ଡାଇକ୍ଲୋଫେନାକ/ମିସୋପ୍ରୋଷ୍ଟୋଲ
ଡାଇକ୍ଲୋଫେନାକ/ମିସୋପ୍ରୋଷ୍ଟୋଲ (ଇଂରାଜୀ ଭାଷାରେ Diclofenac/misoprostol), ବିକ୍ରୟ ନାମ ଆର୍ଥ୍ରୋଟେକ, ହେଉଛି ଏକ ଔଷଧ ମିଶ୍ରଣ ଯାହାର ରିଉମାଟଏଡ ଆର୍ଥ୍ରାଇଟିସ୍ କିମ୍ବା ଅଷ୍ଟିଓଆର୍ଥ୍ରାଇଟିସ୍ ରୋଗରେ ନନଷ୍ଟରଏଡାଲ ଆଣ୍ଟି-ଇନଫ୍ଲାମେଟୋରୀ ଔଷଧ ଦେଲେ ଗ୍ୟାଷ୍ଟ୍ରୋଡୁଓଡେନାଲ୍ ଅଲସର ହେବାର ଆଶଙ୍କା ଥାଏ। [୧] ଏହା ପାଟିଦ୍ୱାରା ନିଆଯାଏ | [୧]
Combination of | |
---|---|
Diclofenac | NSAID |
Misoprostol | Prostaglandin analog |
Clinical data | |
Trade names | Arthrotec, Misofen, other |
MedlinePlus | a699002 |
Pregnancy category |
|
Routes of administration | By mouth[୧] |
Legal status | |
Legal status | |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା, ବାନ୍ତି, ପାକସ୍ଥାଳୀ ପ୍ରଦାହ, ମୁଣ୍ଡ ବୁଲାଇବା ଏବଂ ଲୋହିତ ରକ୍ତ କଣିକା ସ୍ତର କମିବା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଉଚ୍ଚ ରକ୍ତଚାପ, ହୃଦ୍ପାତ, ବୃକ୍କ ସମସ୍ୟା, ଆନାଫାଇଲାକ୍ସିସ ଏବଂ ଆଜମା ଖରାପ ଦିଗକୁ ଯାଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ କିମ୍ବା ଗର୍ଭପାତ ହୋଇପାରେ ।[୧] ଏହି ମିଶ୍ରଣରେ ଡାଇକ୍ଲୋଫେନାକ ସୋଡିୟମ ଯାହା ଏକ ନନ ଷ୍ଟେରଏଡାଲ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ (NSAID) ଏବଂ ମିସୋପ୍ରୋଷ୍ଟୋଲ ଯାହା ଏକ ପାକଅନ୍ତନଳୀ ସୁରକ୍ଷାକାରୀ ପ୍ରୋଷ୍ଟାଗ୍ଲାଡିନ୍ ଇ୧ ଥାଏ ।[୧]
୧୯୯୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଷ୍ଟ୍ରରେ୨୦୨୪ ମସିହା ସୁଦ୍ଧା ୬୦ଟି ବଟିକାର ମୂଲ୍ୟ ପ୍ରାୟ ୪୦ ଡଲାର ଥିଲା ।[୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୬୦ଟି ବଟିକାର ମୂଲ୍ୟ ୧୨ ପାଉଣ୍ଡ ଥିଲା ।[୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "DailyMed - ARTHROTEC- diclofenac sodium and misoprostol tablet, film coated". dailymed.nlm.nih.gov. Archived from the original on 25 September 2021. Retrieved 25 May 2023.
- ↑ ୨.୦ ୨.୧ "Diclofenac Sodium/Misoprostol". GoodRx. Retrieved 25 May 2023.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1183. ISBN 978-0857114105.