ବାଇଗଣ ଇଂରାଜୀ : Brinjal କିମ୍ବା eggplant (ବଟାନୀକାଲ ନାମ: Solanum melongena L)।[୧][୨] ଏହା କୃଷି ଜାତ ବାର୍ଷିକ ଗୁଳ୍ମ । ଏହାର ଫଳକୁ ପରିବା ଭାବେ ବ୍ୟବହାର କରାଯାଏ । ଲୋକେ ବାଇଗଣକୁ ତରକାରୀ, ପୋଡ଼ା ଓ ଭଜା କରି ଖାଆନ୍ତି । ବାଇଗଣ ଧଳା, କଳା, ବାଇଗଣିଆ ଓ ସବଜା ଭେଦରେ ନାନାପ୍ରକାର । କେତେକ ବାଇଗଣ ଡ଼ାଳ ଓ ପତ୍ର ଡ଼େମ୍ଫରେ କଣ୍ଟା ଥାଏ ଏବଂ କେତେକରେ ନ ଥାଏ । ବାଇଗଣ ମଞ୍ଜି ଛୋଟ, ଚେପଟା ଓ ଗୋଲ ଥିବାରୁ ଯେଉଁ ଲେଖା ଅକ୍ଷର ଛୋଟ ଓ ଗୋଲ ହୋଇ ଥାଏ ତାକୁ ବାଇଗଣ ମଞ୍ଜି ସଙ୍ଗେ ତୁଳନା କରାୟାଏ; ବୈଦ୍ୟକମତରେ ଏହା ମଧୁରରସ, ତୀକ୍ଷ୍ଣ, ଉଷ୍ଣବୀର୍ଯ୍ୟ, କଟୁବିପାକ, ଅଗ୍ନିବିପାକ, ଅଗ୍ନିଦୀପକ ଶୁକ୍ରଜନକ, ଲଘୁ ଓ ବାୟୁ ଜର ଏବଂ ଶ୍ଲେଷନାଶକ, କଷି ବାଇଗଣ କଫ ଓ ପିତ୍ତନାଶକ ପାଚିଲା ବାଇଗଣ ପିତ୍ତକାରକ ଓ ଗୁରୁ; ପୋଡ଼ା ବାଇଗଣ କିଞ୍ଚିତ୍ ପିତ୍ତକର, ଲଘୁ, ଅଗ୍ନିଦୀପକ ଓ କଫ, ମେଦ ବାୟୁ ଓ ଆମଦୋଷର ଶାନ୍ତିକର କୁକୁଟାଣ୍ଡ ପରି ଏକ ପ୍ରକାର ଧଳା ବାଇଗଣ ଅର୍ଶରୋଗରେ ବିଶେଷ ହିତକର ।

ବାଇଗଣ
Solanum melongena 24 08 2012 (1).JPG
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Solanales
କୁଳ: Solanaceae
ପ୍ରଜାତି: Solanum
ଜାତି: S. melongena
ବାଇନୋମିଆଲ ନାମ
Solanum melongena
Synonyms

Solanum ovigerum Dunal
Solanum trongum Poir.
and see text

ବେଏ କୋଳି ନାମକ କଣ୍ଟାଲତରେ ବାଇଗଣ ପରି ଅତି ଛୋଟ ଛୋଟ ଫଳ ଫଳେ ଏବଂ ତାହା ଔଷଧରେ ବ୍ୟବହୃତ ହୁଏ । ଜଙ୍ଗଲରେ ଏହି ଜାତୀଯ ଏକପ୍ରକାର ଗଛ ୮/୧୦ ହାତ ଉଚ୍ଚରେ ବଢ଼େ ଓ ତହିଁରେ ବାଇଗଣ ଆକୃତି ବିଶିଷ୍ଟ ଗୋଟାଳି ପରି କ୍ଷୁଦ୍ରଫଳ ଧରେ; ଏହାର ନାମ ଗୋଠ ବାଇଗଣ (ବଂ. ଗୋଟବେଗୁନ)

ନାମକରଣସମ୍ପାଦନ କରନ୍ତୁ

କେତେକ ବାଇଗଣ ଛୋଟ ଛୋଟ ଓ ପେନ୍ଥା ପେନ୍ଥା ହୋଇ ଫଳେ ସେମାନଙ୍କୁ ପେଣ୍ଡୀ ବାଇଗଣ ବୋଲାଯାଏ । ବଡ଼ ବଡ଼ ବାଇଗଣକୁ ଭେଲୁଆ ଏବଂ ଖୁବ୍ ବଡ଼ ବଡ଼ ହେଲେ ସେମାନଙ୍କୁ ହନୁମନ୍ତିଆ ବାଇଗଣ ବୋଲାଯାଏ । ସରୁ ଓ ଲମ୍ବା ଏକପ୍ରକର ବାଇଗଣକୁ ନାଇକିରି ବା ନାଡ଼ିକିରି ବା ନାରିକିରି ବାଇଗଣ ବୋଲାଯାଏ । ଅତି କ୍ଷୁଦ୍ର କଣ୍ଟାୟୁକ୍ତ ଏକପ୍ରକାର ଅତି ଛୋଟ ବାଇଗଣ ପଡ଼ିଆ ଜମିରେ ଫଳେ ତାକୁ ଭେଜୀବାଇଗଣ ବୋଳାଯାଏ । ଯେଉଁ ବାଇଗଣ ନଈର ପାଳରେ ଫଳେ ଓ ପାଣିଚିଆ ଲାଗେ ତାକୁ ପାଳୁଅ ବା ଢୁଢୁଆ ବାଇଗଣ କୁହାଯାଏ । [୩]

ଢୁଢୁଆ ବାଇଗଣସମ୍ପାଦନ କରନ୍ତୁ

ନଈ କୂଳିଆ ପଟୁମାଟିରେ ହେଉଥିବା ବଡ଼ ବଡ଼ ପାଳୁଆ ବାଇଗଣକୁ ଢଢ଼ୁଆ/ଢୁଢୁଆ ବାଇଗଣ କୁହାଯାଏ (ଢଢ଼ୁଆ ଗଡ଼ଜାତରେ ପ୍ରଚଳିତ ଏକ ଶବ୍ଦ । ପହାଡ଼ରୁ ବାହରିଥିବା ଛୋଟ ନାଳ ବା ଯୋରକୁ 'ଢଢ଼ୁଆ' କୁହାଯାଏ ) ।ଏହି ବାଇଗଣ ପାଣିଚିଆ ଲାଗେ । ଏହାର ଆକାର ନଡ଼ିଆ ଭଳି ବଡ଼ ବଡ଼ ହୋଇଥାଏ । ଓଡ଼ିଶାର ବାଙ୍କୀ ଅଞ୍ଚଳରେ ପ୍ରବାହିତ ମହାନଦୀ କୂଳରେ ଏହି ବାଇଗଣ ପ୍ରଚୁର ପରିମାଣରେ ଚାଷ କରାଯାଏ ।[୪]

ଲୋକକଥାରେ ଢଢ଼ୁଆ ଏବଂ ଇତିହାସସମ୍ପାଦନ କରନ୍ତୁ

ରଣ, ବଣ, ଛଣ । ବାଙ୍କୀରାଜା ଥାଇବୋଇଲେ ମୋ ଢଢ଼ୁଆ ବାଇଗଣ ।।

ଏହା ଏକ ବହୁଳ ପ୍ରଚଳିତ ଢଗ । ଏହାର ଉତ୍ପତି ଏହିପରି: ଡମପଡ଼ା ରାଜ୍ୟରେ ପ୍ରବାହିତ ରଣ ନଈରୁ ମାଛ, ବଣରୁ ଜଙ୍ଗଲ ଜାତ ପଦାର୍ଥ ଏବଂ ନଦୀ ପଠାରୁ ଛଣ ବା ତଣ୍ଡି ମିଳୁଥିଲା । ଏ ସବୁରୁ ବେଶ ଖଜଣା ଆଦାୟ ହେଉଥିଲା । ତେବେ ବାଙ୍କୀ ଅଞ୍ଚଳରେ ଚାଷ ହେଉଥିବା କେବଳ ଢଢ଼ୁଆ ବାଇଗଣରୁ ସେଠାକାର ରାଜା ଅଧିକ ଖଜଣା ପାଉଥିଲେ । ଏହାକୁ ଲକ୍ଷ୍ୟ କରି ଢଗର ସୃଷ୍ଟି । [୫]

ଚାଷସମ୍ପାଦନ କରନ୍ତୁ

ପ୍ରଥମେ ମଞ୍ଜିରୁ ଚାରା କରି ଟାରାଗୁଡ଼ିକ ପ୍ରାଯ ୮ ଆଙ୍ଗୁଳ ଉଚ୍ଚ ହୋଇଗଲେ କୋଡ଼ିରେ ହଣା ହୋଇଥିବା କିଆରିରେ ସେମାନଙ୍କୁ ପୋତିବାକୁ ହୁଏ । ବାଇଗଣ ଗଛ ଢ଼ିପ ଯାଗାରେ ହୁଏ ଏବଂ ୩ ଦିନରେ କିଆରିରେ ଥରେ ଲେଖାଏଁ ପାଣି ଦେବାକୁ ହୁଏ । କୃଷକ ୟତ୍ନ କଲେ ବର୍ଷକ ମଧ୍ୟରେ ୩ଥର ବାଇଗଣ ଫସଲ ଆମଦାନି କରି ପାରେ । ଖୁବ୍ ଉଚ୍ଚ ପାର୍ବତ ଦେଶରେ ବାଇଗଣ ଗଛ ଉଧାଏ ନାହିଁ ।

ଅଧିକ ଦେଖନ୍ତୁସମ୍ପାଦନ କରନ୍ତୁ

ଉଦ୍ଧୃତିସମ୍ପାଦନ କରନ୍ତୁ

ଅଧିକ ତଥ୍ୟସମ୍ପାଦନ କରନ୍ତୁ