ଝିନ୍ନ ହିକ୍କା
ଝିନ୍ନ ହିକ୍କା (ଜନ୍ମ: ୧୨ ଜୁନ ୧୯୭୫)[୧] ଜଣେ ଭାରତୀୟ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳ ରାଜନୈତିକ ଦଳର ଜଣେ ସଦସ୍ୟ ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ସେ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରତିନିଧ ଭାବରେ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ସେ ୨୦୦୯ ମସିହା ସାଧାରଣ ନିର୍ବାଚନରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]
ଝିନ୍ନ ହିକ୍କା | |
---|---|
ସଦସ୍ୟ: ୧୬ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ଜୟରାମ ପାଙ୍ଗୀ |
ନିର୍ବାଚନ ମଣ୍ଡଳୀ | କୋରାପୁଟ |
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯ ମଇ ୨୦୦୯ – ୧୬ ମଇ ୨୦୧୪ | |
ପୂର୍ବ ଅଧିକାରୀ | ପୂର୍ଣ୍ଣ ଚନ୍ଦ୍ର ମାଝି |
ପର ଅଧିକାରୀ | କୈଳାଶ ଚନ୍ଦ୍ର କୁଳେଶିକା |
ନିର୍ବାଚନ ମଣ୍ଡଳୀ | ଲକ୍ଷ୍ମୀପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୨ ଜୁନ ୧୯୭୫ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | କୌଶଲ୍ୟା ହିକ୍କା |
ସନ୍ତାନ | ୨ |
ପେଷା | ରାଜନୀତିଜ୍ଞ |
ଶ୍ରୀ ହିକ୍କା ବିଧାୟକ ଥିବାବେଳେ ତାଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ ଏବଂ ଦୀର୍ଘ ୩୩ ଦିନ ଧରି ବନ୍ଦୀ କରି ରଖିବା ପରେ ୨୬ ଅପ୍ରେଲ ୨୦୧୨ରେ ମୁକ୍ତ କରିଥିଲେ ।[୩] ମାଓବାଦୀମାନେ ଝିନ୍ନ ହିକ୍କାଙ୍କ ବଦଳରେ ମାଓ ନେତା ଛେଣ୍ଡ ଭୁସ୍ନମ୍ ଓରଫ୍ ଘାସିକୁ ମୁକ୍ତ କରିବାର ଦାବି ରଖିଥିଲେ ।[୪]
ଜନ୍ମ ଓ ପରିବାର
ସମ୍ପାଦନାଝିନ୍ନ ହିକ୍କା ୧୨ ଜୁନ ୧୯୭୫ରେ ଓଡ଼ିଶାର କୋରାପୁଟ ଜିଲ୍ଲାର ଡୁମୁରାଇପଦାଠାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ନନ୍ଦୁ ହିକ୍କା ଓ ମାଆ ଇଚାଇ ହିକ୍କା ।[୧] ସେ କୌଶଲ୍ୟ ହିକ୍କାଙ୍କୁ ବିବାହ କରିଛନ୍ତି ।[୪] ତାଙ୍କ ପତ୍ନୀ ୨୦୧୯ ଓ ୨୦୨୪ ମସିହାରେ ଭାରତୀୟ ସାଧାରଣ ନିର୍ବାଚନରେ ସାଂସଦ ଭାବରେ ନିର୍ବାଚନ ଲଢ଼ିଥିଲେ, ମାତ୍ର ପରାଜିତ ହୋଇଥିଲା ।[୫]
ରାଜନୀତି
ସମ୍ପାଦନାସମାଜ ବିଜ୍ଞାନରେ ସ୍ନାତକ ପରେ ହିକ୍କା ଓକିଲାତି ପଢ଼ିଥିଲ ଏବଂ ପରବର୍ତ୍ତୀ ସମୟରେ ସେ ଓଡ଼ିଶାର ରାଜନୀତିରେ ଯୋଗ ଦେଇଥିଲେ ।[୧] ୨୦୦୯ ସାଧାରଣ ନିର୍ବାଚନରେ ଝିନ୍ନ ହିକ୍କା ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ଭାରତର ସଂସଦର ତଳ ସଦନ ଲୋକ ସଭାର ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ପଦବୀ
ସମ୍ପାଦନା- ବିଧାୟକ: ଓଡ଼ିଶାର ବିଧାନ ସଭା (୨୦୦୯-୨୦୧୪)
- ସାଂସଦ: ୧୬ଶ ଲୋକ ସଭା (୨୦୧୪-୨୦୧୯)
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Jhina Hikaka | National Portal of India". www.india.gov.in (in ଇଂରାଜୀ). Retrieved 24 January 2019.
- ↑ "ଆର୍କାଇଭ୍ କପି". Archived from the original on 2012-01-10. Retrieved 2019-01-22.
{{cite web}}
: Cite has empty unknown parameter:|1=
(help) - ↑ "Odisha MLA Jhina Hikaka released by Maoists - Times Of India". The Times of India. 2012-04-26. Archived from the original on 2012-07-01. Retrieved 2012-05-21.
- ↑ ୪.୦ ୪.୧ Dixit, Rakesh (15 April 2012). "BJD MLA Jhina Hikaka hostage crisis: Maoists extend deadline to April 18". India Today (in ଇଂରାଜୀ). Bhubaneswar. Retrieved 24 January 2019.
- ↑ "2024 Indian General Election Results: Koraput (Odisha)". Election Commission of India. Retrieved 6 June 2024.