ଗଗନେନ୍ଦ୍ର ନାଥ ଦାଶ
ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ, (୨୫ ନଭେମ୍ବର ୧୯୪୦-୧୯ ନଭେମ୍ବର ୨୦୨୨) ଓଡ଼ିଶାର ଜଣେ ଖ୍ୟାତନାମା ଭାଷାବିତ୍, ପ୍ରାବନ୍ଧିକ[୧] ଏବଂ ସମାଲୋଚକ ଥିଲେ ।[୨][୩] ସେ ବିଜେବି ସାନ୍ଧ୍ୟ ମହାବିଦ୍ୟାଳୟ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆଦି ମହାବିଦ୍ୟାଳୟ/ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷା ପ୍ରଦାନ କରିଥିଲେ । ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ନିମନ୍ତେ ସେ ୨୦୧୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ, ୨୦୧୧ ମସିହାରେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, ୨୦୧୧ ମସିହାରେ ବିଷୁବ ପୁରସ୍କାର, ୨୦୦୫ ମସିହାରେ ପ୍ରବନ୍ଧ ଏବଂ ସମାଲୋଚନା ନିମନ୍ତେ ଉତ୍କଳ ସାହିତ୍ୟ ସମାଜ ପୁରସ୍କାର ଆଦିରେ ସମ୍ମାନୀତ ହୋଇଥିଲେ । ୨୦୦୬ରେ ସେ ଓଡ଼ିଶା ପ୍ରବନ୍ଧ ଏବଂ ସମାଲୋଚନା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୦୨ରେ ସେ ପ୍ରବନ୍ଧ ଏବଂ ସମାଲୋଚନା ପାଇଁ ଝଙ୍କାର ସମ୍ମାନ ପାଇଥିଲେ ମଧ୍ୟ ସେଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଥିଲେ ।
ଗଗନେନ୍ଦ୍ର ନାଥ ଦାଶ | |
---|---|
![]() ୨୦୧୫ ମସିହାରେ ଗଗନେନ୍ଦ୍ର ନାଥ ଦାଶ | |
ଜନ୍ମ ଓ ଜନ୍ମସ୍ଥାନ | କଡ଼େଇ, ଯାଜପୁର ଜିଲ୍ଲା | ୨୫ ନଭେମ୍ବର ୧୯୪୦
ମୃତ୍ୟୁ | ୧୯ ନଭେମ୍ବର ୨୦୨୨ ଭୁବନେଶ୍ୱର | (ବୟସ ୮୧)
ବୃତ୍ତି | ଅଧ୍ୟାପନା |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର, (ଓଡ଼ିଆ ଭାଷା), ପିଏଚଡି |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ ବିଶ୍ୱଭାରତୀ,ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | ହିନ୍ଦୁଜ୍ ଆଣ୍ଡ ଟ୍ରାଇବାଲ୍ସ୍ ଜନଶ୍ରୁତି କାଞ୍ଚିକାବେରୀ |
ପୁରସ୍କାର | ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ବିଷୁବ ପୁରସ୍କାର |
ଜୀବନସାଥୀ | ରାମାଦେବୀ |
ସନ୍ତାନ | ତପନ, ପ୍ରତିଚି |
୨୦୨୨ ମସିହା ନଭେମ୍ବର ୧୯ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ୮୧ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।
ସଂକ୍ଷିପ୍ତ ଜୀବନୀ ସମ୍ପାଦନ କରନ୍ତୁ
ଗଗନେନ୍ଦ୍ର ନାଥ ଦାଶ ୧୯୪୦ରେ ଅବିଭକ୍ତ ଯାଜପୁର ଜିଲ୍ଲାର ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ବାଞ୍ଛାନିଧି ଦାଶ ୧୯୨୧ରେ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇଥିଲେ । ତାଙ୍କ ମା' ସୁଲୋଚନା ଦେବୀ ଜଣେ ଗୃହିଣୀ ଥିଲେ । ତାଙ୍କର ୨୦୨୨ ମସିହା ନଭେମ୍ବର ୧୯ ତାରିଖରେ ଭୁବନେଶ୍ୱରଠାରେ ପରଲୋକ ଘଟିଥିଲା ।[୪]
ଶିକ୍ଷା ଓ ବୃତ୍ତି ସମ୍ପାଦନ କରନ୍ତୁ
ଗାଁଁ ବିଦ୍ୟାଳୟରେ ଶିକ୍ଷା ସମାପ୍ତ ପରେ ରେଭେନ୍ସାରୁ ୧୯୫୯ରେ ସ୍ନାତକ (ଓଡ଼ିଆ ସମ୍ମାନ) ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୬୧ରେ ଶାନ୍ତିନିକେତନର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୧୯୬୨ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଜେବି ସାନ୍ଧ୍ୟ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ସାଢ଼େ ଚାରିବର୍ଷ ପରେ ଶାନ୍ତିନିକେତନରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ଦଶବର୍ଷ ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସ୍ନାତକୋତ୍ତର ବିଭାଗରେ ଭାଷାବିଜ୍ଞାନୀ ରିଡର ଭାବେ ଯୋଗ ଦେଇଥିଲେ । ୧୯୮୫ ମସିହାରେ ପ୍ରଫେସର ପଦବୀ ପାଇ ୨୦୦୦ ନଭେମ୍ବରରେ ଅବସର ଗ୍ରହଣ କରିଥିଲେ । [୫]
ରଚନାବଳୀ ସମ୍ପାଦନ କରନ୍ତୁ
- ନବଦିଗନ୍ତର ସନ୍ଧାନରେ, ୨୦୧୬ ପ୍ରକାଶିକା- ରମାଦେବୀ, ଭୁବନେଶ୍ୱର[୬]
- ଓଡ଼ିଆର ସ୍ୱାଭିମାନ ଓ ଅନ୍ୟାନ୍ୟ ପ୍ରସଙ୍ଗ (କିଞ୍ଚିତ ଅପ୍ରିୟ କଥନ), ୨୦୧୫[୭]
- ପୁନଶ୍ଚ ଜନଶୃତି କାଞ୍ଚିକାବେରୀ, ପ୍ରକାଶିକା- ରମାଦେବୀ, ଭୁବନେଶ୍ୱର
- ଜନଶୃତି କାଞ୍ଚିକାବେରୀ, ୧୯୭୯, ପୁସ୍ତକ ଭଣ୍ଡାର
- ଖଦ୍ୟୋତର ଦ୍ୟୁତି, ୧୯୮୪, ଡାଇମଣ୍ଡ ପବ୍ଳିଶର୍ସ
- ନୀଳକଣ୍ଠ ସ୍ମାରକୀ-୩, ୧୯୮୬, ପଣ୍ଡିତ ନୀଳକଣ୍ଠ ସ୍ମୃତି ସମିତି
- ଶୈଳି ବିଜ୍ଞାନ, ୧୯୮୯, ଇନଷ୍ଟିଚ୍ୟୁଟ ଅଫ ଓଡ଼ିଆ ଷ୍ଟଡିଜ
- ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ, ୧୯୯୨, କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର
- ଓଡ଼ିଆ ବ୍ୟାକରଣ, ୧୯୯୫, ମାଧ୍ୟମିକ ଶିକ୍ଷା ପରିଷଦ ବିଦ୍ୟାଳୟ, କଟକ[୮]
- Hindus and Tribals, ୧୯୯୮, ଡିସେଣ୍ଟ ବୁକ୍ସ
- ନିର୍ବାଚିତ ପ୍ରବନ୍ଧ ସଂକଳନ, ୨୦୦୫, ବିଦ୍ୟାପୁରୀ
- ଫକୀର ମୋହନ: ସାହିତ୍ୟ ଓ ବ୍ୟକ୍ତିତ୍ୱ, ୨୦୦୬, ଗ୍ରନ୍ଥମନ୍ଦିର
- ଓଡ଼ିଆ ଭାଷା ଚର୍ଚ୍ଚାର ପରମ୍ପରା,
- ନବଦିଗନ୍ତର ସନ୍ଧାନରେ ୨୦୧୬
- Conversational Oriya, ୧୯୭୨
- Orissa a classified and comprehensive Bibliography, ୧୯୮୧
- Descriptive Morphology of Oriya, ୧୯୮୨, ବିଶ୍ୱ ଭାରତୀ
- Bibliography on Lord Jagannatha, Puri, ୧୯୯୨, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ
- Imaging Odisha, ୨୦୧୩, ପ୍ରଫୁଲ୍ଲ ପାଠାଗାର[୯]
ସମ୍ମାନ ଓ ପୁରସ୍କାର ସମ୍ପାଦନ କରନ୍ତୁ
- କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ - ୨୦୧୮[୧୦]
- ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର - ୨୦୧୧[୧୧]
- ବିଷୁବ ପୁରସ୍କାର - ୨୦୧୧
- ଭୁବନେଶ୍ୱର ପୁସ୍ତକ ମେଳା ରଜତ ସମ୍ମାନ - ୨୦୧୦
- ଫକୀର ମୋହନ ସାହିତ୍ୟ ପରିଷଦ ସମ୍ମାନ - ୨୦୦୭
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ପ୍ରବନ୍ଧ ଏବଂ ସମାଲୋଚନା) - ୨୦୦୬ (ପ୍ରତ୍ୟାଖ୍ୟାତ)[୧୨]
- ଉତ୍କଳ ସାହିତ୍ୟ ସମାଜ ପୁରସ୍କାର (ପ୍ରବନ୍ଧ ଏବଂ ସମାଲୋଚନା) - ୨୦୦୫
- ଇସ୍ତାହାର ରୌପ୍ୟ ଜୟନ୍ତି ସମାରୋହ ସମ୍ମାନ (ପ୍ରବନ୍ଧ ଏବଂ ସମାଲୋଚନା) - ୨୦୦୩
- ଝଙ୍କାର ସମ୍ମାନ (ପ୍ରବନ୍ଧ ଏବଂ ସମାଲୋଚନା) - ୨୦୦୨ (ପ୍ରତ୍ୟାଖ୍ୟାତ)
- ଗୋକର୍ଣ୍ଣିକା ସମ୍ମାନ - ୨୦୦୧
- ଲିଙ୍ଗୁଇଷ୍ଟିକ ସୋସାଇଟି ଅଫ୍ ଇଣ୍ଡିଆ (ଆଜୀବନ ସଦସ୍ୟତା)
- ଇନ୍ଷ୍ଟିଚ୍ୟୁଟ ଅଫ ଓଡ଼ିଆ ଷ୍ଟଡିଜ (ଆଜୀବନ ସଦସ୍ୟତା)
ଆଧାର ସମ୍ପାଦନ କରନ୍ତୁ
- ↑ http://www.thehindu.com/todays-paper/tp-national/tp-otherstates/great-works-of-regional-literature-must-be-brought-to-light/article2355958.ece
- ↑ Ulka Anjaria (8 October 2012). Realism in the Twentieth-Century Indian Novel: Colonial Difference and Literary Form. Cambridge University Press. pp. 197–. ISBN 978-1-107-02763-3. Retrieved 16 July 2013.
- ↑ Peter Antes; Armin W. Geertz; Randi Ruth Warne (1 January 2004). Regional, Critical, and Historical Approaches. Walter de Gruyter. pp. 528–. ISBN 978-3-11-021170-2. Retrieved 16 July 2013.
- ↑ "ଗଗନେନ୍ଦ୍ରନାଥ ଦାଶଙ୍କର ପରଲୋକ". No. ସମ୍ବାଦ ୨୦/୧୧/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 21 November 2022. Retrieved 21 November 2022.
- ↑ ଖୁଣ୍ଟିଆ, ବିଜୟ କୁମାର (୬ ଅକ୍ଟୋବର ୨୦୧୩). "ଭଲ ମଣିଷ ହେବା ନିଜ ଉପରେ ନିର୍ଭର କରେ". ସୂର୍ଯ୍ୟପ୍ରଭା.
{{cite news}}
:|access-date=
requires|url=
(help); Check date values in:|date=
(help) - ↑ http://www.dharitri.com/sahityayan/190316/p8.htm
- ↑ http://www.dharitri.com/sahityayan/280516/p8.htm
- ↑ Marlis Hellinger; Hadumod Bußmann (10 April 2003). Gender Across Languages: The linguistic representation of women and men. John Benjamins Publishing. pp. 257–. ISBN 978-90-272-9681-8. Retrieved 16 July 2013.
- ↑ http://www.telegraphindia.com/1130410/jsp/odisha/story_16767144.jsp#.UeTzAKxhAf4
- ↑ "Four Odias get Sahitya Akademi Award". The Pioneer. 6 December 2018. Retrieved 6 December 2018.
- ↑ "State Sahitya Akademi winner snubs award - The Times of India". indiatimes.com. 2013. Retrieved 16 July 2013.
Gaganendranath Dash has refused to accept the Sahitya Akademi Award
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 26 January 2017.