ଜାନକୀ ଅମ୍ମାଲ
ଜାନକୀ ଅମ୍ମାଲ ଏଡାଭଲେଥ କକ୍କଟ (୪ ନଭେମ୍ବର ୧୮୯୭ – ୭ ଫେବୃଆରୀ ୧୯୮୪) ଜଣେ ଭାରତୀୟ ମହିଳା ଉଦ୍ଭିଦ ବିଜ୍ଞାନ ବିଶେଷଜ୍ଞ ଥିଲେ ଯିଏ ସାଇଟୋଜେନେଟିକ୍ସ ଓ ଭୁଗୋଳ ସମ୍ବନ୍ଧରେ ଅନେକ ବୈଜ୍ଞାନିକ ଗବେଷଣା କରିଥିଲେ[୧] । ତାଙ୍କର ଉଲ୍ଲେଖନୀୟ ଅବଦାନ ବାଇଗଣ ଓ ଆଖୁ ଉପରେ ପର୍ଯ୍ୟବସିତ ଥିଲା । କେରଳରୁ ସେ ଅନେକ ମୂଲ୍ୟବାନ ଔଷଧୀୟ ବୃକ୍ଷ ସଂଗ୍ରହ କରିଥିଲେ ।
ଜାନକୀ ଅମ୍ମାଲ | |
---|---|
ଜନ୍ମ | |
ମୃତ୍ୟୁ | ୭ ଫେବୃଆରୀ ୧୯୮୪ | (ବୟସ ୮୬)
ଜାତୀୟତା | ଭାରତୀୟ |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ଉଦ୍ଭିଦ ବିଜ୍ଞାନ, Cytology |
କର୍ମାନୁଷ୍ଠାନ | University Botany Laboratory, Madras |
ପ୍ରାକ ଜୀବନ
ସମ୍ପାଦନାକେରଳର ତଲସେରିରେ (ପୁରୁଣା ତେଲିଚେରି) ଜାନକୀ ଆମ୍ମାଲ ୧୮୯୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ[୨] । ତାଙ୍କର ପିତା ଦିବାନ ବାହାଦୂରଏଡାଭାଲେଥ କକ୍କଟ କ୍ରିଷ୍ନନ ମାନ୍ଦ୍ରାଜ ପ୍ରେସିଡେନ୍ସିରେ ସବ ଜଜ ଥିଲେ । ତାଙ୍କର ୬ ଭାଇ ଓ ୫ ଭଉଣୀ ଥିଲେ । ପରିବାରରେ ଝିଅମାନଙ୍କୁ ବୌଦ୍ଧିକ ଚିନ୍ତାଧାରା ଓ ସୂକ୍ଷ୍ମ କଳା ବିଷୟରେ ଆଗେଇବାକୁ ଉତ୍ସାହିତ କରାଯାଉଥିଲା । ତେଲିଚେରିରେ ସ୍କୁଲ ଶିକ୍ଷା ସମାପ୍ତ ହେବା ପରେ କୁଇନ୍ସମେରୀ କଲେଜରୁ ସ୍ନାତକ ହେଲେ ଓ ୧୯୨୧ ମସିହାରେ ପ୍ରେସିଡେନ୍ସି କଲେଜରୁ ପ୍ରାଣୀ ବିଜ୍ଞାନରେ ସମ୍ମାନ ଲାଭ କଲେ । ତାଙ୍କର ଶିକ୍ଷକମାନଙ୍କର ଉପଦେଶ ଅନୁସାରେ ସେ ସାଇଟୋଜେନେଟିକ୍ସ ପଢ଼ିବାକୁ ସ୍ଥିର କଲେ ।
ବୃତ୍ତି
ସମ୍ପାଦନାଜାନକୀ ମାଡ୍ରାସର (ଆଧୁନିକ ଚେନ୍ନଇ) ମହିଳା ଖ୍ରୀଷ୍ଟିଆନ କଲେଜରେ ଶିକ୍ଷା ଦାନ କରି ୧୯୨୫ ମସିହାରେ ଆମେରିକାର ମିସିଗାନ ୟୁନିଭରସିଟିରୁ ମାସ୍ଟର ଡିଗ୍ରୀ ପାଇଲେ । ସେଠାରୁ ଫେରି ସେହି ମହିଳା କଲେଜରେ ଶିକ୍ଷା ଦାନ ଜାରି କଲେ । ଆଉ ଥରେ ଓରିଏଣ୍ଟାଲ ବାର୍ବୋର ଫେଲୋ ପାଇ ମିସିଗାନ ଯାଇ ୧୯୩୧ ମସିହାରେ ଡି.ଏସ.ସି. ଡିଗ୍ରୀ ଲାଭ କଲେ । ସେଠାରୁ ଫେରିବା ପରେ ତିଭାନ୍ଦ୍ରମର ମହାରାଜା ବିଜ୍ଞାନ କଲେଜରେ ପ୍ରଫେସର ରୂପେ ୧୯୩୨ରୁ ୧୯୩୪ ପର୍ଯ୍ୟନ୍ତ କାମ କଲେ । କୋଏମ୍ବାଟୁରର ସୁଗରକେନ ବ୍ରିଡିଙ୍ଗ ଅନୁସ୍ଠାନରେ ସେ ଜେନେଟିସିସ୍ଟ ରୂପେ ୧୯୩୪ରୁ ୧୯୩୯ ପର୍ଯ୍ୟନ୍ତ କାମ କଲେ । ଇଂଲଣ୍ଡର ଜନ୍ ଇନ୍ନେସ୍ ହର୍ଟିକଲଚରାଲ୍ ଇନସ୍ଟିଚ୍ୟୁଟରେ ସେ ସହାୟକ ସାଇଟୋଲଜିଷ୍ଟ ରୂପେ ୧୯୪୦ରୁ ୧୯୪୫ ପର୍ଯ୍ୟନ୍ତ କାମ କଲେ । ତା ପରେ ରୟଲ ହର୍ଟିକଲଚରାଲ୍ ସୋସାଇଟି, ବିସଲେରେ ସାଇଟୋଲୋଜସ୍ଟ ରୁପେ ୧୯୪୫ରୁ ୧୯୫୧ ପର୍ଯ୍ୟନ୍ତ କାମ କଲେ ।
ଜବାହରଲାଲ ନେହେରୁଙ୍କର ନିମନ୍ତ୍ରଣ ପାଇ ସେ ୧୯୫୧ରେ ବୋଟନିକାଲ ସର୍ଭେ ଅଫ ଇଣ୍ଡିଆ ଅନୁଷ୍ଠାନକୁ ପୁନଃସ୍ଥାପନ କରିବାକୁ ଭାରତ ଫେରି ଆସିଲେ[୩] । ସନ୧୯୫୨ରେ ସେ ଅଫିସର ଅନ ସ୍ପେସିଆଲ ଡ୍ୟୁଟି ପଦବୀରେ ଯୋଗଦାନ କରି ଶେଷରେ ଡାଇରେକ୍ଟର ଜେନେରାଲ୍ ହେଲେ[୪] ।
ଆମ୍ମାଲ ଅନେକ୍ ଇଣ୍ଟରଜେନେଟିକ ହାଇବ୍ରିଡ ( Saccharum x Zea, Saccharum x Erianthus, Saccharum x Imperata and Saccharum x Sorghum ) ତିଆରି କରିଥିଲେ । ଏହି କାମ ଗୁଡ଼ିକ ଯୁଗାନ୍ତକାରୀ ଥିଲା । ପରେ ଭାରାତ ସରକାର ଅଧିନରେ ସେଣ୍ଟ୍ରାଲ ବୋଟନିକାଲ୍ ଲାବୋରେଟରୀର ମୂଖ୍ୟ ହେଲେ, ଜାମ୍ମୁର ରିଜିଓନାଲ ରିସର୍ଚ୍ଚ ଲାବରେ ଅଫିସର ଅନ ସ୍ପେସିଆଲ ଡ୍ୟୁଟି ଥିଲେ । ଟ୍ରମ୍ବେର ଭାବା ଆଟମିକ ଅନୁଷ୍ଠାନରେ କାମ କରିବା ପରେ ୧୯୭୦ରେ ଏମେରିଟସ୍ ସାଇଣ୍ଟିଷ୍ଟ ଭାବେ ମାଡ୍ରାସର ସେଣ୍ଟର ଫର ଆଡଭାନ୍ସଡ ଷ୍ଟଡି ଅନୁଷ୍ଠାନରେ ଯୋଗ ଦେଲେ । ମାଡ୍ରାସ ନିକଟରେ ଅବସ୍ଥିତ ମଦୁରାଭୋୟାଲର ଫିଲ୍ଡ ଲାବୋରେଟରି ସେଣ୍ଟରରେ ତାଙ୍କର ମୃତ୍ୟୁ (୧୯୮୪) ପର୍ଯ୍ୟନ୍ତ ରହିଥିଲେ ।
ଗବେଷଣା
ସମ୍ପାଦନାଜାନକୀ ଇଂଲଣ୍ଡରେ ଥିଲାବେଳେ (୧୯୩୯ରୁ ୧୯୫୦) ଅନେକ ବଗିଚା ଗଛର କ୍ରୋମୋଜୋମ ଅନୁଶୀଳନ କରିଥିଲେ । ବିଭିନ୍ନ ସ୍ପେସିଜମାନଙ୍କର ବିବର୍ତ୍ତନ ପ୍ରକ୍ରିୟା ଉପରେ ତାଙ୍କର ଗବେଷଣା ଆଲୋକପାତ କରିଥିଲା । ଏହି ବିଷୟ ନେଇ ସି.ଡି.ଡାରିଙ୍ଗଟନଙ୍କ ସହ ମିଶି କ୍ରୋମୋଜୋମ୍ ଆଟଲାସ ଅଫ୍ କଲ୍ଟିଭେଟେଡ ପ୍ଲାଣ୍ଟସ ନାମକ ଏକ ବହି ରଚନା କରିଥିଲେ । ଔଷଧୀୟ ଗୁଳ୍ମ ବ୍ୟତୀତ ସୋଲାନମ, ଦୁଦୁରା, ମେନ୍ଥା, ସିମ୍ବୋପୋଗୋନ୍ ଓ ଡାୟୋସ୍କୋରିଆ ବିଷୟରେ କାମ କରିଥିଲେ । ଥଣ୍ଡା, ଆର୍ଦ୍ର ଜଳବାୟୁରେ ହେଉଥିବା ଗଛ ଓ ଥଣ୍ଡା ଶୁଷ୍କ ଜଳବାୟୁରେ ହେଉଥିବା ଗଛ ପାର୍ଥକ୍ୟ ପଲିପ୍ଲଏଡି (Polyploidy) ଯୋଗୁ ହେବା ପ୍ରତିପାଦନ କରିଥିଲେ । ଏଥନୋବୋଟାନି (ethnobotany) ଉପରେ ତାଙ୍କର ଗବେଷଣା କେନ୍ଦ୍ରୀଭୁତ ହୋଇଥିଲା । ସେ 'ମ୍ୟାଗ୍ନୋଲିଆ କୋବୁସ ଜାନକୀ ଆମ୍ମାଲ ନାମରେ ଏକ ଫୁଲ ସୃଷ୍ଟି କରିଥିଲେ ।
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ୧୯୩୫ - ଫେଲୋ ଅଫ୍ ଦି ଇଣ୍ଡିଆନ୍ ଏକାଡେମି ଅଫ୍ ସାଇନ୍ସ
- ୧୯୫୬ - ୟୁନିଭରସିଟି ଅଫ୍ ମିସିଗାନଦ୍ୱାରା ପ୍ରଦତ୍ତ ଅନରାରି ଏଲ୍.ଏଲ୍.ଡି.
- ୧୯୫୭ - ଫେଲୋ ଅଫ୍ ଇଣ୍ଡିଆନ୍ ନ୍ୟାସନାଲ୍ ସାଇନ୍ସ ଏକାଡେମି
- ୧୯୫୭ - ଭାରତ ସରକାରଙ୍କଦ୍ୱାରା ପଦ୍ମଶ୍ରୀ ଉପାଧି
- ୨୦୦୦ - ଭାରତର ଏନ୍ଭିରନ ଓ ଫରେସ୍ଟ୍ରି ମନ୍ତ୍ରଣାଳାୟ ତାଙ୍କ ନାମରେ ନ୍ୟାସନାଲ ଆବାର୍ଡ ଅଫ୍ ଟାକ୍ସୋନୋମି ପୁରସ୍କାର ଦେବା ଘୋଷଣା କରିଥିଲେ ।
ଅନ୍ୟାନ୍ୟ ଉତ୍ସ
ସମ୍ପାଦନା- S Kedharnath, Edavaleth Kakkat Janaki Ammal (1897–1984), Biographical Memoirs of Fellows of the Indian National Science Academy, 13, pp. 90–101, with portrait (1988).
- P Maheshwari and R N Kapil, Fifty Years of Science in India. Progress of Botany, Indian Science Congress Association, Calcutta, pp. 110, 118 (1963).
ଆଧାର
ସମ୍ପାଦନା- ↑ C.V, Subramanyan. "Janaki Ammal" (PDF). Indian Association of Scientists. Retrieved 20 October 2012.
- ↑ Subramanian, C V. "Edavaleth Kakkat Janaki Ammal — IAS Women in Science" (PDF). Indian Academy of Sciences. Retrieved 22 December 2012.
- ↑ "Seminar to remember woman scientist". The Hindu. 27 October 2010. Retrieved 10 August 2013.
- ↑ "Vice-President to open Inter-University Centre for Biosciences". The Hindu. 2 July 2010. Retrieved 10 August 2013.