ଜ୍ୟୋତ୍ସ୍ନା ଦାସ

ଓଡ଼ିଆ ଅଭିନେତ୍ରୀ

ଜ୍ୟୋତ୍ସ୍ନା ଦାସ (ମୃତ୍ୟୁ: ୧୪ ଜୁଲାଇ ୨୦୨୦) ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ ଥିଲେ ।[୧] ସେ ଓଡ଼ିଆ କଥାଚିତ୍ର ସମେତ କିଛି ମଞ୍ଚ ନାଟକରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ସମୟ, ଅଭିମାନ, ସତୀ ଅନସୂୟା, ଉପେନ୍ଦ୍ର ଭଞ୍ଜ, ଫଟା କପାଳ ଅନ୍ୟତମ ।[୨] ଜଣେ ମଞ୍ଚ ଅଭିନେତ୍ରୀ ଭାବରେ ସେ ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କଳାହାଣ୍ଡି, ମୟୂରଭଞ୍ଜ ଜିଲ୍ଲା ସମେତ ଭୁବନେଶ୍ୱର, ରାଉରକେଲା ପ୍ରଭୃତି ସ୍ଥାନରେ ବିଭିନ୍ନ ରାଜ୍ୟସ୍ତରୀୟ ନାଟକ ସମାରୋହରେ ଅଭିନୟ କରିଥିଲେ । ୧୪ ଜୁଲାଇ ୨୦୦୨ରେ ସେ ମୃତ୍ୟୁବରଣ କରିଥିଲେ ।

ଜ୍ୟୋତ୍ସ୍ନା ଦାସ
ଜନ୍ମ
ଜ୍ୟୋତ୍ସ୍ନା ଦାସ
ମୃତ୍ୟୁଜୁଲାଇ ୧୪, ୨୦୨୦(୨୦୨୦-୦୭-୧୪) (୬୩ ବର୍ଷ)
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୭୫ - ୧୯୮୮

ବ୍ୟକ୍ତିଗତ ଜୀବନ ସମ୍ପାଦନ କରନ୍ତୁ

ଜ୍ୟୋତ୍ସ୍ନା ଦାସ ବ୍ରହ୍ମପୁରରେ ବାସ କରୁଥିଲେ । ସେ ସେଣ୍ଟ୍‌ ଭିନ୍‌ସେଣ୍ଟ କନ୍‌ଭେଣ୍ଟ୍‌ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରୁଥିଲେ ।[୩]

କଥାଚିତ୍ର ଜୀବନ ସମ୍ପାଦନ କରନ୍ତୁ

ଜ୍ୟୋତ୍ସ୍ନା ୧୯୭୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ସମୟ । ଏହାପରେ ସେ ଗୌରୀ, ଦେବଯାନୀ, ସୁନା ଚଢ଼େଇ, ଅଭିମାନ, ସତୀ ଅନସୂୟା, ଉପେନ୍ଦ୍ର ଭଞ୍ଜ, ଫଟା କପାଳ ଭଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୩]

ଅଭିନୀତ କଥାଚିତ୍ର ସମ୍ପାଦନ କରନ୍ତୁ

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୭୫ ସମୟ ପ୍ରଥମ ଓଡ଼ିଆ କଥାଚିତ୍ର
୧୯୭୭ ଅଭିମାନ
୧୯୭୯ ଗୌରୀ ମୋହିନୀ
୧୯୮୧ ଦେବଯାନୀ
୧୯୮୮ ସୁନା ଚଢ଼େଇ ସାବିତ୍ରୀ
ଅଭିମାନ
୧୯୭୮ ସତୀ ଅନସୂୟା
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
ଫଟା କପାଳ

ମୃତ୍ୟୁ ସମ୍ପାଦନ କରନ୍ତୁ

ଜ୍ୟୋତ୍ସ୍ନା ଦାସ ୨୦୨୦ ମସିହାର ଜୁଲାଇ ମାସ ୧୪ ତାରିଖରେ ମୃତ୍ୟବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ ଉଦର ଜନିତ ସମସ୍ୟାରେ ପୀଡ଼ିତ ଥିଲେ ।[୩]

ଆଧାର ସମ୍ପାଦନ କରନ୍ତୁ

  1. "ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ". ସମ୍ବାଦ. ବ୍ରହ୍ମପୁର: ସମ୍ବାଦ. 15 July 2020. Archived from the original on 15 July 2020. Retrieved 15 July 2020.
  2. ୨.୦ ୨.୧ "ପରଲୋକରେ ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସ". Samaja Live. 15 July 2020. Archived from the original on 15 July 2020. Retrieved 15 July 2020.
  3. ୩.୦ ୩.୧ ୩.୨ "ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ | Sambad". ସମ୍ବାଦ. sambad.in. 14 July 2020. Archived from the original on 15 July 2020. Retrieved 15 July 2020.

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ