ଗୁରୁ ଚରଣ ନାଏକ
ଗୁରୁ ଚରଣ ନାଏକ (ଜନ୍ମ: ୨୪ ଜାନୁଆରୀ ୧୯୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ଓଡ଼ିଶା ରାଜନୀତିରେ ସେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ, ସ୍ୱତନ୍ତ୍ର ପାର୍ଟି ଏବଂ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ୪ଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସଭ୍ୟ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୫୨, ୧୯୫୭, ୧୯୬୧ ଓ ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚମ୍ପୁଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ୩ୟ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୧୯୬୭ ଭାରତୀୟ ସାଧାରଣ ନିର୍ବାଚନରେ ଗୁରୁ କେନ୍ଦୁଝର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଗୁରୁ ଚରଣ ନାଏକ | |
---|---|
ବିଧାୟକ: ୧ମ, ୨ୟ, ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୬୭ | |
ପର ଅଧିକାରୀ | କ୍ଷେତ୍ର ମୋହନ ନାୟକ |
ନିର୍ବାଚନ ମଣ୍ଡଳୀ | ଚମ୍ପୁଆ |
ସାଂସଦ: ୪ର୍ଥ ଲୋକ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୦ | |
ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ସହରାଇ ଓରାମ |
ପର ଅଧିକାରୀ | ସହରାଇ ଓରାମ |
ନିର୍ବାଚନ ମଣ୍ଡଳୀ | ଚମ୍ପୁଆ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୪ ଜାନୁଆରୀ ୧୯୧୯ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ, ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ଅନ୍ନପୂର୍ଣ୍ଣା ନାଏକ |
ସନ୍ତାନ | ୧ ପୁଅ |
ବାପା/ବୋଉ | ବୃନ୍ଦାବନ ନାଏକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ଶିକ୍ଷା ଓ ପରିବାର
ସମ୍ପାଦନାଗୁରୁ ଚରଣ ନାଏକ ୧୯୧୯ ମସିହାର ଜାନୁଆରୀ ମାସ ୨୪ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବୃନ୍ଦାବନ ନାଏକ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ରୁ କମ । ତାଙ୍କ ପତ୍ନୀଙ୍କ ନାମ ଅନ୍ନପୂର୍ଣ୍ଣା ନାଏକ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Shri Guru Charan Naik". odishaassembly.nic.in. Odisha Assembly. Retrieved 6 August 2019.