ମୁଖ୍ୟ ସୂଚୀ ଦେଖିବେ
ନଗ୍ନବୀଜୀ Cycas rumphii

ବିଜ୍ଞାନର ଯେଉଁ ବିଭାଗରେ ଉଦ୍ଭିଦ ତଥା ସେମାନଙ୍କ ବିଶେଷତ୍ୱ ବିଷୟରେ ଅଧ୍ୟୟନ କରାଯାଏ ତାହାକୁ ଉଦ୍ଭିଦବିଜ୍ଞାନ କୁହାଯାଏ । ଏହି ବିଷୟକୁ ଅଧ୍ୟୟନ କରୁଥିବା ବୈଜ୍ଞାନିକ ମାନଙ୍କୁ ଉଦ୍ଭିଦବି଼ଜ୍ଞାନୀ ବା ଉଦ୍ଭିଦବି଼ଜ୍ଞାନବିତ୍ (Botanist) କୁହାଯାଏ । ଇଂରାଜୀରେ ଏହି ବିଷୟକୁ Botany (ଗ୍ରୀକ୍ ଶବ୍ଦ botanēରୁ ଆନୀତ) କୁହାଯାଏ । ଉଦ୍ଭିଦବିଜ୍ଞାନୀ ମାନେ ସଧାରଣରେ ଦେଖାଯାଉଥିବା ଗଛ, ଲତାଙ୍କ ବ୍ୟତୀତ ଶୈବାଳଫିମ୍ପିଙ୍କୁ ମଧ୍ୟ ଅଧ୍ୟୟନ କରିଥାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧,୦୬୪,୦୩୫ଟି ଉଦ୍ଭିଦ ପ୍ରଜାତି ଆବିଷ୍କାର କରାଯାଇଅଛି। ଏଥିମଧ୍ୟରୁ ୩୫୦,୬୯୯ଟି ପ୍ରଜାତିକୁ ପ୍ରକୃତ ପ୍ରଜାତିର ମାନ୍ୟତା ଦିଆଯାଇଛି।[୧]

ଥିଓଫ୍ରାଷ୍ଟସ୍ (Theophrastus)ଙ୍କୁ ଉଦ୍ଭିଦବିଜ୍ଞାନର ଜନକ ବୋଲି ବିବେଚନା କରାଯଏ।[୨] [୩] କିନ୍ତୁ ଆଦିମ କାଳରୁ ଉଦ୍ଭିଦ ଜାତ ଦ୍ରବ୍ୟକୁ ଖାଦ୍ୟ, ଔଷଧ ଇତ୍ୟାଦିରେ ବ୍ୟବହାର କରାଯାଇ ଆସୁଅଛି ଏବଂ ଅନେକ ପ୍ରାଚୀନ ସଭ୍ୟତାରେ ବିଶେଷତ୍ୱ ଅନୁସାରେ ଉଦ୍ଭିଦ ମାନଙ୍କୁ ବିଭିନ୍ନ ଶ୍ରେଣୀ (ଯଥା ଶସ୍ଯ, ଔଷଧ ଓ ବିଷାକ୍ତ)ରେ ବିଭକ୍ତ କରିଥିଲେ। ୧୮ଶହ ଶତାଦ୍ଧୀରେ ଇଉରୋପର ଉଦ୍ୟାନ ମାନଙ୍କରେ ଫୁଲଗଛ ମାନଙ୍କ ଚିହ୍ନଟ, ବର୍ଗୀକରଣ ଏବଂ ନାମକରଣର ଆବଶ୍ୟକତା ପଡିଥିଲା। ଏହା ବୈଜ୍ଞାନିକ ପଦ୍ଧତିରେ ଉଦ୍ଭିଦ ଶ୍ରେଣୀବିଭାଗ କରିବା କାର୍ଯ୍ୟକୁ ପ୍ରୋତ୍ସାହିତ କରିଥିଲା। ଏଥିସହ ଆଧୁନିକ ଉଦ୍ଭିଦବିଜ୍ଞାନର ଅୟମାରମ୍ଭ ହୋଇଥିଲା। କ୍ୟାରୋଲସ୍ ଲିନିୟସ୍ ଉଦ୍ଭିଦ ମାନଙ୍କ ବିଭ୍ଭିନାତାକୁ ଅଧ୍ୟୟନ କରି binomial nomenclature ପଦ୍ଧତି ସିଷ୍ଟେମାନଚୁରେ ନାମକ ପୁସ୍ତକରେ ବର୍ଣ୍ଣନା କରିଥିଲେ। ଏହାଦ୍ୱାରା ଚିହ୍ନଟ, ବର୍ଗୀକରଣ ଏବଂ ନାମକରଣ ସହଜରେ କରାଯାଇପାରିଲା। ଚାର୍ଲସ୍ ଡାରୱିନ୍ ଉଦ୍ଭିଦ ବିବର୍ତ୍ତନକୁ ଅଧ୍ୟୟନ କରିଥିଲେ।

୧୯ଂଶ ତଥା ୨୦ଂଶ ଶତବ୍ଦୀରେ ଉନ୍ନତ ବୈଷୟିକ ତଥା ବୈଜ୍ଞାନିକ କ୍ଔଶଳରେ ଅଗ୍ରଗତି ଯୋଗୁँ ଉଦ୍ଭିଦକୋଷ, ରସାୟନବିଜ୍ଞାନ, ବଂଶାନୁକ୍ରମର ଅଧ୍ୟୟନ କରଗଲା। ଗତ ଦୁଇ ଦଶକରେ D.N.A sequencing ପଦ୍ଧତି ଦ୍ୱରା ଉଦ୍ଭିଦର ବିକାଶ ଏବଂ ବୃଦ୍ଧିକୁ ଅଧ୍ୟୟନ କରଯାଉଛି।

ଆମେ ଊଦ୍ଭିଦଜାତ ଦ୍ରବ୍ୟକୁ ମୁଖ୍ୟ ଖାଦ୍ୟ ଭାବେ ବ୍ୟବହାରକରୁ। ଧାନ, ଗହମ ଓ ମକାକୁ ମୁଖ୍ୟତ୍ଃ ପ୍ରଧାନ ଖଦ୍ୟା ଭବେ ଗ୍ରହଣ କରଯାଏ। କାଠ, ରବର, ଝୋଟ, ମହୁ, ଔଷଧଜାତୀୟ ଦ୍ରବ୍ୟ ପାଇँ ଆମେ ଉଦ୍ଭିଦ ମାନଙ୍କ ଉପରେ ନିର୍ଭରଶୀଳ। ମାଟିରୁ ଜଳ, ବାୟୁ ମଣ୍ଡଳରୁ ଅଙ୍ଗାରକାମ୍ଳ ବାଷ୍ପ ଏବଂ ସୁର୍ଯ୍ୟାଲୋକକୁ ବ୍ୟବହାର କରି ଆଲୋକଶ୍ଲେଷଣ ପ୍ରକ୍ରିୟାରେ ସବୁଜ ଉଦ୍ଭିଦ ମାନେ ଶର୍କରା ଓ ଜୀବନଦାୟୀ ଅମ୍ଳଜାନ ବାଷ୍ପ ପ୍ରସ୍ତୁତ କରିଥାନ୍ତି। ତେଣୁ ପରିବେଶ ସନ୍ତୁଳନରେ ଉଦ୍ଭିଦ ମାନେ ମହତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସବୁଦୃଷ୍ଟିରୁ ଦେଖିଲେ ଧରା ପୃଷ୍ଠରେ ମଣିଷ ତଥା ଅନ୍ଯ ପ୍ରାଣୀ ମାନେ ବଞ୍ଚିବା ପାଇँ ଉଦ୍ଭିଦଜଗତ ଅତ୍ୟାବଶ୍ୟକ।

ଜନସଂଖ୍ୟା ବିସ୍ଫୋରଣ ତଥା ଜଳବାୟୁ ପରିବର୍ତ୍ତନ ଯୋଗୁ ଖଦ୍ୟାଭାବ ଆଜି ଉଦ୍ଭିଦବି଼ଜ୍ଞାନୀ ମାନଙ୍କ ପାଇँ ନୂଆ ଚ୍ଯାଲେଞ୍ଜ୍ ଭାବରେ ଠିଆ ହୋଇଛି। ଜୈବପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରି ଉଦ୍ଭିଦବିଜ୍ଞାନୀ ମାନେ ଅନେକ ନୂଆ ଓ ଉନ୍ନତ କିସମ ଉଭ୍ୱିଦ ତିଆରି କରିବରେ ଲବିଛନ୍ତି। ଜାଟ୍ରୋଫା ପରି ଉଦ୍ଭିଦରୁ ଜାଳେଣି ବାହାର କରି ଶକ୍ତି ସଙ୍କଟ ଦୂର କରିବରେ ଲାଗିଛନ୍ତି।

ବିଷୟସୂଚୀ

ଇତିହାସସମ୍ପାଦନ କରନ୍ତୁ

ମନୁଷ୍ୟ ସଭ୍ୟତାର ବିକାଶରେ ଉଦ୍ଭିଦ ଜଗତର ମହତ୍ୱପୁର୍ଣ ଯୋଗଦାନ ରହିଛି । ଆଦିମକାଳରୁ ଉଦ୍ଭିଦଜାତ ପଦାର୍ଥକୁ ମୁଖ୍ୟତଃ ଖାଦ୍ୟ, ଔଷଧ ତଥା ବିଭ୍ଭିନ୍ନ ନିତ୍ୟବ୍ୟବହୃତ ସାମଗ୍ରି ଭାବେ ବ୍ୟବହର କରାଯାଇଛି। ତେଣୁ ଉଦ୍ଭିଦ ମାନଙ୍କୁ ଅନେକ ପ୍ରାଚୀନ ସଭ୍ୟତାରେ ଅଧ୍ୟୟନ କରାଯାଇଛି। ଉଦହରଣ୍ ସ୍ୱରୂପ ୧୧୦୦ ବି.ସି. ପୂର୍ବରୁ ଲେଖଯାଇଥିବା ଚରକ ସଂହିତାରେ ସମସ୍ତ ଉଦ୍ଭିଦ ଜଗତକୁ ଚାରୋଟି ଶ୍ରେଣୀରେ (ବନସ୍ଫତି, ବୃକ୍ଷ୍ୟ, ବିରୁଧ, ଔଷଧୀ) ବିଭକ୍ତ କରାଯାଇଛି। ସେହିପରି ପ୍ରାଚୀନ ଚୀନରେ ମଧ୍ଯ ଉଦ୍ଭିଦ ବିଜ୍ଞାନ ଅଧ୍ୟୟନର ପ୍ରାମଣ ମିଳିଛି।

୩୭୧-୨୮୭ ବି.ସି.ରେ ଥିଓଫ୍ରାଷ୍ଟସ୍ (Theophrastus) ହିସ୍ଟୋରିଆ ପ୍ଲାଣ୍ଟାରମ୍ (Historia Plantarum) ନାମକ ପୁସ୍ତକ ରଚନା କରିଥିଲେ। ଏହି ପୁସ୍ତକରେ ଉଦ୍ଭିଦ ଜଗତର ଶ୍ରେଣୀବିଭାଗ, ଉଦ୍ଭିଦ ରୋପଣର ବିଭ୍ଭିନ୍ନ ଶୈଳୀ, ଉଦ୍ଭିଦ ପ୍ରଜନନ, ବଣୁଆ ବୃକ୍ଷ, ଲତା ପ୍ରଜାତି, ବିଶାଳ ଗଣ୍ଡିଯୁକ୍ତ ବୃକ୍ଷ, ଗୁଳ୍ମ, ଶସ୍ୟ ତଥା ଡାଲି ଜାତିୟ ଉଦ୍ଭିଦ ଏବଂ ଔଷଧୀୟ ଉଦ୍ଭିଦ ସଂର୍ପକରେ ବର୍ଣ୍ଣନା କରିଥିଲେ। ତେଣୁ ଥିଓଫ୍ରାଷ୍ଟସ୍‌ଙ୍କୁ ଉଦ୍ଭିଦବିଜ୍ଞାନର ଜନକ ବୋଲି କୁହଯାଏ।

୧୬ଶହ ଶତାଦ୍ଧୀରେ ଈଟାଲୀରେ ଅନେକ ଗୁଡିଏ ବଟାନିକାଲ୍ ଉଦ୍ୟାନ (ବଟାନିକାଲ୍ ଗାର୍ଡେନ୍)ର ସ୍ଥାପନା କରଯାଇଥିଲା। ଏହି ପ୍ରକାରର ଉଦ୍ୟାନ ମାନଙ୍କୁ ଧାର୍ମିକ ଅନୁଷ୍ଠାନ (monastery) ମାନେ ପୃଷ୍ଠପୋଷକତା କରୁଥିଲେ ଏବଂ ଉଦ୍ଭିଦ ବିଜ୍ଞାନ ଅଧ୍ୟୟନର ପ୍ରାସ୍ଛହିତ କରିଥିଲେ। ୧୬୨୧ରେ ଇଉରୋପରେ ପ୍ରଥମ ବଟାନିକାଲ୍ ଉଦ୍ୟାନ ଇଂଲଣ୍ଡ ସ୍ଥିତ ଅକ୍ସଫୋର୍ଡ୍ ବିଶ୍ୱବିଦ୍ୟାଳୟରେ ସ୍ଥାପନ କରଗଲା। ଏହି ସମୟ ପର୍ଯ୍ୟନ୍ତ ଉଦ୍ଭିଦବିଜ୍ଞାନର ଔଷଧୀୟ ବିଜ୍ଞାନର ଅଂଶ ଭାବେ ଗ୍ରହଣ କରାଯାଉଥିଲା।

୧୬୬୫ ମସିହାରେ ରବର୍ଟ୍ ହୂକ୍ ( Robert Hooke) ସ୍ୱବିକଶିତ ଅଣୁବିକ୍ଷଣ ଯନ୍ତ୍ରଦ୍ୱାରା ଉଦ୍ଭିଦ ବକ୍କଳ (କର୍କ)କୁ ଅନୁଧ୍ୟାନ କରି ଅନେକ ଛୋଟ ଛୋଟ କୋଠରୀ ପରି ଆକୃତି ପାଇଥିଲେ। ପରେ ସେ ସମାକୃତି ଆକାର ଜୀବନ୍ତ ଉଦ୍ଭିଦ ଅଂଗରେ ପାଇଥିଲେ। ଏହି ଛୋଟ କୋଠରୀକୁ ଜୀବକୋଷ (cell) କୁହାଗଲା। ଜୀବକୋଷ ହେଉଛି ପ୍ରତ୍ୟେକ ଜୀବନ୍ତ ପ୍ରାଣୀର ଏକକ।

୧୮ଶହ ଶତାଦ୍ଧୀରେ ଇଉରୋପ ଉଦ୍ୟାନ ମାନଙ୍କରେ ଫୁଲଗଛ ମାନଙ୍କ ଚିହ୍ନଟ, ବର୍ଗୀକରଣ ଏବଂ ନାମକରଣର ଆବଶ୍ୟକତା ପଡିଥିଲା। ବୈଜ୍ଞାନିକ ପଦ୍ଧତିରେ ଉଦ୍ଭିଦ ଶ୍ରେଣୀଭୁକ୍ତ କରିବା କାର୍ଯରୁ ଆଧୁନିକ ଉଦ୍ଭିଦବିଜ୍ଞାନର ଅୟମାରମ୍ଭ ହୋଇଥିଲା। ଜନ୍‌ ରେ (John Ray) କାମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ବିଭ୍ଭିନ୍ନ ପ୍ରଜାତିର ଫୁଲକୁ ଅନୁଧ୍ୟାନ କରିଥିଲେ। ସେ ପ୍ରଥମେ ଜାତିର (species) ସଂଜ୍ଞାକରଣ କରିଥିଲେ। ପ୍ରଜାତି ହେଉଛି ପ୍ରାଣୀ ବର୍ଗୀକରଣର ଏକକ। ପରେ ୧୭୫୩ରେ କ୍ୟାରୋଲସ୍ ଲିନିୟସ୍ ଉଦ୍ଭିଦ ମାନଙ୍କୁ ବିଭ୍ଭିନାତାକୁ ଅଧ୍ୟୟନ କରି ବାଇନୋମିଆଲ୍ ନୋମେନକ୍ଳେଚର୍ (binomial nomenclature) ପଦ୍ଧତି ସିଷ୍ଟେମାନଚୁରେ ନାମକ ପୁସ୍ତକରେ ବର୍ଣ୍ଣନା କରିଥିଲେ। ସମସ୍ତ ଉଦ୍ଭିଦ ଜଗତକୁ ସେ ୨୪ଟି ଶ୍ରେଣୀରେ ବିଭକ୍ତ କରିଥିଲେ। ଏହି ପଦ୍ଧତି ଅନୁସାରେ ପ୍ରତ୍ୟେକ ଜୀବକୁ ଦୁଇଟି ପଦରେ ନାମିତ କରାଗଲା। ଦୁଇଟି ପଦରୁ ପ୍ରଥମ ପଦଟିକୁ ପ୍ରଜାତି (Genus) ଏବଂ ଦ୍ୱିତୀୟ ପଦଟି ଜାତି (Species)କୁ ବୁଝାଏ। ସମୟକ୍ରମେ ୧୮୫୯ ମସିହାରେ ଚାର୍ଲସ୍ ଡାରୱିନ୍ଙ୍କଦ୍ୱାରା ବିବର୍ତ୍ତନବାଦ ପ୍ରକାଶିତ ହେଲାପରେ ଆଧୁନିକ ବର୍ଗୀକରଣ କରାଗଲା।

ବ୍ରିଟିଶ୍ ଶାସନ କାଳରେ ଅନେକ ଇଉରେପୀୟ ଉଦ୍ଭିଦବି଼ଜ୍ଞାନୀ ଭରତୀୟ ଉପମହଦେଶର ଉଦ୍ଭିଦ ସମୂହକୁ ଅଧ୍ୟୟନ କରିଥିଲେ। ସେମାନଙ୍କ ମଧ୍ୟରୁ ୱିଲିୟମ୍ ରକ୍ସବର୍ଗ୍‌ଙ୍କ ଉଲ୍ଲେଖନୀୟ ଅବଦାନ ଯୋଗୁଁ ତାଙ୍କୁ ଭାରତର ଉଦ୍ଭିଦବିଜ୍ଞାନର ଜନକ ବୋଲି କୁହାଯାଏ।[୪] ସେହିପରି ଜେ ଡି ହୁକର ୧୯୬୦ ମସିହାରେ ଫ୍ଲୋରା ଅଫ୍ ବ୍ରିଟିଶ୍ ଇଣ୍ଡିଆ ପୁସ୍ତକ ପ୍ରକାଶ କରିଥିଲେ।

ଉଦ୍ଭିଦବିଜ୍ଞାନର ଉପଯୋଗିତାସମ୍ପାଦନ କରନ୍ତୁ

 
ଆଲୋକଶ୍ଳେଷଣ

ପୃଥିବୀପୃଷ୍ଠରେ ଜୀବଜଗତ ତିଷ୍ଠିରହିବା ପାଇଁ ଉଦ୍ଭିଦ ମାନଙ୍କ ଗୁରୂତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ମନୁଷ୍ୟ ତଥା ଅନ୍ୟ ଜୀବ ମାନେ ଉଦ୍ଭିଦଜାତ ପଦାର୍ଥକୁ ଖାଦ୍ୟ ଭବେ ଗ୍ରହଣ କରିଥାନ୍ତି। ତାଛଡା ଅନେକ ଦରକରୀ ବସ୍ତୁ ଯେପରିକି ଝୋଟ, ତୂଳା, ବିଭ୍ବିନ୍ନ ଔଷଧ ଏବଂ ଇନ୍ଧନ ମଧ୍ୟ ଉଦ୍ଭିଦ ଠାରୁ ମିଳିଥାଏ। ପରିବେଶରେ ବିଭ୍ଭିନ୍ନ ଉପାଦାନ ଯେପରିକି ଅଙ୍ଗାରକ, ଯବକ୍ଷାରଜାନର ପୁନ୍ଃଚକ୍ରଣରେ ଉଦ୍ଭିଦ ମାନେ ସକ୍ରିୟ ଭୂମିକ ନିର୍ବାହ କରିଥାନ୍ତି। ମାଟିରୁ ଜଳ, ବାୟୁ ମଣ୍ଡଳରୁ ଅଙ୍ଗାରକାମ୍ଳ ବାଷ୍ପ ଏବଂ ସୁର୍ଯ୍ୟାଲୋକକୁ ବ୍ୟବହାର କରି ଆଲୋକଶ୍ଲେଷଣ ପ୍ରକ୍ରିୟାରେ ସବୁଜ ଉଦ୍ଭିଦ ମାନେ ଶର୍କରା ଓ ଜୀବନଦାୟୀ ଅମ୍ଳଜାନ ବାଷ୍ପ ପ୍ରସ୍ତୁତ କରିଥାନ୍ତି।

 




 
Root nodules

ଡାଲି ଜାତୀୟ ଶସ୍ୟ ମାନେ ରାଇଜୋବିୟମ୍ ବ୍ୟାକ୍ଟେରିଆ ସହଯୋଗରେ ବାୟୁମଣ୍ଡଳରୁ ମୁକ୍ତ ଯବକ୍ଷାରଜାନକୁ ବିବନ୍ଧିତ କରି ମୃତ୍ତିକାକୁ ଉର୍ବର କରିଥାନ୍ତି।

 



ଉଦ୍ଭିଦ ଶ୍ରେଣୀବିଭାଗସମ୍ପାଦନ କରନ୍ତୁ

ଉଦ୍ଭିଦ ଶ୍ରେଣୀବିଭାଗୀକରଣ ଉଦ୍ଭିଦବିଜ୍ଞାନର ଏକ ଗୁରୁତ୍ୱପୁର୍ଣ୍ଣ ବିଷୟ। ଚାର୍ଲସ୍ ଡାରୱିନ୍ଙ୍କଦ୍ୱାରା ବିବର୍ତ୍ତନବାଦ ବିଚାରଧାରା ପ୍ରକାଶ ହେବପରେ ଶ୍ରେଣୀବିଭାଗୀକରଣ ଉଦ୍ଭିଦ ପ୍ରଜାତିର ଉତ୍ପତି ତଥା ଅନ୍ୟ ଉଦ୍ଭିଦ ପ୍ରଜାତିସହ ସମ୍ବନ୍ଧ ଉପରେ ପର୍ଯ୍ୟବେଷିତ କରଗଲା। ଏହି ପ୍ରକାରର ବିଭାଗୀକରଣକୁ ପ୍ରାକ୍ରୃତିକ ପଦ୍ଧତି ବୋଲି କୁହାଯାଏ।

  • ଅପୁଷ୍ପକ ଉଦ୍ଭିଦ
    • ଥାଲୋଫାଇଟା
      • ଶୈବାଳ
      • କବକ ବା ଫିମ୍ପି
      • ଲାଇକେନ୍
    • ବ୍ରାଇଓଫାଇଟା
    • ଟେରିଡୋଫାଇଟା
  • ସପୁଷ୍ପକ ଉଦ୍ଭିଦ
    • ନଗ୍ନବୀଜୀ
    • ଆବୃତବୀଜୀ
      • ଏକ-ବୀଜପତ୍ରୀ
      • ଦ୍ୱି-ବୀଜପତ୍ରୀ

ଉଦ୍ଭିଦବିଜ୍ଞାନର ମୂଖ୍ୟ ଶାଖାସମ୍ପାଦନ କରନ୍ତୁ

  • ଉଦ୍ଭିଦ ଆକୃତିବିଜ୍ଞାନ
  • କୋଷଜନନ ବିଜ୍ଞାନ
  • ଉଦ୍ଭିଦ ବିବର୍ତ୍ତନ
  • ଉଦ୍ଭିଦ ରସାୟନବିଜ୍ଞାନ
  • ପାଦପାଶ୍ମବିଜ୍ଞାନ
  • ଉଦ୍ଭିଦ ଶରୀରକ୍ରିୟାତ୍ମକ ବିଜ୍ଞାନ
  • ଉଦ୍ଭିଦ ବର୍ଗୀକରଣ
  • ଆର୍ଥିକ ଉଦ୍ଭିଦବିଜ୍ଞାନ
  • ଉଦ୍ଭିଦ ଭ୍ରୃଣବିଜ୍ଞାନ

ଆଧାରସମ୍ପାଦନ କରନ୍ତୁ

  1. "The Plant List". Retrieved November 22, 2018.
  2. "The Origins of Botany". Retrieved November 22, 2017.
  3. "The Origins of Botany". Retrieved November 22, 2018.
  4. Dr. William Roxburgh : The Father of Indian Botany

ଅଧିକ ଜାଣନ୍ତୁସମ୍ପାଦନ କରନ୍ତୁ