କୃଷ୍ଣ ବେଉରା ହେଉଛନ୍ତି ବଲିଉଡ ଚଳଚ୍ଚିତ୍ରଓଡ଼ିଆ କଥାଚିତ୍ର ଜଗତର ସୁପରିଚିତ ପ୍ରଚ୍ଛଦପଟ୍ଟ ଗାୟକ[୧] ସେ "ମୌଲା ମେରେ ଲେଲେ ମେରି ଜାନ" (ଚକ୍ ଦେ ଇଣ୍ଡିଆ), "ରବ୍ୱା" (ମୁସାଫିର୍), ଏବଂ "ସୋଣିଓ" (ରାଜ୍-୨) ଗୀତ ପାଇଁ ସାରା ଭାରତରେ ପରିଚିତ । ୨୨ ଗୋଟି ଭାଷା ସହିତ ନିଜ ମାତୃଭାଷା ଓଡ଼ିଆରେ ସେ ଗୀତ ଗାଇଛନ୍ତି । [୨]

କୃଷ୍ଣ ବେଉରା
ଜନ୍ମ
ଜାତୀୟତାଭାରତୀୟ
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକୋତ୍ତର
ବୃତ୍ତିପ୍ରଚ୍ଛଦପଟ୍ଟ ଗାୟକ
ସକ୍ରିୟ ବର୍ଷ୨୦୦୪-ଏବେଯାଏଁ
ପ୍ରସିଦ୍ଧିସଙ୍ଗୀତ
ବୈବାହିକ-ସାଥୀସୁନିତା ସିଙ୍ଘା ବେଉରା
ଜୀବନସାଥୀସୁନିତା ସିଙ୍ଘା ବେଉରା
ସନ୍ତାନଅସ୍ମି ବେଉରା
ପିତାମାତା(s)ଦିବଙ୍ଗତ ଇନ୍ଦ୍ରମଣି ବେଉରା,ସୁଷମା ବେଉରା
ୱେବସାଇଟକୃଷ୍ଣ ବେଉରା.କମ୍

କର୍ମଜୀବନ ସମ୍ପାଦନା

କୃଷ୍ଣ ବେଉରାଙ୍କୁ ହିନ୍ଦୀ ଚଳଚ୍ଚିତ୍ର ଜଗତ (ବଲିଉଡ଼)ରେ ଗାଇବାକୁ ପ୍ରଥମେ ସୁଯୋଗ ଦେଇଥିଲେ ପ୍ରଖ୍ୟାତ ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତ । ସେ କେବଳ କୃଷ୍ଣ ବେଉରାଙ୍କ ଗାଇବା ଶୈଳିକୁ ପସନ୍ଦ କରିନଥିଲେ, ତାଙ୍କୁ ଚାରୋଟି ହିନ୍ଦୀ କଥାଚିତ୍ରରେ ଗାଇବାର ସୁଯୋଗ ମଧ୍ୟ ଦେଇଥିଲେ । ସେଗୁଡିକ ହେଲା "ରୁଦ୍ରାକ୍ଷ"(ଇସ୍କ ଖୁଦାଇ),"ମୁସାଫିର୍"(ରବ୍ୱା), "ରକ୍ତ"(ସଚ୍ ହେ ସଚ୍ ହେ ୟେ), "ଦିବାର"(ଅଲି ଅଲି) । [୩] ତା' ପରେ କୃଷ୍ଣା ବେଉରା ପ୍ରଛଦପଟ୍ଟ ଗାୟକ ଭାବରେ ବଲିଉଡ଼ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ସେ ଭିନ୍ନ ଭିନ୍ନ ପ୍ରକାରର ଲୋକପ୍ରିୟ ଗୀତ ଗାଇ ଚାଲିଛନ୍ତି ।

୨୦୦୮ ମସିହାରେ ସେ ନିଜର ପ୍ରଥମ ଆଲ୍‌ବମ୍ "ଇସ୍କ୍ ଗଲି ନା ଯଇଓ" ଆଠଟି ଗୀତ ସହିତ ମୁକ୍ତିଲାଭ କରିଥିଲେ । [୪].

୨୦୧୦ ମସିହାରେ ଲୋକପ୍ରିୟ ଭାରତୀୟ ରକ୍ ବ୍ୟାଣ୍ଡ "ବନ୍ଦିସ"ର ମିଳିତ ସହଯୋଗରେ ଦ୍ୱିତୀୟ ଆଲ୍‌ବମ୍ ମୁକ୍ତିଲାଭ କରିଥିଲେ । [୫]

 

ମୁମ୍ବାଇ ଆସିବା ପୂର୍ବରୁ ସେ ସଂଯୁକ୍ତ ଆରବ ପ୍ରଦେଶ(UAE)ସ୍ଥିତ ଏକ ଘରୋଇ ରେଡିଓରେ ରେଡିଓ ଜକି ତଥା ସଙ୍ଗୀତ ନିର୍ଦ୍ଦେଶକ ଭାବେ କାମ କରୁଥିଲେ ।

ବ୍ୟକ୍ତିଗତ ଜୀବନ ଓ ବାସସ୍ଥାନ ସମ୍ପାଦନା

କୃଷ୍ଣ ବେଉରାଙ୍କ ନିଜଘର ହେଉଛି କୁସୁପାଙ୍ଗି, ବାଙ୍କି, କଟକରେ କିନ୍ତୁ ବର୍ତ୍ତମାନ ସେ ମୁମ୍ବାଇରେ ରହୁଛନ୍ତି । ପିତା ଇନ୍ଦ୍ରମଣି ବେଉରା ଭାରତୀୟ ବାୟୁସେନାରେ ଚାକିରି କରିଥିବାରୁ ସେ ଦେଶର ବିଭିନ୍ନ ସହର ପରିଭ୍ରମଣ କରିଛନ୍ତି । ସେ ୧୧ ବର୍ଷ ଚଣ୍ଡୀଗଡ଼ରେ ରହିଥିଲେ । ସେ "ଜି ଜି ଡି ଏସ୍ ଡି" କଲେଜ, ସେକ୍ଟର ୩୨, ଚଣ୍ଡୀଗଡ଼ରୁ ସ୍ନାତକ ଏବଂ ଡିପାର୍ଟମେଣ୍ଟ ଅଫ୍ ଇଣ୍ଡିଆନ୍ ଥିଏଟର, ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଛନ୍ତି । ତାଙ୍କ ମା' ସୁଷମା ବେଉରା ଚାହୁଁଥିଲେ କୃଷ୍ଣ ବେଉରା ଜଣେ ବୈମାନିକ (ପାଇଲଟ), ଯନ୍ତ୍ରୀ (ଇଞ୍ଜିନିୟର) କିମ୍ବା ଡାକ୍ତର ହେବା ପାଇଁ ।

ଗାଇବା ଶୈଳି ସମ୍ପାଦନା

କୃଷ୍ଣ ବେଉରା ସୁଫି ଘରାନାରେ ଗାୟନ କରନ୍ତି ।

ଚଳଚ୍ଚିତ୍ର ଜଗତକୁ ଅବଦାନ ସମ୍ପାଦନା

ବଲିଉଡ୍ ସମ୍ପାଦନା

  • "ଦିଲ୍ କାଞ୍ଚ୍ ସା" (ହେଟ୍ ଷ୍ଟୋରି) (୨୦୧୨)
  • "ସାହ୍ କା ରୁତ୍‌ବା" (ଅଗ୍ନିପଥ) (୨୦୧୨)
  • "ମେରେ ବ୍ରଦର୍ କି ଦୁଲ୍‌ହନ୍" (ମେରେ ବ୍ରଦର୍ କି ଦୁଲ୍‌ହନ୍) (୨୦୧୧)
  • "ଚସକା" (ବଦ୍‌ମାସ୍ କମ୍ପାନି)
  • "ମୌଲା ମେରେ ଲେଲେ ମେରି ଜାନ୍" (ଚକ୍ ଦେ ଇଣ୍ଡିଆ)
  • "ରବ୍ୱା" (ମୁସାଫିର)
  • "ମେଁ ଜାଁହା ରହୁଁ" (ମେରେ ବ୍ରଦର୍ କି ଦୁଲ୍‌ହନ୍)
  • "ସୋଣିଓ" (ରାଜ୍ ୨)
  • "ହର୍ ସାଂସ୍" (ଜିନ୍ଦା)
  • "ଇନ୍‌ସାଃ ଆଲାଃ" (ବେଲ୍‌କମ୍)
  • "ସଚ୍ ହେ ସଚ୍ ହେ ୟେ" (ରକ୍ତ)
  • "ଜନତ୍ ହେୟେ ଜମିନ୍" (ରକ୍ତ)
  • "ମେରେ ସାଥ୍ ଚଲ୍‌ତେ ଚଲ୍‌ତେ" (ହମ୍ କୋ ଦିବ୍ୱାନା କର୍ ଗୟେ)
  • "ଫର୍ ୟୋର୍ ଆୟେଜ୍ ଓନ୍‌ଲି" (ହମ୍ କୋ ଦିବ୍ୱାନା କର୍ ଗୟେ)
  • "ଜୟ ହେ ଜୟ ହେ " (ଜୁମ୍ବୋ)
  • "ଲାଖୋ କରୋଡୋ ମେଁ କୋଇ ଲେତା ହେଁ ରିସ୍କ୍" (ରିସ୍କ)
  • "ଖତା ନହିଁ" (ଆଇ ପ୍ରାଉଡ୍ ଟୁ ବି ଆନ୍ ଇଣ୍ଡିଆନ୍)
  • "ରବ୍ୱି" (ଜିନ୍ଦେଗି ରକ୍ସ୍)
  • "ଜାନେ କେ ଜାନେ ନା" (ଜାନ୍ ଏ ମନ୍)
  • "ଇସ୍କ୍ ଖୁଦାଇ" (ରୁଦ୍ରାକ୍ଷ)
  • "କୋସିସ୍ କୋସିସ୍" (ଲେଟ୍‌ସ୍ ଡ୍ୟାନ୍ସ)
  • "ତୁ ହେ ରବ୍ ମେରା" (ଯୁଗାଡ)
  • "ସୋନ୍ ତିତରିୟା" (ଅମଲା ପଗଲା ଦିବାନା)
  • "ଆପକି କସିସ୍" (ଆଶିକ୍ ବନାୟା ଆପନେ)

ଆଞ୍ଚଳିକ କଥାଚିତ୍ର ସମ୍ପାଦନା

ଆଲ୍‌ବମ୍ ସମ୍ପାଦନା

ଆଲ୍‌ବମ୍ ଲେବୁଲ୍
ଇସ୍କ୍ ଗଲି ନା ଜୈଓ ଟିପ୍ସ
ନୀଳ ନୟନା ଦାରୁବ୍ରହ୍ମ ପ୍ରଡକସନ୍
ତମ କଥା ମନେ ପଡେ ସନ୍ ମ୍ୟୁଜିକ୍

ମାନସମ୍ମାନ, ପୁରସ୍କାର ଓ ମନୋନୟନ ସମ୍ପାଦନା

  • ୨୦୧୧ : ଷ୍ଟାରଡଷ୍ଟ ପୁରସ୍କାର - ମୌଲା ମେରେ ମୌଲା (ଚକ୍ ଦେ ଇଣ୍ଡିଆ) । [୬]

ସାକ୍ଷାତକାର ସମ୍ପାଦନା

ଆଧାର ସମ୍ପାଦନା

  1. Orissa boy rocks Mumbai music industry Archived 2012-04-05 at the Wayback Machine.. Times of India. Mar 29, 2009
  2. "Krishnography". Archived from the original on 2015-12-19. Retrieved 2011-12-29.
  3. "articles.timesofindia.indiatimes.com/2009-03-29/bhubaneswar/28040135_1_orissa-music-industry-sufi-songs". {{cite web}}: Missing or empty |url= (help)
  4. "Ishq Gali Na Jaiyo".
  5. "Bandish collaborates with Pete Lockett for second album".
  6. "Krishna Beura to Rock Bay Area".
  7. ""Singing for Mr. Rahman is just like a pilgrimage…"".

ବାହାର ଲିଙ୍କ ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ Krishna Beura