ପରମ ତୀର୍ଥକ୍ଷେତ୍ର ପୁରୀ ପୁରୁଷୋତ୍ତମ କ୍ଷେତ୍ର ନାମରେ ପ୍ରସିଦ୍ଧ। ଏହାର ଅନ୍ୟନାମ ଶଙ୍ଖକ୍ଷେତ୍ରସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡ ଅନୁଯାୟୀ ଏହି କ୍ଷେତ୍ରର ଆକାର ଶଙ୍ଖ ସଦୃଶ ଥିବାରୁ ଏହାକୁ ଶଙ୍କକ୍ଷେତ୍ର କୁହାଯାଏ। ଏହି କ୍ଷେତ୍ରର ଆୟତନ ପଞ୍ଚକୋଶ ଏବଂ ଆକାର ତ୍ରିକୋଣ। ପାଞ୍ଚକୋଶ ଆୟତନରୁ ପ୍ରାୟ ଅର୍ଦ୍ଧଭାଗ ସମୁଦ୍ର ଜଳରେ ନିମଗ୍ନ ଏବଂ ଉପରିଭାଗର ଆକୃତି ଶଙ୍ଖ ସଦୃଶ ।

ଶଙ୍ଖକ୍ଷେତ୍ରର ମଧ୍ୟଭାଗରେ ଅବସ୍ଥିତ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର

ଏହି ଶଙ୍ଖାକାରା କ୍ଷେତ୍ରର ମୂର୍ଦ୍ଧନୀ ହେଉଛି ପଶ୍ଚିମ ସୀମା। ନୀଳକଣ୍ଠ (ଇନ୍ଦ୍ରଦ୍ୟୁମ୍ନ ସରୋବର କୂଳରେ) ଏହି ଶଙ୍ଖର ଅଗ୍ରଭାଗରେ ଅବସ୍ଥାନ କରୁଛନ୍ତି। ଶଙ୍ଖର ନାଭିଦେଶରେ ରୋହିଣୀ କୁଣ୍ଡ, ଅକ୍ଷୟ ବଟ ଓ ଜଗନ୍ନାଥଙ୍କ ଆସ୍ଥାନ। ଅର୍ଦ୍ଧାଶିନୀ ଶଙ୍ଖର ମଧ୍ୟଭାଗରେ ଅବସ୍ଥାନ କରୁଛନ୍ତି। ନୀଳଗିରି ଏହି କ୍ଷେତ୍ରରେ ଶୋଭାପାଉଛି। ଏହି ନୀଳାଗିରି ପୁରିଷୋତ୍ତମ ଜଗନ୍ନାଥଙ୍କ ନିବାସ ସ୍ଥଳ।

ପ୍ରାୟ ଦୁଇଶହ ବର୍ଷ ପୂର୍ବେ ବଡ଼ଦେଉଳଗୁଣ୍ଡିଚା ବାଡି ମଧ୍ୟରେ ବାଙ୍କୀ ମୁହାଣ ନଦୀ ପ୍ରବାହିତ ହେଉଥିଲା। ବର୍ତ୍ତମାନ ଯାହାକୁ ଶରଧା ବାଲି କୁହାଯାଉଛି ତାହା ପୂର୍ବେ ନଦୀର ଗର୍ଭ ଥିଲା । ରଥ ଯାତ୍ରାରେ ଦୁଇସାରୀ ରଥ ତିଆରି ହେଉଥିଲା ଏବଂ ନଦୀର ପ୍ରତ୍ୟେକ ତୀରରେ ସାରିଏ ରଥ ରହୁଥିଲା। ଏହି ବାଙ୍କୀ ମୁହାଣ ନଦୀ ବର୍ତ୍ତମାନ ଚକ୍ରନାରାୟଣ ମନ୍ଦିର ପାଖରେ ସମୁଦ୍ରରେ ମିଶୁଛି। ବାଙ୍କୀ ମୁହାଣ ନଦୀ, ମିଟିଆଣି ନଦୀ ଓ ମଙ୍ଗଳା ନଦୀ, ଏହି ତିନୋଟି ନଦୀ ପୁରୀ ନଗରୀକୁ ପୂର୍ବେ ତିନି ଆଡୁ ବେଢି ରହିଥିଲା ଏବଂ ଅନ୍ୟ ଦିଗରୁ ସାଗର ବେଢି ରହିଥିଲା। ତେଣୁ କ୍ଷେତ୍ରଟି ଦ୍ୱୀପପରି ଦେଖାଯାଉଥିଲା।[୧]

ପୌରାଣିକସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. Patnaik, N.: Sacred Geography of Puri : Structure and Organisation and Cultural Role of a Pilgrim Centre, Year: 2006, ISBN 81-7835-477-2