲିଭି ଲିଭି ଯାଏ ଆଖି ଲୁହ
  • ଆଉ ଚାନ୍ଦ ଲାଗି କୁମୁଦ ଝରାନା
  • ଉଦାସୀ ଆଖି ଚାହିଁ ରହେ
  • ବକୁଳ ବନେ କୁହୁକୁ ତାନେ
  • ଆଜି କାର୍ତ୍ତିକ ପୁନେଇ

ବ୍ୟକ୍ତିଗତ ଜୀବନ ସମ୍ପାଦନା

ସନ୍ଧ୍ୟା ୧୯୩୧ ମସିହା ଅପ୍ରେଲ ୪ ତାରିଖରେ କଲିକତା ସହରର ଢାକୁରିଆଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ନରେନ୍ଦ୍ରନାଥ ମୁଖାର୍ଜୀ ଓ ମାତାଙ୍କ ନାମ ହେମପ୍ରଭା ଦେବୀ ଥିଲା । ତାଙ୍କ ପିତା ଭାରତୀୟ ରେଳରେ ଜଣେ କର୍ମଚାରୀ ଥିଲେ । ତାଙ୍କ ଜେଜେବାପା ଜଣେ ପୁଲିସ କର୍ମଚାରୀ ଥିଲେ ଓ ତାଙ୍କ ପରିବାର ୧୯୧୧ ମସିହାରୁ ଢାକୁରିଆଠାରେ ରହି ଆସୁଥିଲେ ।[୮] ୧୯୬୬ ମସିହାରେ ସେ କବି ଶ୍ୟାମଳ ଗୁପ୍ତାଙ୍କୁ ବିବାହ କରିଥିଲେ । ଶ୍ୟାମଳଙ୍କ ଅନେକ ଗୀତକୁ ସେ ନିଜେ ଗାଇଥିଲେ ।

୨୦୨୨ ମସିହାରେ ସନ୍ଧ୍ୟାଙ୍କୁ ସଙ୍ଗୀତ କ୍ଷେତ୍ରରେ ଅବଦାନ ନିମନତେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୯] କିନ୍ତୁ ସନ୍ଧ୍ୟା ଅନେକ ବର୍ଷର ଉପେକ୍ଷା ଓ ନିଜର ଅସମ୍ମାନ ମନେକରି ଏହି ପୁରସ୍କାରକୁ ଅଗ୍ରାହ୍ୟ କରିଦେଇଥିଲେ ।[୧୦]

୨୦୨୨ ମସିହା ଜାନୁଆରୀ ୨୭ତାରିଖରେ ଅସୁସ୍ଥତା ହେତୁ ତାଙ୍କୁ କଲିକତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥବସ୍ଥା କ୍ରମେ ଅଧିକରୁ ଅଧିକ ଖରାପ ହୋଇଥିଲା ଓ ୨୦୨୨ ମାର୍ଚ୍ଚ ମାସ ୧୫ ତାରିଖରେ ହୃଦ୍‌ଘାତ ଯୋଗୁ ତାଙ୍କର ପରଲୋକ ଘଟିଥିଲା ।[୧୧]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ପଦ୍ମଶ୍ରୀ - ୨୦୨୨ (ଅଗ୍ରାହ୍ୟ କରିଥିଲେ)
  • ବଙ୍ଗ ବିଭୂଷଣ - ୨୦୧୧
  • ଭାରତ ନିର୍ମାଣ ସମ୍ମାନ - ୧୯୯୯ (ଜୀବନବ୍ୟାପୀ ଅବଦାନ ନିମନ୍ତେ)
  • ଜାତୀୟ ଚଳଚ୍ଚିତ୍ର ସମ୍ମାନ - ୧୯୭୦

ଆଧାର ସମ୍ପାଦନା

  1. Socialist India, Volume 14. Indian National Congress. All India Congress Committee. 1976. Retrieved 1 February 2022.
  2. AKASHVANI: Vol. LV. No. 7. ନୂଆ ଦିଲ୍ଲୀ: All India Radio. 1 april 1984. pp. ୫୨. Retrieved 1 February 2022. {{cite book}}: Check date values in: |date= (help)
  3. "18th National Film Awards" (PDF). Directorate of Film Festivals. Retrieved 26 September 2011.
  4. State honours nine with Banga-Vibhushan. The Times of India.
  5. Express, The Financial. "Sandhya Mukherjee hospitalised with Covid". The Financial Express (in ଇଂରାଜୀ). Retrieved 2022-01-28.
  6. "Meet Sandhya Mukherjee, the 90-year-old Bengali music legend who turned down Padma Shri". The Indian Express (in ଇଂରାଜୀ). 2022-01-27. Retrieved 2022-01-28.
  7. Sharma, Manorma (2006). Tradition of Hindustani Music. APH Publishing House. pp. 119–120. ISBN 9788176489997. Retrieved 12 October 2017.
  8. Saleheen, Mesbah-us- (6 February 2015). "A singer with a transparent voice". The daily oberver. Archived from the original on 10 October 2017. Retrieved 10 October 2017.
  9. Express, The Financial. "Sandhya Mukherjee hospitalised with Covid". The Financial Express (in ଇଂରାଜୀ). Retrieved 2022-01-28.
  10. "Meet Sandhya Mukherjee, the 90-year-old Bengali music legend who turned down Padma Shri". The Indian Express (in ଇଂରାଜୀ). 2022-01-27. Retrieved 2022-01-28.
  11. "Iconic Bengali Singer Sandhya Mukherjee Dies At 90". www.ndtv.com. NDTV. Archived from the original on 16 February 2022. Retrieved 16 February 2022.

ବାହାର ଆଧାର ସମ୍ପାଦନା