ତୁମକୁ ପାରୁନି ତ ଭୁଲି
ତୁମକୁ ପାରୁନି ତ ଭୁଲି, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟି ପ୍ରଯୋଜନା କରିଥିଲେ ଚକ୍ରଧର ସାହୁ ଏବଂ ରୁକ୍ମଣୀ ଦାସ । ଶଙ୍କର ତ୍ରିପାଠୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଚକ୍ରଧର ସାହୁ ଏବଂ ରଞ୍ଜନ ଦାସ । ଚକ୍ରଧର ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨][୩]
ତୁମକୁ ପାରୁନି ତ ଭୁଲି | |
---|---|
ନିର୍ଦ୍ଦେଶକ | ଚକ୍ରଧର ସାହୁ |
ପ୍ରଯୋଜକ | ଚକ୍ରଧର ସାହୁ, ରୁକ୍ମଣୀ ଦାସ |
ଚିତ୍ରନାଟ୍ୟ | ଚକ୍ରଧର ସାହୁ, ରଞ୍ଜନ ଦାସ |
କାହାଣୀ | ଶଙ୍କର ତ୍ରିପାଠୀ |
କଳାକାର | ସୁନୀଲ କୁମାର, ଅନୁ ଚୌଧୁରୀ, ଆମେଲି ପଣ୍ଡା, ମନୋଜ ମିଶ୍ର, ଉତ୍ତମ ମହାନ୍ତି, ଅଶୋକ ଦାସ, ରୁକ୍ମଣୀ |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ଯୁଗଳ ଦେବତା |
ସମ୍ପାଦକ | ଚକ୍ରଧର ସାହୁ |
ମୁକ୍ତିଲାଭ ତାରିଖ | ୨୦୦୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁନୀଲ କୁମାର, ଅନୁ ଚୌଧୁରୀ ଏବଂ ଆମେଲି ପଣ୍ଡା । ମନୋଜ ମିଶ୍ର, ଉତ୍ତମ ମହାନ୍ତି, ଅଶୋକ ଦାସ, ରୁକ୍ମଣୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର । ମୋହିତ ଚକ୍ରବର୍ତ୍ତୀ, ବିଜୟ ମଲ୍ଲ, ଯତୀନ୍ଦ୍ର ପ୍ରଧାନ, ନିର୍ମଳ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁନାଲ ଗଞ୍ଜାୱାଲା, ପଙ୍କଜ ଜାଲ, କୈଳାଶ ଖେର, ଅଭିଜିତ ମଜୁମଦାର, ଇରା ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଏ କେମିତି ଋତୁ ହେଲା" | |
2. | "ଆରେ ଆରେ ଓ ଗୀତରେ ଆରେ" | |
3. | "ଆରେ ଆରେ ଓ ଗୀତରେ ଆରେ" | |
4. | "ବର୍ଷା ଏଇ ବର୍ଷା" | |
5. | "ଦିନରେ ଶୋଉଚି ମୁଁ" | |
6. | "ମେହେନ୍ଦୀ ଲାଗେ ନୂଆ" | |
7. | "ନାରେ ନା" |
ଆଧାର
ସମ୍ପାଦନା- ↑ ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 26 March 2020. Retrieved 28 August 2018.
- ↑ ୨.୦ ୨.୧ "ଏହି ଓଲିଉଡ ଖଳନାୟକ ମନୋଜ ମିଶ୍ର ବନିଲେ ରାଘବ, ଜାଣନ୍ତୁ କ'ଣ ଘଟୁଛି". sambad.in. 3 June 2018. Retrieved 6 June 2018.
- ↑ "ଫିଲ୍ମ ମେକିଂର ଏହି ଦିଗଉପରେ ଅଧିକ ଧ୍ୟାନ ଦେଉଥିଲେ ଚକ୍ରଧର ସାହୁ". Sambad. 7 February 2019. Archived from the original on 8 February 2019. Retrieved 8 February 2019.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ତୁମକୁ ପାରୁନି ତ ଭୁଲି