ଖେଚେଡ଼ି

ଭାରତୀୟ ଖାଦ୍ୟ

ଖେଚେଡ଼ି(ବା ଖେଚୁଡ଼ି) ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ, ତେବେ ଭାରତର ବାକି ଜାଗାରେ ମଧ୍ୟ ଏହା ଖିଆଯାଇଥାଏ । ତିଆରି କରିବାର ପ୍ରଣାଳୀ ଅଲଗା ଅଲଗା ଜାଗାରେ ଅଲଗା ପ୍ରକାର ହୋଇଥାଏ ଓ ନାମ ମଧ୍ୟ ଅଲଗା ହୋଇଥାଏ । ଓଡ଼ିଶାରେ ତିଆରି ଖେଚେଡ଼ି ଶୁଖିଲା ହୋଇଥାଏ ଓ ଏଥିରେ ଚିନିର ବ୍ୟବହାର ହୋଇଥାଏ ।

ଖେଚେଡ଼ି
[[File:
ଖେଚେଡ଼ି
|frameless|alt=]]
ମୁଗ ଓ ନଡ଼ିଆରେ ପ୍ରସ୍ତୁତ ମିଠା ଖେଚୁଡ଼ି
ଆରମ୍ଭ
ମୂଳ ଜାଗାଭାରତୀୟ ଉପମହାଦେଶ
ଅଞ୍ଚଳଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗଳା, ପଞ୍ଜାବ
ଖାଇବାର ସବିଶେଷ
ମୂଳ ଉପାଦାନଚାଉଳ, ଡାଲି, ମସଲା

ଉପାଦାନ

ସମ୍ପାଦନା

ପ୍ରଣାଳୀ

ସମ୍ପାଦନା

ପରିବା (ବିନ, ଗାଜର, ବିଟ ଆଦି)କୁ ଧୋଇ ତେଲ/ଘିଅରେ ଭାଜି ଦିଆଯାଏ । ଚାଉଳକୁ ଧୋଇ ଘିଅ/ତେଲରେ ଭାଜି ପରିବା, ଘିଅରେ ମସଲା ଭାଜି ଡାଲି ସହ ମିଶାଇ ପାଣି ଦେଇ ସିଝାଇ ଦିଆଯାଏ । ପରଷିବା ପୂର୍ବରୁ କିଛି ଚିନି ପକାନ୍ତୁ ।

ପ୍ରକାର

ସମ୍ପାଦନା
 
ସିମେଇ ଖେଚେଡ଼ି

ଜଗନ୍ନାଥ ମନ୍ଦିରରେ ଭୋଗରେ ଲାଗୁଥିବା ଖେଚେଡ଼ି

ସମ୍ପାଦନା

ଶ୍ରୀମନ୍ଦିରରେ ସକାଳ ଧୂପରେ, ଷୋଡ଼ଶୋପଚାର ବିଧିରେ ରତ୍ନବେଦିରେ ଅର୍ପଣ କରାଯାଉଥିବା ବିଭିନ୍ନ ପ୍ରକାର ଖେଚେଡ଼ି ହେଲା:

  • ନୁଖୁରା ଖେଚୁଡ଼ି
  • ସାନ ଖେଚୁଡ଼ି
  • ଶ୍ରୀ ବଳଭଦ୍ର ଖେଚୁଡ଼ି
  • ତୈଳ ଖେଚୁଡ଼ି

ଅନ୍ୟାନ୍ୟ

ସମ୍ପାଦନା
  • ପଞ୍ଚୁବର୍ଣ୍ଣ ଖେଚେଡ଼ି
ନାନା ପ୍ରକାରର ପରିବାକୁ ଡାଲି ଓ ଚାଉଳ ସହ ମିଶାଇ ଏହା ତିଆରି କରାଯାଏ । ଏହା ଶୁଖିଲା ହୋଇଥାଏ । ପଞ୍ଚୁବର୍ଣ୍ଣ ଖେଚେଡ଼ି ପର୍ବ ପର୍ବାଣିରେ ତିଆରି କରାଯାଇଥାଏ ।
  • କାଦୁଆ ଖେଚେଡ଼ି
ଏହା ସାଧାରଣତଃ ବହଳିଆ ହୋଇଥାଏ ।
  • ସିମେଇ ଖେଚେଡ଼ି/ପଲଉ: ଏହା ସିମେଇ, ଗାଜର, କ୍ୟାପ୍ସିକମ, ପିଆଜ ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ ।
  • ଦଳା ଖେଚୁଡ଼ି ତିଆରି ପାଇଁ ଅରୁଆ ଚାଉଳ ଓ ମୁଗ ଡାଲି ମିଶାଇ ଧୋଇ ଶୁଖାଇ, ତା ସହିତ ହଳଦି ଗୁଣ୍ଡ, ଧନିଆ ଗୁଣ୍ଡ, ନଡିଆ କୋରା ଓ ଘିଅ ଦେଇ ଦଳାଯାଏ । ତା ପରେ ପାଣିରେ ତେଜପତ୍ର ପକାଇ ଫୁଟାଇ ସେଥିରା ଦଳା ଚାଉଳ ଓ ଡାଲି ପକାଯାଏ । ଡାଲି ଓ ଚାଉଳ ଫୁଟି ନରମ ହୋଇଗଲେ ଓହ୍ଲାଇ ଘିଅର ଛୁଙ୍କ ଦିଆଗଲେ ଦଳା ଖେଚୁଡି ତିଆରି ସମ୍ପୂର୍ଣ୍ଣ ହୁଏ ।[]

ପଞ୍ଚୁବର୍ଣ ଖେଚେଡ଼ିକୁ ଘୁଗୁନି, ଆଳୁଦମ ଓ ବାକି ଅନେକ ତରକାରି ସହ ପରଷାଯାଇପାରେ ।

  1. ପ୍ରସନ୍ନ କୁମାରୀ ଦେବୀ । ୨୦୦୮ (୧୯୯୭) । ଓଡ଼ିଶୀ ରନ୍ଧନ କଳା । କଟକ : ଅଗ୍ରଦୂତ ।