ଗୋପୀନାଥ ନନ୍ଦ

ଭାଷା-ତତ୍ତ୍ଵ ଆଲୋଚକ ଓ ଗବେଷକ

ଗୋପୀନାଥ ନନ୍ଦ ( ୨୧ ଅଗଷ୍ଟ ୧୮୬୯ - ୧୨ ଜାନୁଆରୀ ୧୯୨୪), ଗୋପୀନାଥ ନନ୍ଦ ଶର୍ମା ନାମରେ ମଧ୍ୟ ପରିଚିତ,[୧] ଜଣେ ଓଡ଼ିଆ ଭାଷା-ତତ୍ତ୍ୱବିଦ୍, ଅଭିଧାନ ସଂକଳକ, ନାଟ୍ୟକାର ଓ ଲେଖକ ଥିଲେ । ସେ ଥିଲେ ୧୯୧୬ ମସିହାରେ ପ୍ରକାଶିତ ଶବ୍ଦତତ୍ତ୍ୱବୋଧ ଅଭିଧାନର ସଂକଳକ ଥିଲେ । ତାଙ୍କର ଏହି ଅବଦାନ ନିମନ୍ତେ ସେ କାଇଜର-ଇ-ହିନ୍ଦ ଉପାଧି ପାଇଥିଲେ ଓ "ଓଡ଼ିଶାର ପାଣିନୀ" ନାମରେ ସୁପରିଚିତ ଥିଲେ ।[୨]

ଗୋପୀନାଥ ନନ୍ଦ
ଗୋପୀନାଥ ନନ୍ଦ
Born(1869-08-21)୨୧ ଅଗଷ୍ଟ ୧୮୬୯
ପାରଳାଖେମୁଣ୍ଡି
Died୧୨ ଜାନୁଆରୀ ୧୯୨୪(1924-01-12) (ବୟସ ୫୪)
Nationalityଭାରତୀୟ
Occupationଅଧ୍ୟାପକ
Notable workପ୍ରଥମ ଓଡ଼ିଆ ଭାଷାକୋଷ ରଚୟିତା

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଗୋପୀନାଥ ନନ୍ଦ ୧୮୬୯ ମସିହା ଅଗଷ୍ଟ ୨୧ ତାରିଖରେ ଆଧୁନିକ ଗଜପତି ଜିଲ୍ଲାସ୍ଥିତ ପାରଳାଖେମୁଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ । ସେ ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ନିଜ ପ୍ରଚେଷ୍ଠାରେ ସେ ଓଡ଼ିଆ ସମେତ ସଂସ୍କୃତ, ପାଲି, ପ୍ରାକୃତ, ତେଲୁଗୁ, ତାମିଲ, ବଙ୍ଗଳା, ହିନ୍ଦୀ, କନ୍ନଡ଼ ଓ ପାରସୀ ଆଦି ଏଗାରଟି ଭାଷାରେ ପାରଦର୍ଶିତା ଲାଭ କରିଥିଲେ । ତିରିଶ ବର୍ଷ ବୟସରେ ସେ ନିଜ ଶ୍ରବଣ ଶକ୍ତି ହରାଇଥିଲେ ।

ସାହିତ୍ୟ ରଚନା ସମ୍ପାଦନା

ଗୋପୀନାଥ ନନ୍ଦ ପାରଳାଖେମୁଣ୍ଡିରେ ରହି ମୁଖ୍ୟତଃ ତାଙ୍କର ଗବେଷଣା ଓ ରଚନା କରିଥିଲେ । ସେତେବେଳେ ପାରଳାଖେମୁଣ୍ଡି ମାଡ୍ରାସ ପ୍ରେସିଡେନ୍ସିର ଅନ୍ତର୍ଭୁକ୍ତ ଥିଲା ଓ ସେଠାରେ ତେଲୁଗୁ ଭାଷାର ବହୁଳ ପ୍ରଚଳନ ଥିଲା । ତାଙ୍କୁ ଓଡ଼ିଆରେ ରଚନା ଜାରି ରଖିବା ନିମନ୍ତେ ଭାଷାଭିତ୍ତିକ ଓ ରାଜନୈତିକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା । ଓଡ଼ିଆ ଭାଷାରେ ତାଙ୍କର ସର୍ବଶ୍ରେଷ୍ଠ ସାହିତ୍ୟିକ ରଚନା ଥିଲା ଶବ୍ଦତତ୍ତ୍ୱବୋଧ ଅଭିଧାନ । ଗୋପୀନାଥ ନନ୍ଦ "ବୃହତ ବ୍ୟାକରଣ" ନାମରେ ଏକ ବ୍ୟାକରଣ ଗ୍ରନ୍ଥ ମଧ୍ୟ ରଚନା କରିଥିଲେ । ଅନ୍ୟାନ୍ୟ ଭାଷାରେ ଲେଖାଥିବା ମହାଭାରତ ସହିତ ସାରଳା ମହାଭାରତର ତୁଳନାତ୍ମକ ବିଶ୍ଳେଷଣ କରି ସେ ସାରଳା ମହାଭାରତର ମୌଳିକତାକୁ ପ୍ରତିପାଦିତ କରିପାରିଥିଲେ ।[୩] ସେ ଓଡ଼ିଆରେ କବିତା ଓ ନାଟକ ମଧ୍ୟ ରଚନା କରିଥିଲେ ।

ରଚନାବଳୀ ସମ୍ପାଦନା

କବିତା ଗ୍ରନ୍ଥ ସମ୍ପାଦନା

  • ଚନ୍ଦ୍ରୋଦୟ
  • କର୍ମ ବିପାକ

ନାଟକ ସମ୍ପାଦନା

  • ସୀତା ବନବାସ
  • ଜାନକୀ ପରିଣୟ
  • ଉନ୍ମତ୍ତ ରାଘବ
  • ବିକ୍ରମୋର୍ବଶୀୟ
  • ଦ୍ରୌପଦୀ ବସ୍ତ୍ରହରଣ
  • ରାମାଶ୍ୱମେଧ[୪]

ଅନ୍ୟାନ୍ୟ ସମ୍ପାଦନା

  • ଶବ୍ଦତତ୍ତ୍ୱବୋଧ ଅଭିଧାନ[୫]
  • ବୃହତ ବ୍ୟାକରଣ
  • ଭାରତ ଦର୍ପଣ
  • ଓଡ଼ିଆ ଭାଷାତତ୍ତ୍ୱ[୬]

ଆଧାର ସମ୍ପାଦନା

  1. "OTHER EMINENT PERSONS". Gajapati Dist. Adm. Retrieved 21 ଅଗଷ୍ଟ 2015.
  2. Amaresh Datta (1988). Encyclopaedia of Indian Literature. Sahitya Akademi. pp. 1030–. ISBN 978-81-260-1194-0.
  3. http://odisha.gov.in/e-magazine/Orissareview/june_july-2007/engpdf/Pages118-119.pdf
  4. ସମ୍ବାଦ ୨୧/୦୮/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪ରେ ପ୍ରକାଶିତ ଓଡ଼ିଶାର ପାଣିନି
  5. Gopinath Nanda Sharma; Gopīnātha Nanda (1962). Shabdatatwabodha abhidhan. Bi. Si. Dāśa.
  6. "ପ୍ରଥମ ଓଡ଼ିଆ ଭାଷାତତ୍ତ୍ୱ ଗବେଷକ". ସମ୍ବାଦ ଭୁବନେଶ୍ୱର ସଂସ୍କରଣ ୧୪/୦୧/୨୦୧୬ ପୃଷ୍ଠା ୪. {{cite news}}: |access-date= requires |url= (help)