କେ. ଶ୍ୟାମବାବୁ ସୁବୁଦ୍ଧି
କେ. ଶ୍ୟାମବାବୁ ସୁବୁଦ୍ଧି, [ବ୍ରହ୍ମପୁର]]ର ଜଣେ ରାଜନୈତିକ ବ୍ୟକ୍ତିତ୍ୱ ।[୧] ଏଯାବତ ସେ ୨୮ଥର ନିର୍ବାଚନ ଲଢ଼ି, ସବୁଥର ପରାଜୟ ବରଣ କରିଛନ୍ତି । ବୃତ୍ତିରେ ସେ ଜଣେ ହୋମିଓପାଥି ଡାକ୍ତର ।[୨]
କେ. ଶ୍ୟାମବାବୁ ସୁବୁଦ୍ଧି | |
---|---|
ଜନ୍ମ | କେ. ଶ୍ୟାମବାବୁ ସୁବୁଦ୍ଧି |
ଜାତୀୟତା | ଭାରତୀୟ |
ବୃତ୍ତି | ହୋମିଓପାଥି ଡାକ୍ତର |
ରାଜନୈତିକ ଜୀବନ
ସମ୍ପାଦନାଶ୍ୟାମବାବୁ ୧୯୫୭ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ । ୧୯୬୨ମସିହାରେ ହିଞ୍ଜିଳିରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିଜର ପ୍ରଥମ ନିର୍ବାଚନ ଲଢ଼ିଥିଲେ ।[୩] ସମୁଦାୟ ୨୮ଟି ନିର୍ବାଚନ ମଧ୍ୟରୁ, ୧୦ଥର ସେ ବ୍ରହ୍ମପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଓ ୧୦ଥର ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିଛନ୍ତି ।[୪] ସେହିପରି ବ୍ରହ୍ମପୁର, ହିଞ୍ଜିଳି, କବିସୂର୍ଯ୍ୟ ନଗର ଓ ବେଗୁନିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସମୁଦାୟ ୮ଥର ନିର୍ବାଚନ ଲଢ଼ିଛନ୍ତି ।[୫] ଏହି ସବୁ ନିର୍ବାଚନ ମଧ୍ୟରୁ ସେ ଉଭୟ ରାଜନୈତିକ ଦଳର ପାର୍ଥୀ ଭାବରେ ଓ ସ୍ୱାଧୀନ ପାର୍ଥୀ ଭାବରେ ଲଢ଼ିଛନ୍ତି । ପି. ଭି. ନରସିଂହ ରାଓ, ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ଆଦି ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱଙ୍କ ବିରୋଧରେ ଶ୍ୟାମବାବୁ ନିର୍ବାଚନ ଲଢ଼ି ପରାଜିତ ହୋଇଛନ୍ତି ।[୬]
କଳାକୋର୍ଟ ଓ ଟୋପି ପରିଧାନ କରି, ସାଇକେଲ ଚଲାଇ ଶ୍ୟାମବାବୁ ବର୍ଷତମାମ ନିଜର ପ୍ରଚାର ଜାରି ରଖିଥାନ୍ତି ।[୭]
ଆଧାର
ସମ୍ପାଦନା- ↑ "62 साल से चुनाव हारते आ रहे हैं श्याम बाबू, 2019 में भी जीतने के लिए आजमाएंगे किस्मत". khabar.ndtv.com. NDTV. Retrieved 14 March 2019.
- ↑ "23 चुनाव हारने के बावजूद ये जनाब बनना चाहते हैं प्रधानमंत्री!". www.amarujala.com. amar ujala. Retrieved 14 March 2019.
- ↑ "Odisha man's unusual fetish for defeat!". odishasuntimes.com. Eastern Media Ltd. Retrieved 14 March 2019.
- ↑ "୨ଟି ଲୋକ ସଭା ଆସନରୁ ଲଢିବେ ଶ୍ୟାମବାବୁ ସୁବୁଦ୍ଧି". No. ସମ୍ବାଦ ୧୪/୦୩/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ଇଷ୍ଟର୍ଣ୍ନ ମିଡିଆ ପା ଲି. Retrieved 14 March 2019.[permanent dead link]
- ↑ Mahendra Singh Rana (2006). India Votes: Lok Sabha & Vidhan Sabha Elections 2001-2005. Sarup & Sons. pp. 609–. ISBN 978-81-7625-647-6.
- ↑ "Is this the world's biggest election loser?". www.bbc.com. BBC. Retrieved 14 March 2019.
- ↑ "୬୨ ବର୍ଷ ଧରି ନିର୍ବାଚନ ହାରି ଆସୁଛନ୍ତି ଶ୍ୟାମ ବାବୁ, ଏହି ବର୍ଷ ମଧ୍ୟ ଭାଗ୍ୟକୁ ଆଦରିବେ ।". lifestyle.kanaknews.com. Eastern Media Ltd. Retrieved 14 March 2019.