କରେନ୍ଦ୍ର ମାଝି

ଓଡ଼ିଆ ରାଜନୀତିଜ୍ଞ

କରେନ୍ଦ୍ର ମାଝି (ଜନ୍ମ: ୪ ଜାନୁଆରୀ ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୦୪ ଓ ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

କରେନ୍ଦ୍ର ମାଝି
ବିଧାୟକ: ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୧୪
ପୂର୍ବ ଅଧିକାରୀସୁରେନ୍ଦ୍ର କହଁର
ପର ଅଧିକାରୀରାଜୀବ ପାତ୍ର
ନିର୍ବାଚନ ମଣ୍ଡଳୀବାଲିଗୁଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1973-01-04) ୪ ଜାନୁଆରୀ ୧୯୭୩ (ବୟସ ୫୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀସଜିତା ପ୍ରଧାନ
ବାପା/ବୋଉପୂଜାରା ମାଝୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

କରେନ୍ଦ୍ର ମାଝି ୧୯୭୩ ମସିହାର ଜାନୁଆରୀ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୂଜାରା ମାଝୀ ଓ ପତ୍ନୀଙ୍କ ନାମ ସଜିତା ପ୍ରଧାନ ।[୧]

ରାଜନୈତିକ ଜୀବନ ସମ୍ପାଦନା

କରେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି ।[୨] ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ବାଲିଗୁଡ଼ା ଜନତା ପାର୍ଟି
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ବାଲିଗୁଡ଼ା ଭାରତୀୟ ଜନତା ପାର୍ଟି

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Karendra Majhi". odishaassembly.nic.in. Odisha Assembly. Retrieved 4 April 2021.
  2. "ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ : ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ କଂଗ୍ରେସରୁ କ୍ଳେଶ ଓ ବିଜେପିରୁ କରେନ୍ଦ୍ର!, ବିଜେଡିରେ ସସପେନସ୍, ସୁପ୍ରିମୋଙ୍କୁ ଭୋଟରଙ୍କ ପୋଷ୍ଟକାର୍ଡ଼ | Sambad". ସମ୍ବାଦ. sambad.in. 17 March 2019. Archived from the original on 4 April 2021. Retrieved 4 April 2021.