ଉଇକିପିଡ଼ିଆ:ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୨
ହୋମ୍ | ୨୦୨୪ | ୨୦୨୩ | ୨୦୨୨ | ୨୦୨୧ | ୨୦୨୦ | ୨୦୧୯ |
ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ହେଉଛି ଉଇକିପିଡ଼ିଆର ଏକ ଆନ୍ତର୍ଜାତୀୟ ଲିଖନ ପ୍ରତିଯୋଗିତା, ଯେଉଁଥିରେ ସ୍ଥାନୀୟ ଉଇକିପିଡ଼ିଆ ଭାଷାରେ ବିଭିନ୍ନ ଲୋକକଥା ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳା ପ୍ରସଙ୍ଗ ଗଢ଼ାଯାଇଥାଏ । ପୂର୍ବରୁ ଏହି ପ୍ରତିଯୋଗିତା ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୭, ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୮, ଉଇକି ଲଭ ଓମ୍ୟାନ-୨୦୧୯ ଗଣସମ୍ପାଦନା, ଉଇକି ଲଭ୍ସ୍ ଓମେନ୍ ସାଉଥ୍ ଏସିଆ ୨୦୨୦ ଗଣସମ୍ପାଦନା ଭାବରେ ଯଥାକ୍ରମେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ଅନୁଷ୍ଠିତ ହୋଇଆସିଛି । ୨୦୨୧ ମସିହାରେ ଏହା ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ଭାବରେ ଅନୁଷ୍ଠିତ ହୋଇଥିଲା ।
ପ୍ରତିଯୋଗିତାଟିର ମୂଳ ଉଦ୍ଦେଶ୍ୟ ହେଉଛି ଉଇକିପିଡ଼ିଆ ଏବଂ ଅନ୍ୟାନ୍ୟ ଉଇକିମିଡ଼ିଆ ଫାଉଣ୍ଡେସନ୍ ପ୍ରକଳ୍ପଗୁଡ଼ିକରେ ମାନବ ସଂସ୍କୃତିର ବିବିଧତା ଉପରେ ପ୍ରବନ୍ଧ ଗଢ଼ିବା । ଏହି ବର୍ଷ ଆମେ ବିଶ୍ୱ ସମୁଦାୟର ଲୋକକଥା ଏବଂ ଲିଙ୍ଗଗତ ଅନୁପାତକୁ ଲକ୍ଷ୍ୟ ରଖି ପ୍ରସଙ୍ଗ ଗଢ଼ିବାକୁ ଅନ୍ୟାନ୍ୟ ଗୋଷ୍ଠୀ ସହ ସହଭାଗୀତା ମଧ୍ୟ କରୁଛୁ ।
ଏହି ଗଣସମ୍ପାଦନାରେ ସମୁଦାୟ ୫୫ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।
ପୂର୍ବ ଗଣ-ସମ୍ପାଦନା
ସମ୍ପାଦନାସମୟସୀମା
ସମ୍ପାଦନା୧ ଫେବୃଆରୀ ୨୦୨୨ - ୩୧ ମାର୍ଚ୍ଚ ୨୦୨୨
ପୁରସ୍କାର
ସମ୍ପାଦନାସର୍ବଶ୍ରେଷ୍ଠ ପ୍ରତିଯୋଗିଙ୍କ ପାଇଁ ପୁରସ୍କାର (ଅଧିକ ଗଢ଼ିଥିବା ପ୍ରସଙ୍ଗ ଅନୁସାରେ, ସବୁ ଭାଷାର ପ୍ରକଳ୍ପରୁ ଶ୍ରେଷ୍ଠ ବଛାଯିବ):
- ୧ମ ପୁରସ୍କାର: - ୩୦୦ ଡଲାର
- ୨ୟ ପୁରସ୍କାର: - ୨୦୦ ଡଲାର
- ୩ୟ ପୁରସ୍କାର: - ୧୦୦ ଡଲାର
ଅଧିକ ସୂଚନା ପାଇଁ ମେଟା ପୃଷ୍ଠା ଦେଖନ୍ତୁ ।
ଫାଉଣ୍ଟେନ୍ ଟୁଲ୍
ସମ୍ପାଦନାପ୍ରସଙ୍ଗ ଗଢ଼ିସାରିବା ପରେ ଏହାକୁ ଫାଉଣ୍ଟେନ୍ ଟୁଲ୍ରେ ଯୋଡ଼ନ୍ତୁ ।
ଅଂଶଗ୍ରହଣ
ସମ୍ପାଦନାଫଳାଫଳ
ସମ୍ପାଦନାଦୁଇମାସ ଧରି ଚାଲିଥିବା ଏହି ଗଣ-ସମ୍ପାଦନାରେ ମାତ୍ର ୫ ଜଣ ଅଂଶଗ୍ରହଣ କରିଥିଲେ । ତନ୍ମଧ୍ୟରୁ ଶିତିକଣ୍ଠ ରାଉତ ସର୍ବାଧିକ ୩୩ଟି ପ୍ରସଙ୍ଗ ଲେଖିଥିବା ବେଳେ ପ୍ରୀତିରଞ୍ଜନ ତ୍ରିପାଠୀ ୯ଟି, ସଂଗ୍ରାମ କେଶରୀ ସେନାପତି ୩ଟି ଏବଂ ସୁଭାସିସ ପାଣିଗ୍ରାହୀ ଓ ସୁବାସ ଚନ୍ଦ୍ର ରାଉତ ୨ଟି ଲେଖାଏଁ ପ୍ରସଙ୍ଗ ଲେଖିଥିଲେ ।