ଓଡ଼ିଶାର ଗଙ୍ଗବଂଶ ଓ ସୂର୍ଯ୍ୟବଂଶ

ଗଙ୍ଗବଂଶୀୟ ରାଜାମାନେ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀର ଆରମ୍ଭରୁ ବଂଶଧାରା ଓ ନାଗାବଳୀ ନଦୀ ଦୁଇଟି ପ୍ରବାହିତ କଳିଙ୍ଗରାଜ୍ୟରେ ରାଜତ୍ୱ କରିଥିଲେ । କଳିଙ୍ଗ ନଗର ବା ବଂଶଧାରା ନଦୀ ତୀରବର୍ତ୍ତୀ ମୂଖଲିଙ୍ଗମ୍ ଠାରେ ଏହାର ରାଜଧାନୀ ଥିଲା। ଏକାଦଶ ଶତାବ୍ଦୀ ମଧ୍ୟଭାଗରେ ଏହି ବଂଶର ରାଜା ରାଜରାଜଦେବ ପ୍ରଥମେ କ୍ଷମତାଶାଳୀ ହୋଇ ଉତ୍ତର ଦିଗକୁ ରାଜ୍ୟ ବିସ୍ତାର କରିଥିଲେ । ତାଙ୍କର ପୁତ୍ରଙ୍କର ନାମ ଅନନ୍ତବର୍ମନ ଚୋଳଗଙ୍ଗ ଦେବ । ଅନନ୍ତବର୍ମନଙ୍କ ମାତା ରାଜସୁନ୍ଦରୀ ଚୋଳବଂଶୀୟ ଓ ପିତା ଗଙ୍ଗବଂଶୀୟ ହୋଇଥିବାରୁ ତାଙ୍କର ଏପରି ନାମକରଣ ହୋଇଥିଲା । ତାଙ୍କର ଅନ୍ୟ ନାମ ଥିଲା ଚୂଡ଼ଙ୍ଗ ଦେବ ବା ଗଙ୍ଗେଶ୍ୱର ଦେବ ।

ରାଜ୍ୟ ବିସ୍ତାର ସମ୍ପାଦନା

ଚୋଳଗଙ୍ଗ ଜଣେ ଦିଗ୍ ବିଜୟୀ ସମ୍ରାଟ ଥିଲେ । ସେ ୧୧୧୨ ଖ୍ରୀଷ୍ଟାବ୍ଦରେ ସୋମବଂଶୀ ରାଜାଙ୍କୁ ପରାସ୍ତ କରି ଋଷିକୁଲ୍ୟା ନଦୀର ଉତ୍ତରରେ ଅବସ୍ଥିତ ଉତ୍କଳ ରାଜ୍ୟ ଅଧିକାର କରିଥିଲେ। ଉତ୍କଳ ଅଧିକାର ପରେ ସେ ଉତ୍ତର ଦିଗକୁ ଅଭିଯାନ ଚଳାଇ ଗଙ୍ଗାକୂଳବର୍ତ୍ତୀ ମନ୍ଦାର ଦୁର୍ଗ ଅଧିକାର କରିଥିଲେ । ଏହା ଅଧୁନିକ ହୁଗୁଳି ଜିଲ୍ଲାରେ ଅବସ୍ଥିତ । ସେ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କରି ବିରାଟ ଗଙ୍ଗସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ଭୁବନେଶ୍ୱର, ପୁରୀ, ଯାଜପୁର, ଆନ୍ଧ୍ର ରାଜ୍ୟରେ ଅବସ୍ଥିତ ମୁଖଲିଙ୍ଗମ୍ , ଶ୍ରୀକର୍ମ, ସିଂହାଚଳ ବା ସୀମାଚଳଓ ଗୋଦାବରୀ ନଦୀ ତୀରବର୍ତ୍ତୀ ଦ୍ରାକ୍ଷାରାମଠାରେ ତାଙ୍କ ରାଜତ୍ୱକାଳର ଶତ ଶତ ଶିଳାଲେଖ ଅଦ୍ୟାବଧି ବିଦ୍ୟାମାନ ।

ପୁରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସମ୍ପାଦନା

ଚୋଳଗଙ୍ଗ ଦେବଙ୍କ ରାଜତ୍ୱକାଳରେ ବୈଷ୍ଣବ ଧର୍ମପ୍ରଚାରକ ରାମାନୁଜାଚାର୍ଯ୍ୟ ଶ୍ରୀକ୍ଷେତ୍ରକୁ ଆଗମନ କରି ସେଠାରେ ନିଜ ମତ ପ୍ରଚାର ପାଇଁ ମଠ ପ୍ରତିଷ୍ଠା କରିଥିଲେ। ଚୋଳଗଙ୍ଗ ଦେବ ଶ୍ରୀରାମାନୁଜଙ୍କଦ୍ୱାରା ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଥିଲେ । ଏହା ପରେ ସେ ପୁରୀରେ କ୍ଷୁଦ୍ର ଓ ଜରାଜୀର୍ଣ୍ଣ ମନ୍ଦିରକୁ ଭାଙ୍ଗି ଏକ ଉତ୍ତୁଙ୍ଗ ମନ୍ଦିର ନିର୍ମାଣ କରିଥିଲେ । ତାହା ଅଦ୍ୟାପି ଦଣ୍ଡାୟମାନ ରହିଛି। ଏହି ମନ୍ଦିର ଫଳରେ ପୁରୀ ସମଗ୍ର ଭାରତରେ ଏକ ପ୍ରସିଦ୍ଧ ବୈଷ୍ଣବକ୍ଷେତ୍ର ରୂପେ ପରିଗଣିତ ହେଲା ।

ସେ ଧଉଳି ଓ ଭୁବନେଶ୍ୱର ଅଞ୍ଚଳରେ ବ୍ରାହ୍ମଣ ଧର୍ମର ପ୍ରାଧାନ୍ୟ ପ୍ରତିଷ୍ଠା ପାଇଁ କେତେକ ବ୍ରାହ୍ମଣଶାସନ ଓ ବହୁ ଶିବ ମନ୍ଦିର ପ୍ରତିଷ୍ଠା କରିଥିଲେ । ଧଉଳିର ଅଦୂରରେ ଅବସ୍ଥିତ କୈଶଲ୍ୟା ଗଙ୍ଗା ନାମକ ବିରାଟ ଜଳାଶୟ ତାଙ୍କର ଅନ୍ୟ ଏକ ପ୍ରଧାନ କୀର୍ତ୍ତି ।

କଟକରେ ରାଜଧାନୀ ପ୍ରତିଷ୍ଠା ସମ୍ପାଦନା

ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଭୂଖଣ୍ଡ ଅଧିକାର କରିବାପରେ ସେ ତାଙ୍କ ପୂର୍ବପୁରୁଷମାନଙ୍କ ରାଜଧାନୀ କଳିଙ୍ଗ ନଗର ପରିବର୍ତ୍ତରେ ଉତ୍କଳର କେନ୍ଦ୍ରସ୍ଥଳରେ ଅବସ୍ଥିତ କଟକରେ ରାଜଧାନୀ ପ୍ରତିଷ୍ଠା କରିଥିଲେ। ମହାନଦୀ ଉତ୍କଳର ଗଙ୍ଗା ସ୍ୱରୂପା । ତେଣୁ ଗଙ୍ଗା ତୀରବର୍ତ୍ତୀ ପୁରାଣପ୍ରସିଦ୍ଧ ବାରାଣାସୀର ସମକକ୍ଷ ହୋଇଥିବାରୁ ସେ ନିଜ ରାଜଧାନୀର ନାମ ଦେଇଥିଲେ ଅଭିନବ ବାରାଣସୀ କଟକ । ପରବର୍ତ୍ତୀ କାଳରେ ଏହା ବିଡା଼ନାସୀ କଟକ ଓ ଶେଷରେ କଟକ ନାମରେ ପରିଚିତ ହେଲା । ତାଙ୍କ ରାଜତ୍ୱକାଳରୁ ୧୯୪୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପ୍ରାୟ ଆଠଶହ ବର୍ଷକାଳ କଟକ ଓଡ଼ିଶାର ରାଜଧାନୀ ରୂପେ ପ୍ରତିଷ୍ଠା ଲାଭ କରିଥିଲା ।

ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ରାଜ୍ୟବିସ୍ତାର, ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିର ନିର୍ମାଣ, କଟକରେ ରାଜଧାନୀ ପ୍ରତିଷ୍ଠା ପ୍ରଭୃତି କୀର୍ତ୍ତିକଳାପ ପାଇଁ ଚୋଳଗଙ୍ଗ ଦେବ ଉତ୍କଳର ଜଣେ ବିଶିଷ୍ଟ ସମ୍ରାଟ ରୂପେ ପରିଚିତ ହୋଇଥିଲେ ।

ନରସିଂହଦେବ ସମ୍ପାଦନା

ରାଜ୍ୟଜୟ ସମ୍ପାଦନା

କୋଣାର୍କ ମନ୍ଦିର ନିର୍ମାଣ ସମ୍ପାଦନା

କବି ବିଦ୍ୟାଧର ସମ୍ପାଦନା

ବିଶ୍ୱନାଥ କବିରାଜ ସମ୍ପାଦନା

ଗଜପତି କପିଳେନ୍ଦ୍ର ଦେବ ସମ୍ପାଦନା

ସାମ୍ରାଜ୍ୟ ବିସ୍ତାର ସମ୍ପାଦନା

ପାଣ୍ଡିତ୍ୟ ଓ ବିଦ୍ୟାନୁରାଗ ସମ୍ପାଦନା

ଗଜପତି ପୁରୁଷୋତ୍ତମ ଦେବ ସମ୍ପାଦନା

ବାହାମନୀ ରାଜ୍ୟଜୟ ସମ୍ପାଦନା

କାଞ୍ଚି ବିଜୟ ସମ୍ପାଦନା

ପାଣ୍ଡିତ୍ୟ ଓ ବିଦ୍ୟାନୁରାଗ ସମ୍ପାଦନା

ଗଜପତି ପ୍ରତାପରୁଦ୍ର ଦେବ ସମ୍ପାଦନା

ବଙ୍ଗ ସୁଲତାନଙ୍କ ଆକ୍ରମଣ ସମ୍ପାଦନା

ବିଜୟ ନଗର ସମ୍ରାଟଙ୍କ ଆକ୍ରମଣ ସମ୍ପାଦନା

ବୈଷ୍ଣବଧର୍ମର ପ୍ରସାର ସମ୍ପାଦନା

ଶ୍ରୀଚୈତନ୍ୟ ସମ୍ପାଦନା

ପଞ୍ଚସଖା ସମ୍ପାଦନା

ଗଜପତି ମୁକୁନ୍ଦ ଦେବ ସମ୍ପାଦନା

ସିଂହାସନାରୋହଣ ସମ୍ପାଦନା

ମୁକୁନ୍ଦଙ୍କ ପରାଜୟ ସମ୍ପାଦନା

ସ୍ୱାଧୀନତା ଲୋପ ସମ୍ପାଦନା

ଆଧାର ସମ୍ପାଦନା

ବାହାର ତଥ୍ୟ ସମ୍ପାଦନା