ଆମେଲି ପଣ୍ଡା

ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ଆମେଲି ପଣ୍ଡା, ଜଣେ ଓଡ଼ିଆ ଆଲ୍‌ବମ୍ ଏବଂ କଥାଚିତ୍ର ଅଭିନେତ୍ରୀ ।[୧] ସେ ପ୍ରଥମେ ଓଡ଼ିଆ ଆଲବମ୍‌ରେ ଅଭିନୟ କରିଥିଲେ ।[୨] ଏହା ପରେ ପରେ ସେ ୨୦୦୫ରେ ସେ ରାଜୁ ମିଶ୍ରଙ୍କ ଚଳଚ୍ଚିତ୍ର ଜୀବନ ମୃତ୍ୟୁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ୨୦୦୭ରେ ତୁମକୁ ପାରୁନି ତ ଭୁଲି ଏବଂ ୨୦୧୦ରେ ଭୁଲ୍ ବୁଝିବନି ମତେ କଥାଚିତ୍ରରେ ଅଭିନୟ କରିଥିଲେ । ତାଙ୍କର ବିବା‌ହ ପରେ ସେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ।[୩]

ଆମେଲି ପଣ୍ଡା
ଜନ୍ମ
ଆମେଲି ପଣ୍ଡା

(1984-09-14) ୧୪ ସେପ୍ଟେମ୍ବର ୧୯୮୪ (ବୟସ ୩୯)
ବୃତ୍ତି(ସମୂହ)(ଓଡ଼ିଆ) ଅଭିନେତ୍ରୀ
ଓଡ଼ିଆ ଆଲ୍‌ବମ୍ ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୦ରୁ-୨୦୧୦
ବୈବାହିକ-ସାଥୀନୀଲ୍ ହୋତା (୨୦୧୧ରୁ ଏବେଯାଏଁ)
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର- ୨୦୦୭,
ରାଜୀବ ଗାନ୍ଧୀ ରାଜ୍ୟ ପୁରସ୍କାର

ପ୍ରାରମ୍ଭିକ ଜୀବନ ଏବଂ ପରିବାର ସମ୍ପାଦନା

ଆମେଲି ପଶ୍ଚିମ ବଙ୍ଗର ଝାରଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି । ସେ ମହର୍ଷି ମହାବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଏହାପରେ ସେ ଓଡ଼ିଆ ଆଲବମ୍ ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୧୧ ଡିସେମ୍ବର ୨୦୧୧ରେ ସେ ନୀଲ୍ ହୋତାଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ଅଭିନୟରୁ ଦୂରେଇ ଯାଇଥିଲେ ।

ଅଭିନୟ ଜୀବନ ସମ୍ପାଦନା

ଆମେଲି ପ୍ରଥମେ ଓଡ଼ିଆ ଆଲବମ୍ ଗୀତରେ ଅଭିନୟ କରିଥିଲେ । ସେ ୫୦୦ରୁ ଅଧିକ ଆଲବମ୍ ଗୀତରେ ଅଭିନୟ କରିବା ପରେ ୨୦୦୫ ମସିହାରେ ନିର୍ଦ୍ଦେଶକ ରାଜୁ ମିଶ୍ର ତାଙ୍କୁ ଜୀବନ ମୃତ୍ୟୁ ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିବାର ପ୍ରଥମ ସୁଯୋଗ ଦେଇଥିଲେ ।[୩] ତାଙ୍କର ପ୍ରଥମ କଥାଚିତ୍ରରେ ଆମେଲୀଙ୍କ ସ‌ହ ସୁନୀଲ କୁମାର ନାୟକ ଭାବରେ ଅଭିନୟ କରିଥିଲେ । ମିହିର ଦାସ, ମୁନ୍ନା ଖାଁ, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି ଆଦି ପ୍ରମୁଖ କଳାକାରମାନେ ମଧ୍ୟ ଏହି କଥାଚିତ୍ରରେ ଅଭିନୟ କରିଥିଲେ ।

ଏହାପରେ ୨୦୦୭ରେ ସେ ଚକ୍ରଧାର ସାହୁଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ତୁମକୁ ପାରୁନି ତ ଭୁଲିରେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନାୟକ ପୁଣିଥରେ ସୁନୀଲ କୁମାର ଥିଲେ । ମନୋଜ ମିଶ୍ର, ଉତ୍ତମ ମହାନ୍ତି, ଅଶୋକ ଦାସ ପ୍ରମୁଖ ଏହି ଚଳଚ୍ଚିତ୍ରରେ ଆମେଲୀଙ୍କ ସ‌ହ ଅଭିନୟ କରିଥିଲେ ।

୨୦୧୦ ମସିହାରେ ଆମେଲି ନିର୍ଦ୍ଦେଶକ କୁନାଲ ପଟ୍ଟନାୟକଙ୍କ ଚଳଚ୍ଚିତ୍ର ଭୁଲ୍ ବୁଝିବନି ମତେରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ନାୟକ ଥିଲେ ଦେବାଶିଷ ପାତ୍ରସମରେଶ ରାଉତରାୟ, ମିହିର ଦାସ, ପ୍ରିୟଙ୍କା, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରଟିରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଆମେଲିଙ୍କର ଶେଷ ଚଳଚ୍ଚିତ୍ର ଥିଲା । ଏହାପରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଆଉ ଅଭିନୟ କରିନାହାନ୍ତି ।[୩]

ଆମେଲି 'ଧନ୍ୟ ତୁମେ ସାଇବାବା' ନାମକ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଆପୁ କାନୁନ୍‌ଗୋଦେବୁ ବ୍ରହ୍ମା ଏହି ଚଳଚ୍ଚିତ୍ରଟିରେ ଆମେଲିଙ୍କ ସ‌ହ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୦୫ ଜୀବନ ମୃତ୍ୟୁ ମିତୁ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ
୨୦୦୭ ତୁମକୁ ପାରୁନି ତ ଭୁଲି ନିଶା ପଟ୍ଟନାୟକ
୨୦୧୦ ଭୁଲ୍ ବୁଝିବନି ମତେ ସଙ୍ଗୀତା ଶେଷ ଓଡ଼ିଆ କଥାଚିତ୍ର
ଧନ୍ୟ ତୁମେ ସାଇ ବାବା ଡକୁମେଣ୍ଟାରୀ ଚଳଚ୍ଚିତ୍ର

ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. Pattanayak, Seela (9 December 2017). "Ollywood Actresses Who Came, Conquered And Left..." Mycitylinks (in English). Bhubaneswar: Mycitylinks. Archived from the original on 14 September 2020. Retrieved 14 September 2020.{{cite news}}: CS1 maint: unrecognized language (link)
  2. "ବିବାହ ପରେ ବଡ଼ ପରଦାକୁ ଫେରିନାହାନ୍ତି ଓଲିଉଡ ନାୟିକା". Odisha.Iive. 17 April 2018. Retrieved 8 May 2018.
  3. ୩.୦ ୩.୧ ୩.୨ "ବାହାଘର ପରେ ଓଲିଉଡ୍‍କୁ ଫେରିନାହାନ୍ତି ଏଇ ନାୟିକା!". sambad.in. 30 August 2017. Archived from the original on 8 September 2017. Retrieved 15 September 2017.

ବାହାର ଆଧାର ସମ୍ପାଦନା