ଝାରସୁଗୁଡ଼ା ଜିଲ୍ଲା
'ଝାରସୁଗୁଡ଼ା ଜିଲ୍ଲା, ଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଝାରସୁଗୁଡ଼ା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।
ଝାରସୁଗୁଡ଼ା | |
---|---|
ଜିଲ୍ଲା | |
Coordinates: 21°51′00″N 84°00′58″E / 21.85°N 84.016°E | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ସ୍ଥାପନା | ୧ ଜାନୁଆରୀ ୧୯୯୪ |
ସଦର ମହକୁମା | ଝାରସୁଗୁଡ଼ା |
Government | |
• ଜିଲ୍ଲାପାଳ | ବିଭୁତି ଭୂଷଣ ପଟ୍ଟନାୟକ |
• ଲୋକ ସଭା ସଭ୍ୟ | ସଞ୍ଜୟ ଭୋଇ |
Area | |
• ସମୁଦାୟ | 2081 km2 (803 sq mi) |
Population (୨୦୧୧) | |
• Total | ୫,୭୯,୪୯୯ |
• Density | 245/km2 (630/sq mi) |
ଭାଷା | |
• ସରକାରୀ | ଓଡ଼ିଆ, ଇଂରାଜୀ |
Time zone | UTC+୫:୩୦ (IST) |
ପିନ କୋଡ଼ | ୭୬୮ xxx |
ଯାନବାହାନ ପଞ୍ଚୀକରଣ | OD-23 |
ନିକଟତମ ସହର | ଭୁବନେଶ୍ୱର |
ଲିଙ୍ଗାନୁପାତ | ୧.୦୫୭ ♂/♀ |
ସାକ୍ଷରତା | ୭୧.୪% |
ଲୋକ ସଭା ନିର୍ବାଚନ ମଣ୍ଡଳୀ | ବରଗଡ଼ |
ବିଧାନ ସଭା ନିର୍ବାଚନ ମଣ୍ଡଳୀ | ୨: ବ୍ରଜରାଜନଗର (୦୦୬) ଓ ଝାରସୁଗୁଡ଼ା (୦୦୭) |
ଜଳବାୟୁ | Aw (Köppen) |
ବୃଷ୍ଟିପାତ | 1,527 millimetres (60.1 in) |
ହାରାହାରୀ ଗ୍ରୀଷ୍ମ ତାପମାତ୍ରା | 46.7 °C (116.1 °F) |
Website | www |
ଇତିହାସ
ସମ୍ପାଦନାଜାନୁଆରୀ ପହିଲା ୧୯୯୪ ଦିନ ଏହା ସମ୍ବଲପୁର ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାର ପରିଚୟ ପାଇଲା
ଭୂଗୋଳ
ସମ୍ପାଦନାଓଡ଼ିଶାର ପଶ୍ଚିମଭାଗରେ ଅବସ୍ଥିତ ଝାରସୁଗୁଡ଼ା ଜିଲ୍ଲାର ଆୟତନ ୨,୦୮୧ ବର୍ଗ କିମି
ଅବସ୍ଥିତି
ସମ୍ପାଦନା- ପୂର୍ବରେ : ସମ୍ବଲପୁର ଜିଲ୍ଲା
- ବର୍ତ୍ତମାନ: ଝାରସୁଗୁଡ଼ା ଜିଲ୍ଲା
- ପଶ୍ଚିମରେ: ଛତିଶଗଡ଼ ରାଜ୍ୟ
- ଉତ୍ତରରେ : ସୁନ୍ଦରଗଡ଼ ଜିଲ୍ଲା
- ଦକ୍ଷିଣରେ: ବରଗଡ଼ ଜିଲ୍ଲା ଅଛି
ମୁଖ୍ୟ ନଦୀ ଓ ଶାଖାନଦୀ
ସମ୍ପାଦନାଜନସଂଖ୍ୟା
ସମ୍ପାଦନା୨୦୧୧ ଜନଗଣନା [୧]ଅନୁସାରେ, ଝାରସୁଗୁଡ଼ା ଜିଲ୍ଲାର ଲୋକସଂଖ୍ୟା ୫,୭୯,୪୯୯ |
- ପୁରୁଷ: ୨,୯୭,୦୧୪
- ମହିଳା: ୨,୮୨,୪୮୫
- ଛ ବର୍ଷରୁ କମ: ୬୧,୮୨୩
- ପଢୁଆ ହାର ୭୮.୩୬%
- ପୁରୁଷ: ୮୬.୨୭%
- ମହିଳା: ୭୦.୨୫%
ରାଜନୀତି
ସମ୍ପାଦନାଲୋକ ସଭା ନିର୍ବାଚନ ମଣ୍ଡଳୀ
ସମ୍ପାଦନାବିଧାନ ସଭା ନିର୍ବାଚନ ମଣ୍ଡଳୀ
ସମ୍ପାଦନା# | ନିର୍ବାଚନ ମଣ୍ଡଳୀ | ଆରକ୍ଷଣ | ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) | ୧୫ଶ ବିଧାନ ସଭା ସଦସ୍ୟ | ରାଜନୈତିକ ଦଳ |
---|---|---|---|---|---|
୬ | ବ୍ରଜରାଜନଗର | ଅଣ ସଂରକ୍ଷିତ | ବ୍ରଜରାଜନଗର (ପୌ), ବେଲପାହାଡ଼ (ବି), ଲଖନପୁର, ଝାରସୁଗୁଡ଼ା (ଅଂଶ) | ରାଧାରାଣୀ ପଣ୍ଡା | ଭାଜପା |
୭ | ଝାରସୁଗୁଡ଼ା | ଅଣ ସଂରକ୍ଷିତ | ଝାରସୁଗୁଡ଼ା (ପୌ), କିରମିରା, ଲଇକେରା, କୋଲାବିରା, ଝାରସୁଗୁଡ଼ା (ଅଂଶ) | ନବକିଶୋର ଦାସ | କଂଗ୍ରେସ |
ଶିକ୍ଷା
ସମ୍ପାଦନାଝାରସୁଗୁଡ଼ା ଜିଲ୍ଲାର ମୁଖ୍ୟ ଶିକ୍ଷାନୁଷ୍ଠାନ ମଧ୍ୟରେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ(୧୯୬୯ରେ ସ୍ଥାପିତ), ବ୍ରଜରାଜନଗର କଲେଜ(୧୯୭୮ରେ ସ୍ଥାପିତ), ଝାରସୁଗୁଡା ସରକାରୀ ଇଂଜିନିଯରିଂ ସ୍କୁଲ, ବେଲପାହାଡ କଲେଜ, ବ୍ଲାକ ଡାୟମଣ୍ଡ ଇଂଜିନିଯରିଂ କଲେଜ ଓ ଅନ୍ୟାନ୍ୟ କଲେଜ ସବୁ ଅଛି । ଜିଲ୍ଲାରେ ଝାରସୁଗୁଡାର ମନମୋହନ ହାଇସ୍କୁଲ ଓଡ଼ିଶାର ଏକ ପୁରାତନ ସ୍କୁଲ । ଏହା ବ୍ୟତୀତ ଜିଲ୍ଲାର ସବୁ ସହରରେ ଇଂରାଜୀ ମିଡିୟମ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ଆଦି ରହିଛି ।
ଗମନାଗମନ
ସମ୍ପାଦନାଗମନା ଗମନ ଦୃଷ୍ଟିରୁ ଝାରସୁଗୁଡା ଜିଲ୍ଲା ଓଡ଼ିଶାରେ ଏକ ଅଗ୍ରଣୀ ଜିଲ୍ଲା । ଏହା ପୂର୍ବତଟ ରେଲପଥ ଓ ଦକ୍ଷିଣ ପୂର୍ବ ରେଳପଥଦ୍ୱାରା ସଂଯୁକ୍ତ ହୋଇ ଏଠାରୁ କଲିକତା , ଦିଲ୍ଲୀ , ବାଙ୍ଗାଲୋର , ମୁମ୍ବାଇ ସହ ସଂଯୁକ୍ତ । ଜାତୀୟ ରାଜପଥର ବିସ୍ତାର ମଧ୍ୟ ଜିଲ୍ଲାରେ ଯଥେଷ୍ଠ । ଝାରସୁଗୁଡା ମଦ୍ୟ ଦେଇ କଲିକତାରୁ ମୁମ୍ବାଇକୁ ରାଜପଥ ସହ ସମ୍ବଲପୁର ରାଉରକେଲାକୁ ମଧ୍ୟ ସଂଯୋଗ ରହିଛି । ଝାରସୁଗୁଡାରୁ ଛତିଶଗଦର ରାୟପୁର ପର୍ଯ୍ୟନ୍ତ ମଧ୍ୟ ନୂତନ ରାଜପଥ ସଂଯୋଗ ହୋଇଛି ।
ଶିଳ୍ପ
ସମ୍ପାଦନାଝାରସୁଗୁଡା ଜିଲ୍ଲାରେ ଶିଳ୍ପର ବହୁଳ ଉନ୍ନତି ହେଇ ଏହା ଭାରତର ଏକ ପ୍ରମୁଖ ଶିଳ୍ପୋନତ ଜିଲ୍ଲା ଭାବରେ ଜଣା ଶୁଣା । ଏହି ଜିଲ୍ଲାରେ ବ୍ରଜରାଜନଗର ଅଞ୍ଚଳରେ ବିପୁଳ କୋଇଲା ଉପଲବ୍ଧ ଥିବା ହେତୁ , ତାହା ସଙ୍ଗେ ସଙ୍ଗେ ହୀରାକୁଦ ଜଳଭଣ୍ଡାରର ଜଳ ଓ ରେଳ ଓ ସଡକ ପଥ ଥିବା କାରଣରୁ ଜିଲ୍ଲାରେ ଅନେକ ଶିଳ୍ପ ପ୍ରତିଷ୍ଟିତ ହେଇଛି । ତନ୍ନ ମଧ୍ୟରୁ ବେଦାନ୍ତ ଆଲୁମିନା , ଭୂଷଣ ଇସ୍ପାତ , ବିର୍ଲା ଆଲୁମିନା , ଆର୍ଜନ ଇସ୍ପାତ ତଥା ଆହୁରି ଅନେକ ମଧ୍ୟମ ଆକୃତି ଇସ୍ପାତ କାରଖାନା ରହିଛି ।
ପର୍ଯ୍ୟଟନ ସ୍ଥଳ
ସମ୍ପାଦନାଝାରସୁଗୁଡ଼ା ଜିଲ୍ଲା ମଧ୍ୟରେ ଅନେକ ପ୍ରାକୃତିକ ତଥା ଦର୍ଶନୀୟ ସ୍ଥାନ ରହିଛି । ସେଥି ମଧ୍ୟରୁ କୋଇଲି ଘୋଘର ଜଳପ୍ରପାତ ଭାରତ ବିଖ୍ୟାତ ।[୨] ଏହି ଜଳପ୍ରପାତ ଲଖନପୁର ନିକଟସ୍ଥ କୁଶମେଲବହଳ ନାମକ ଗ୍ରାମ ସନ୍ନିକଟରେ ଅବସ୍ଥିତ । ଏହି ଜଳ ପ୍ରପାତରେ ୨୦୦ଫୁଟ ଉପରୁ ଜଳ ନିର୍ଗତ ହେଇ ତାହା ବହି ଯାଏ ଓ ମହାନଦୀରେ ମିଶ୍ରଣ ହୁଏ । ଏହା ଛଡ଼ା ଝାରସୁଗୁଡ଼ାରୁ ୨୫ କିଲୋମିଟର ଦୂର ବିକ୍ରମଖୋଲର ଗୁମ୍ଫା ଭିତରେ ପ୍ରାକ- ଐତିହାସିକ ଶିଳା ଲେଖ ମାନ ପ୍ରତ୍ନତତ୍ତ୍ୱ ବସ୍ତୁ ହିସାବରେ ଐତିହାସିକ ଓ ପ୍ରତ୍ନତତ୍ତ୍ୱବିଦମାନଙ୍କୁ ଆକର୍ଷିତ କରେ ।[୩] ଝାରସୁଗୁଡ଼ା ସହରସ୍ଥ ଝଡେଶ୍ୱର ମନ୍ଦିର , ବ୍ରଜରାଜ ନଗର ନିକଟସ୍ଥ ଚଣ୍ଡୀ ମନ୍ଦିର , ପାହାଡୀ ମନ୍ଦିର ମଧ୍ୟ ବହୁ ପୁରାତନ ସ୍ଥାପତ୍ୟର ପରିଚୟ ହିସାବରେ ଅଛି ।