ଦିଲିପ କୁମାର ରାୟ

ଓଡ଼ିଆ ରାଜନୀତିଜ୍ଞ
(ଦିଲ୍ଲୀପ କୁମାର ରାୟରୁ ଲେଉଟି ଆସିଛି)

ଦିଲିପ କୁମାର ରାୟ (ଜନ୍ମ: ୯ ଜାନୁଆରୀ ୧୯୫୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର ଏବଂ ରାଜ୍ୟ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୫, ୧୯୯୦ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଉରକେଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୦ମ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୬ ମସିହାରୁ ୨୦୦୨ ପର୍ଯ୍ୟନ୍ତ ସେ ରାଜ୍ୟସଭାର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ଦିଲିପ କୁମାର ରାୟ
Dilip Kumar Ray.jpg
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀଶାରଦା ପ୍ରସାଦ ନାୟକ
ପର ଅଧିକାରୀଶାରଦା ପ୍ରସାଦ ନାୟକ
ନିର୍ବାଚନ ମଣ୍ଡଳୀରାଉରକେଲା
ସାଂସଦ: ରାଜ୍ୟ ସଭା
କାର୍ଯ୍ୟକାଳ
୧୯୯୬ – ୨୦୦୨
ବିଧାୟକ: ୯ମ, ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୫
ପୂର୍ବ ଅଧିକାରୀଗୁରୁପଦ ନନ୍ଦ
ପର ଅଧିକାରୀପ୍ରଭାତ ମହାପାତ୍ର
ନିର୍ବାଚନ ମଣ୍ଡଳୀରାଉରକେଲା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1954-01-09) ୯ ଜାନୁଆରୀ ୧୯୫୪ (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ, ଜନତା ପାର୍ଟି, ଭାରତୀୟ ଜନତା ପାର୍ଟି
ଜୀବନ ସାଥୀପୂଜା ରାୟ
ବାପା/ବୋଉହୃଷିକେଶ ରାୟ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ

ଦିଲିପ କୁମାର ରାୟ ୧୯୫୪ ମସିହାର ଜାନୁଆରୀ ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହୃଷିକେଶ ରାୟ ଓ ପତ୍ନୀଙ୍କ ନାମ ପୂଜା ରାୟ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏମ୍.ବି.ଏ. ଏବଂ ଏଲ୍.ଏଲ୍.ବି. ।[୧]

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

ଦିଲିପ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଜନତା ଦଳ, ଜନତା ପାର୍ଟି ଓ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ୨୦୧୯ ମସିହାରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।[୧]

ବିଧାନ ସଭା ସଭ୍ୟ ବିବରଣୀସମ୍ପାଦନ କରନ୍ତୁ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ରାଉରକେଲା ଜନତା ପାର୍ଟି
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ରାଉରକେଲା ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ରାଉରକେଲା ଭାରତୀୟ ଜନତା ପାର୍ଟି

ବିବାଦସମ୍ପାଦନ କରନ୍ତୁ

୧୯୯୯ ମସିହାରେ ଦିଲିପ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବାବେଳେ ଝାଡଖଣ୍ଡ କୋଇଲା ବ୍ଲକର ଆବଣ୍ଟନରେ ଅନିୟମିତତା ହୋଇଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା, ଯେଉଁଥିରେ ତାଙ୍କୁ ୨୦୨୦ ମସିହାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।[୩][୪]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ "Shri Dilip Kumar Ray". odishaassembly.nic.in. Odisha Assembly. Retrieved 7 October 2020.
  2. MOHANTY, MEERA (16 May 2019). "Dilip Ray meets Naveen Patnaik amidst speculation of his return to BJD". The Economic Times. Retrieved 7 October 2020.
  3. "ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ". OTV Khabar. 6 October 2020. Archived from the original on 7 October 2020. Retrieved 7 October 2020.
  4. "କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲା: ଦିଲୀପ ରାୟ ଦୋଷୀ ସାବ୍ୟସ୍ତ | Sambad". ସମ୍ବାଦ. sambad.in. 6 October 2020. Archived from the original on 7 October 2020. Retrieved 7 October 2020.