ମହେଶ୍ୱର ମହାନ୍ତି
ମହେଶ୍ୱର ମହାନ୍ତି (୨୬ ଫେବୃଆରୀ ୧୯୫୬ – ୭ ନଭେମ୍ବର ୨୦୨୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ, ଯିଏକି ଓଡ଼ିଶା ବିଧାନ ସଭାର ବିଧାୟକ, ମନ୍ତ୍ରୀ ତଥା ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ । ସେ ପୁରୀ ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ, ୧୩, ୧୪ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ମହେଶ୍ୱର ମହାନ୍ତି | |
---|---|
ବିଧାୟକ: ୧୧ଶ, ୧୨ଶ, ୧୩, ୧୪ ଓ ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୧୯ | |
ପୂର୍ବ ଅଧିକାରୀ | ଉମା ବଲ୍ଲଭ ରଥ |
ପର ଅଧିକାରୀ | ଜୟନ୍ତ କୁମାର ଷଡ଼ଙ୍ଗୀ |
ନିର୍ବାଚନ ମଣ୍ଡଳୀ | ପୁରୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ପୁରୀ, ଓଡ଼ିଶା | ୨୬ ଫେବୃଆରୀ ୧୯୫୬
ମୃତ୍ୟୁ | ୭ ନଭେମ୍ବର ୨୦୨୩ ଭୁବନେଶ୍ୱର | (ବୟସ ୬୭)
ମୃତ୍ୟୁର କାରଣ | ବ୍ରେନ୍ ଷ୍ଟ୍ରୋକ୍ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ |
ଜୀବନ ସାଥୀ | ବିଷ୍ଣୁପ୍ରିୟା ମହାନ୍ତି |
ସନ୍ତାନ | ୨ |
ବାପା/ବୋଉ | ନାରାୟଣ ମହାନ୍ତି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାମହେଶ୍ୱର ମହାନ୍ତି ୧୯୫୬ ମସିହାର ଫେବୃଆରୀ ୨୬ ତାରିଖରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନାରାୟଣ ମହାନ୍ତି ଓ ପତ୍ନୀଙ୍କ ନାମ ବିଷ୍ଣୁପ୍ରିୟା ମହାନ୍ତି ।[୨] ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓକିଲାତି ପଢ଼ିଥିଲେ ଏବଂ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ ।[୩]
ରାଜନୈତିକ ଜୀବନ
ସମ୍ପାଦନାମହେଶ୍ୱର ମହାନ୍ତି ପ୍ରଥମ ଜନତା ଦଳରେ ଓ ପରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ ।[୪] ପୁରୀ ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ୫ ଥର ନିର୍ବାଚିତ ହେବା ସହିତ ୨୦୦୪ ମସିହାରୁ ୨୦୦୮ ଯାଏଁ ବିଧାନ ସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୫] ଏହା ବ୍ୟତୀତ ୨୦୧୧ରୁ ୨୦୧୯ ଯାଏଁ ସେ ପଞ୍ଚାୟତିରାଜ, ସଂସ୍କୃତି ଓ ପର୍ଯ୍ୟଟନ, ଆଇନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୬]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ପୁରୀ | ଜନତା ଦଳ |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ପୁରୀ | ବିଜୁ ଜନତା ଦଳ |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ପୁରୀ | ବିଜୁ ଜନତା ଦଳ |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ପୁରୀ | ବିଜୁ ଜନତା ଦଳ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ପୁରୀ | ବିଜୁ ଜନତା ଦଳ |
ମୃତ୍ୟୁ
ସମ୍ପାଦନା୨୦୨୩ ମସିହାର ନଭେମ୍ବର ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ବ୍ରେନ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ଭୁବେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।[୭] ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ "ଆଉ ନାହାଁନ୍ତି ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ | Kanak News". Kanak News. 7 November 2023. Archived from the original on 7 November 2023. Retrieved 7 November 2023.
- ↑ "Shri Maheswar Mohanty". odishaassembly.nic.in. Odisha Assembly. Retrieved 7 November 2023.
- ↑ Dash, Mrunal Manmay. "Former Odisha Assembly Speaker, Minister Maheswar Mohanty no more". OdishaTV (in ଇଂରାଜୀ). Retrieved 2023-11-07.
- ↑ http://legislativebodiesinindia.nic.in/States/orissa/speaker.htm
- ↑ "Former Odisha Speaker Maheswar Mohanty No More". Odisha Bytes (in ଆମେରିକୀୟ ଇଂରାଜୀ). 7 November 2023. Archived from the original on 7 November 2023. Retrieved 7 November 2023.
- ↑ "Former Odisha Speaker Maheswar Mohanty passes away". Prameya English (in Indian English). 7 November 2023. Archived from the original on 7 November 2023. Retrieved 7 November 2023.
- ↑ Mohapatra, Debabrata (7 November 2023). "Former Odisha speaker Maheswar Mohanty passes away". The Times of India. ISSN 0971-8257. Archived from the original on 7 November 2023. Retrieved 7 November 2023.