ସୁରେନ୍ଦ୍ର କହଁର

ଓଡ଼ିଆ ରାଜନୀତିଜ୍ଞ

ସୁରେନ୍ଦ୍ର କହଁର (ଜନ୍ମ: ୧୯ ଜୁଲାଇ ୧୯୩୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ସୁରେନ୍ଦ୍ର କହଁର
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀସହୁରା ମଲ୍ଲିକ
ପର ଅଧିକାରୀକରେନ୍ଦ୍ର ମାଝି
ନିର୍ବାଚନ ମଣ୍ଡଳୀବାଲିଗୁଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1936-07-19) ୧୯ ଜୁଲାଇ ୧୯୩୬ (ବୟସ ୮୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀକୁନ୍ତୀ କହଁର
ବାପା/ବୋଉମହତ କହଁର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ସୁରେନ୍ଦ୍ର କହଁର ୧୯୩୬ ମସିହାର ଜୁଲାଇ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମହତ କହଁର ଓ ପତ୍ନୀଙ୍କ ନାମ କୁନ୍ତୀ କହଁର ।[୨]

ରାଜନୈତିକ ଜୀବନ ସମ୍ପାଦନା

ସୁରେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୨]

ଆଧାର ସମ୍ପାଦନା

  1. "ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ : ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ କଂଗ୍ରେସରୁ କ୍ଳେଶ ଓ ବିଜେପିରୁ ସୁରେନ୍ଦ୍ର!, ବିଜେଡିରେ ସସପେନସ୍, ସୁପ୍ରିମୋଙ୍କୁ ଭୋଟରଙ୍କ ପୋଷ୍ଟକାର୍ଡ଼ | Sambad". ସମ୍ବାଦ. sambad.in. 17 March 2019. Archived from the original on 4 April 2021. Retrieved 4 April 2021.
  2. ୨.୦ ୨.୧ "Shri Surendra Kanhar". odishaassembly.nic.in. Odisha Assembly. Retrieved 7 April 2021.