ଋଷିକୁଲ୍ୟା ନଦୀ
ଓଡ଼ିଶାରେ ପ୍ରବାହିତ ଏକ ନଦୀ
ଋଷିକୁଲ୍ୟା ନଦୀ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ହେଉଥିବା ଏକ ନଦୀ । ଏହି ନଦୀଟି ଓଡ଼ିଶାର ବଡ଼ ନଦୀମାନଙ୍କ ମଧ୍ୟରୁ ଗୋଟିଏ, ଯାହାକି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଅଧିକାଂଶ ଅଞ୍ଜଳରେ ପ୍ରବାହିତ ହେଉଛି । ଋଷିକୁଲ୍ୟା ନଦୀ ପୂର୍ବଘାଟ ଅଞ୍ଚଳର ଦାରିଙ୍ଗବାଡ଼ି ପାହାଡ଼ର ୧୦୦୦ ମିଟର ଉଚ୍ଚତାରୁ ଉତ୍ପନ୍ନ ହୋଇଛି । ଏହା ଛତ୍ରପୁରର ପୁରୁଣା ବନ୍ଧ ନିକଟରେ ବଙ୍ଗୋପ ସାଗର ସହିତ ମିଶିଛି । ଏହାର ଉପନଦୀଗୁଡ଼ିକ ହେଉଛି ବାଘୁଆ, ଧାନେଇ, ବଡ଼ନଦୀ ଇତ୍ୟାଦି । ଏହି ନଦୀର କୌଣସି ମୁହାଣ ନାହିଁ ।
ଋଷିକୁଲ୍ୟା ନଦୀ | |
---|---|
Native name | ଋଷିକୁଲ୍ୟା ନଦୀ |
Country | ଭାରତ |
Parts | ଓଡ଼ିଶା |
Administrative areas | କନ୍ଧମାଳ, ଗଞ୍ଜାମ |
Basin | |
Main source | ଦାରିଙ୍ଗବାଡ଼ି, କନ୍ଧମାଳ, ଓଡ଼ିଶା, ଭାରତ 19°04′N 84°01′E / 19.07°N 84.01°E |
River mouth | ଛତ୍ରପୁର, ଗଞ୍ଜାମ, ଓଡ଼ିଶା, ଭାରତ 0 m (0 ft) |
Physical characteristics | |
Length | 165 km (103 mi) |
Features | |
Tributaries |
|
ନଦୀ ପଥ
ସମ୍ପାଦନାଏହି ନଦୀଟି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରୁ ପ୍ରବାହିତ ହେଉଛି । ଗଞ୍ଜାମ ଜିଲ୍ଲାରେ ଏହା ସୋରଡ଼ା, ଧରାକୋଟ, ଆସିକା, ପୁରୁଷୋତ୍ତମପୁର, ତାରାତାରିଣୀ, ପ୍ରତାପପୁର, ଅଲ୍ଲାଦିଗମ୍, ବ୍ରହ୍ମପୁର, ଗଞ୍ଜାମ ଏବଂ ଛତ୍ରପୁର ଉପଖଣ୍ଡ ଦେଉ ପ୍ରବାହିତ ହେଉଛି । ଏହି ନଦୀର ଦୈର୍ଘ୍ୟ ପାଖାପାଖି ୧୬୫ କିଲୋମିଟର ଏବଂ ଏହା ୭୭୦୦ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରବାହିତ ହେଉଛି ।
ଆଧାର
ସମ୍ପାଦନାଅଧିକ ତଥ୍ୟ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ଋଷିକୁଲ୍ୟା ନଦୀ
ବାବଦରେ ମାଧ୍ୟମ ରହିଛି ।