ଡିଟେକ୍ଟିଭ୍ କରନ୍ ଅର୍ଜୁନ
ଡିଟେକ୍ଟିଭ୍ କରନ୍ ଅର୍ଜୁନ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତ୍ରୀ ଲିପ୍ସା ମିଶ୍ର ।[୨] ଅଭିନେତା ପପୁ ପମ ପମ ଏହି କଥାଚିତ୍ରଟିର କାହଣୀ ରଚନା କରିଥିଲେ ଓ ତାଙ୍କ ସହଯୋଗୀ ଟୁକୁନା ଏହା ସଂଳାପ ରଚନା କରିଥିଲେ ।[୩] ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଡିଟେକ୍ଟିଭ୍ କରନ୍ ଅର୍ଜୁନ | |
---|---|
ନିର୍ଦ୍ଦେଶକ | ଅଶ୍ୱିନୀ ଗଡ଼ନାୟକ |
ପ୍ରଯୋଜକ | ଲିପ୍ସା ମିଶ୍ର |
ସଂଳାପ | ଟୁକୁନା |
ଚିତ୍ରନାଟ୍ୟ | ଅଶ୍ୱିନୀ ଗଡ଼ନାୟକ |
କାହାଣୀ | ପପୁ ପମ ପମ |
କଳାକାର | ପପୁ ପମ ପମ ପ୍ରଜ୍ଞା ଖଟୁଆ ଲିପ୍ସା ମିଶ୍ର ପ୍ରିୟଙ୍କା ମହାନ୍ତି ପ୍ରିୟଙ୍କା ମହାପାତ୍ର କୁନା ତ୍ରିପାଠୀ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଆର୍. ଭଗତ ସିଂହ |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୧୫ ମଇ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପପୁ ପମ ପମ ଓ ପ୍ରଜ୍ଞା ଖଟୁଆ ।[୪] ଲିପ୍ସା ମିଶ୍ର, ପ୍ରିୟଙ୍କା ମହାନ୍ତି, ପ୍ରିୟଙ୍କା ମହାପାତ୍ର କୁନା ତ୍ରିପାଠୀ, ଜୀବନ ପଣ୍ଡା, ଅରବିନ୍ଦ ଷଡ଼ଙ୍ଗୀ, ଟୁକୁନା, ହାଡ଼ୁ, ରାଜୀବ, କାଳୀ, ମନୋଜ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫] ଏହି କଥାଚିତ୍ରଟି ୨୦୨୨ ମସିହାର ମଇ ୧୫ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୨][୬]
ଅଭିନୟ
ସମ୍ପାଦନା- ପପୁ ପମ ପମ
- ପ୍ରଜ୍ଞା ଖଟୁଆ
- ଲିପ୍ସା ମିଶ୍ର
- ପ୍ରିୟଙ୍କା ମହାନ୍ତି
- ପ୍ରିୟଙ୍କା ମହାପାତ୍ର
- କୁନା ତ୍ରିପାଠୀ
- ଜୀବନ ପଣ୍ଡା
- ଅରବିନ୍ଦ ଷଡ଼ଙ୍ଗୀ
- ଟୁକୁନା
- ହାଡ଼ୁ
- ରାଜୀବ
- କାଳୀ
- ମନୋଜ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସ୍ମୃତି, ସଞ୍ଜୁ, ଇଶ୍ୱରୀ, ଅଭିଜିତ ମଜୁମଦାର, ପପୁ ପମ ପମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]
ଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଛାଡ଼ିଦେଲେ ଲମ୍ବା ବେଣୀ" | ପପୁ ପମ ପମ, ସ୍ମୃତି | |
2. | "ଗନ୍ଧିଆ କଥା" | ଇଶ୍ୱରୀ | |
3. | "ଚାରିଆଡ଼େ ପ୍ୟାର୍" | ଅଭିଜିତ ମଜୁମଦାର, ସଞ୍ଜୁ |
ଆଧାର
ସମ୍ପାଦନା- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ ୨.୦ ୨.୧ Sahoo, Jyoti Prakash (7 May 2022). "Papu And Pragyan Come Together For 'Detective Karan Arjun'". My City Links (in English). Archived from the original on 4 June 2022. Retrieved 4 June 2022.
{{cite news}}
: CS1 maint: unrecognized language (link) - ↑ ୩.୦ ୩.୧ "ରିଲିଜ୍ ହେଲା ଜୀ ସାର୍ଥକର ନୂଆ ସିନେମା 'ଡିଟେକ୍ଟିଭ୍ କରନ୍- ଅର୍ଜୁନ'ର ଅଡିଓ, ମାର୍କେଟରେ ଚହଳ ସୃଷ୍ଟି କରିବ 'ଭାଉଜ ଗୋ ଭାଉଜ' ଗୀତ". ପ୍ରମେୟ. ଭୁବନେଶ୍ୱର. 5 May 2022. Archived from the original on 4 June 2022. Retrieved 4 June 2022.
- ↑ "ଆସୁଛନ୍ତି 'ଡିଟେକ୍ଟିଭ୍ କରନ୍-ଅର୍ଜୁନ': ନାୟିକା ତିନିକୁ ନାୟକ ଦୁଇ, ଦର୍ଶକ ଦେଖିବେ ଦମ୍ଦାର୍ କମେଡି ସହ ରୋମାନ୍ସ". ପ୍ରମେୟ. ଭୁବନେଶ୍ୱର. 7 May 2022. Archived from the original on 4 June 2022. Retrieved 4 June 2022.
- ↑ Routray, Rituparna (6 May 2022). "ଜୀ ସାର୍ଥକର ନୂଆ ସିନେମା 'ଡିଟେକ୍ଟିଭ୍ କରନ୍- ଅର୍ଜୁନ'ର ଅଡିଓ ରିଲିଜ୍ | Kanak News". Kanak News. kanaknews.com. Archived from the original on 4 June 2022. Retrieved 4 June 2022.
- ↑ "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଫେରି ଆସୁଥିବି କୋଳକୁ ତୋର'". ସମ୍ବାଦ. sambad.in. 11 September 2021. Archived from the original on 13 December 2022. Retrieved 13 December 2022.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଡିଟେକ୍ଟିଭ୍ କରନ୍ ଅର୍ଜୁନ