ପ୍ରୋସ୍ଟାଗ୍ଲାଣ୍ଡିନ ଇ୧

ପ୍ରୋସ୍ଟାଗ୍ଲାଣ୍ଡିନ ଇ୧ (ଇଂରାଜୀ ଭାଷାରେ Prostaglandin E1 ବା PGE1, ଅନ୍ୟ ନାମ ଆଲପ୍ରୋସ୍ଟାଡିଲ/alprostadil, ଏକ ପ୍ରାକୃତିକ ପ୍ରୋସ୍ଟାଗ୍ଲାଣ୍ଡିନ (prostaglandin) ଯାହା ଔଷଧ ଭାବରେ ବ୍ୟବ‌ହାର କରାଯାଏ ।[୧] ଜନ୍ମଗତ ହୃତ୍‌ପିଣ୍ଡ ତୃଟି ଥିବା ପିଲାଙ୍କର ଡକ୍ଟସ ଆର୍ଟେରିଓସସ (ductus arteriosus) ଖୋଲିବା ନିମନ୍ତେ ଅପରେଶନ ହେବା ପର୍ଯ୍ୟନ୍ତ ଏହି ଔଷଧ ଶିରାଭ୍ୟନ୍ତର ଇନଫ୍ୟୁଜନ ଆକାରରେ ଦିଆଯାଏ ।[୨] ଲିଙ୍ଗ ଉତ୍ଥାନ ସମସ୍ୟା (erectile dysfunction) ଥିଲେ ଏହା ମୂତ୍ରମାର୍ଗ (urethra) ଭିତରେ ବା ଲିଙ୍ଗରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]

ପ୍ରୋସ୍ଟାଗ୍ଲାଣ୍ଡିନ ଇ୧
Clinical data
Trade namesCaverject, Muse, others
AHFS/Drugs.commonograph
MedlinePlusa695022
Pregnancy
category
  • US: X (Contraindicated)
Routes of
administration
IV
ATC code
Legal status
Legal status
Identifiers
  • 7-[(1R,3R)-3-hydroxy-2-[(1E,3S)-3-hydroxyoct-1-en-1-yl]-5-oxocyclopentyl]heptanoic acid
CAS Number
PubChem CID
IUPHAR/BPS
DrugBank
ChemSpider
ChEBI
ChEMBL
ECHA InfoCard100.010.925 Edit this at Wikidata
Chemical and physical data
FormulaC20H34O5
Molar mass354.481 g/mol
3D model (JSmol)
  • CCCCC[C@@H](/C=C/[C@H]1[C@@H](CC(=O)[C@@H]1CCCCCCC(=O)O)O)O
  • InChI=1S/C20H34O5/c1-2-3-6-9-15(21)12-13-17-16(18(22)14-19(17)23)10-7-4-5-8-11-20(24)25/h12-13,15-17,19,21,23H,2-11,14H2,1H3,(H,24,25)/b13-12+/t15-,16+,17+,19+/m0/s1 ☒N
  • Key:GMVPRGQOIOIIMI-DWKJAMRDSA-N ☒N
 ☒NcheckY (what is this?)  (verify)

ପିଲାଙ୍କୁ ଏହି ଔଷଧ ଦେଲେ ଶ୍ୱାସକ୍ରିୟା କମିଯାଏ, ଜ୍ୱରନିମ୍ନ ରକ୍ତଚାପ (low blood pressure) ହେବା ସମ୍ଭାବନା ଥାଏ । ଲିଙ୍ଗ ଉତ୍ଥାନ ସମସ୍ୟା ନିମନ୍ତେ ଏହା ଦେଲେ ଲିଙ୍ଗ ଯନ୍ତ୍ରଣା, ସ୍ଥାନୀୟ ରକ୍ତସ୍ରାବ ଓ ପ୍ରିଆପିଜ୍ମ (ଅତ୍ୟଧିକ ସମ‌ୟର ଲିଙ୍ଗ ଉତ୍ଥାନ) ଇତ୍ୟାଦି ପ୍ରତିକ୍ରିୟା ହୋଇପାରେ । ଏହା ରକ୍ତନଳୀ ସ୍ଫୀତକାରୀ (vasodilator) ପରିବାରର ଔଷଧ । ଏହା ସ୍ମୁଥ ମାଂସପେଶୀକୁ (smooth muscle) ରିଲାକ୍ସ କରିବାଦ୍ୱାରା ରକ୍ତନଳୀ ଖୋଲିଯାଏ ।[୧]

ସନ ୧୯୫୭ରେ ପ୍ରୋସ୍ଟାଗ୍ଲାଣ୍ଡିନ ଇ୧ ପୃଥକ୍ କରାହେବାପରେ ସନ ୧୯୮୧ଠାରୁ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର କରାଗଲା । [୧][୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ଡୋଜର ମୂଲ୍ୟ ୭୫ ପାଉଣ୍ଡ । [୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୂଲ୍ୟ ୨୦୦ ଆମେରିକୀୟ ଡଲାର ।[୭] ଶିଶୁମାନଙ୍କଠାରେ ପ୍ରୋସ୍ଟାଗ୍ଲାଣ୍ଡିନ ଇ୧ ଭଳି ପ୍ରୋସ୍ଟାଗ୍ଲାଣ୍ଡିନ ଇ୨ କାମ କରେ ଓ ଅଳ୍ପ ମୂଲ୍ୟରେ ମିଳେ । [୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Alprostadil". The American Society of Health-System Pharmacists. Retrieved 8 January 2017.
  2. ୨.୦ ୨.୧ Northern Neonatal Network (208). Neonatal Formulary: Drug Use in Pregnancy and the First Year of Life (in ଇଂରାଜୀ) (5 ed.). John Wiley & Sons. p. 2010. ISBN 9780470750353.
  3. British national formulary : BNF 69 (69 ed.). British Medical Association. 2015. p. 569. ISBN 9780857111562.
  4. Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 185. ISBN 9780470015520.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. Ainsworth, Sean B. (2014). Neonatal Formulary: Drug Use in Pregnancy and the First Year of Life (in ଇଂରାଜୀ). John Wiley & Sons. p. 436. ISBN 9781118819593.
  7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 477. ISBN 9781284057560.