ଦାମୋଦର ରାଉତ

ଓଡ଼ିଆ ରାଜନୀତିଜ୍ଞ

ଦାମୋଦର ରାଉତ (୨ ଜୁଲାଇ ୧୯୪୨–୨୨ ମାର୍ଚ୍ଚ ୨୦୨୪) ଜଣେ ପ୍ରାଣୀ ଚିକିତ୍ସକ ଓ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାକୁ ସାତ ଥର ବିଧାୟକ ଭାବରେ ନିର୍ବାଚିତ ହୋଇ ଯାଇଥିଲେ ଏବଂ ଏକାଧିକ ବାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧, ୧୯୬୭ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଏରସମାପାରାଦ୍ୱୀପ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ, ୧୦ମ, ୧୨ଶ, ୧୩ଶ, ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଦାମୋଦର ରାଉତ
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ପର ଅଧିକାରୀସମ୍ବିତ ରାଉତରାୟ
ନିର୍ବାଚନ ମଣ୍ଡଳୀପାରାଦ୍ୱୀପ
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୯
ପୂର୍ବ ଅଧିକାରୀବିଜୟ କୁମାର ନାୟକ
ପର ଅଧିକାରୀପ୍ରଶାନ୍ତ କୁମାର ମୁଦୁଲି
ନିର୍ବାଚନ ମଣ୍ଡଳୀଏରସମା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀକୃଷ୍ଣ ଚନ୍ଦ୍ର ସ୍ୱାଇଁ
ପର ଅଧିକାରୀବିଜୟ କୁମାର ନାୟକ
ନିର୍ବାଚନ ମଣ୍ଡଳୀଏରସମା
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୫
ପୂର୍ବ ଅଧିକାରୀଲୋକନାଥ ଚୌଧୁରୀ
ପର ଅଧିକାରୀକୃଷ୍ଣ ଚନ୍ଦ୍ର ସ୍ୱାଇଁ
ନିର୍ବାଚନ ମଣ୍ଡଳୀଏରସମା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1942-07-02)୨ ଜୁଲାଇ ୧୯୪୨
ମୃତ୍ୟୁ୨୨ ମାର୍ଚ୍ଚ ୨୦୨୪(2024-03-22) (ବୟସ ୮୧)
ଭୁବନେଶ୍ୱର
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ, ଜନତା ଦଳ, ଜନତା ପାର୍ଟି
ଜୀବନ ସାଥୀସ୍ନେହା ରାଉତ
ସନ୍ତାନସମ୍ବିତ ରାଉତରାୟ (ପୁଅ)
ବାପା/ବୋଉକପିଳ ଚରଣ ରାଉତ
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଦାମୋଦର ରାଉତ ୧୯୪୨ ମସିହାର ଜୁଲାଇ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କପିଳ ଚରଣ ରାଉତ ଓ ପତ୍ନୀଙ୍କ ନାମ ସ୍ନେହା ରାଉତ ।[୧] ତାଙ୍କ ପୁଅ ସମ୍ବିତ ରାଉତରାୟ ଜଣେ ରାଜନେତା ।[୨]

ରାଜନୈତିକ ଜୀବନ ସମ୍ପାଦନା

ଦାମୋଦର ରାଉତ ଓଡ଼ିଶା ରାଜନୀତିରେ ଜନତା ଦଳ, ଜନତା ପାର୍ଟିବିଜୁ ଜନତା ଦଳଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସାତ ଥର କାର୍ଯ୍ୟ କରିଥିଲେ । ୧୯୭୯ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧][୩] ୨୦୧୯ ମସିହାର ଓଡ଼ିଶା ନିର୍ବାଚନରେ ତାଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଥିଲା, ଫଳରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ନିର୍ବାଚନ ଲଢ଼ିଥିଲେ ଓ ପରାଜିତ ହୋଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ବିଜେଡି ଦ୍ୱାରା ବହିଷ୍କାର ଉଠାଯିବାରୁ, ସେ ପୁଣିଥରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୪]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ବାଲିକୁଦା-ଏରସମା ଜନତା ପାର୍ଟି
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ଏରସମା ଜନତା ପାର୍ଟି (ସେକୁଲାର୍)
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ଏରସମା ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ଏରସମା ବିଜୁ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ଏରସମା ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ପାରାଦ୍ୱୀପ ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ପାରାଦ୍ୱୀପ ବିଜୁ ଜନତା ଦଳ

ମୃତ୍ୟୁ ସମ୍ପାଦନା

୨୦୨୪ ମସିହାର ମାର୍ଚ୍ଚ ୨୨ ତାରିଖରେ ହୃଦ୍‌ଘାତରେ ପୀଡ଼ିତ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା ।[୫][୬] ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Damodara Rout". odishaassembly.nic.in. Odisha Assembly. Retrieved 5 May 2022.
  2. "BJD-backed candidate among 8 held for attack on Rout's vehicle". The New Indian Express. Archived from the original on 2022-04-28. Retrieved 2022-04-28. {{cite web}}: |archive-date= / |archive-url= timestamp mismatch; 2022-02-22 suggested (help)
  3. "Damodar Rout passes away in Odisha: The BJD veteran's political journey". The Times of India. 2024-03-22. ISSN 0971-8257. Retrieved 2024-04-13.
  4. "Five years after expulsion, ex-minister Damodar Rout returns to BJD". The Indian Express (in ଇଂରାଜୀ). 2024-01-01. Retrieved 2024-04-13.
  5. Bureau, The Hindu (2024-03-22). "Veteran Odisha leader Damodar Rout passes away". The Hindu (in Indian English). ISSN 0971-751X. Retrieved 2024-04-13.
  6. Dharitri; Rout, Manoj (2024-03-22). "ଆରପାରିରେ ଦାମୋଦର ରାଉତ, ଚିକିତ୍ସାଧୀନ ଅବସ୍ଥାରେ ପରଲୋକ - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2024-04-13.

ବାହାର ଆଧାର ସମ୍ପାଦନା