ଇଟୋଡୋଲାକ

ଏହା କ ଅଣ ଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ଯନ୍ତ୍ରଣା ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ

ଇଟୋଡୋଲାକ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଇଟୋଲିନ, ହେଉଛି ଏକ ଅଣ ଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ଯନ୍ତ୍ରଣା ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଓଷ୍ଟିଓଆର୍ଥ୍ରାଇଟିସ କିମ୍ବା ରିଉମାଟିକ ଆର୍ଥ୍ରାଇଟିସ ପରି ରୋଗମାନଙ୍କ ନିମନ୍ତେ ମଧ୍ୟ ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ ।[୧]

ଇଟୋଡୋଲାକ
Clinical data
Trade namesEtolyn, Etopan, Lodine, others
AHFS/Drugs.commonograph
MedlinePlusa692015
Pregnancy
category
  • C
Routes of
administration
By mouth
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Protein binding100%
Metabolismliver
Elimination half-life7.3 ± 4.0 hours
Excretionrenal
Identifiers
  • (RS)-2-(1,8-Diethyl-4,9-dihydro-3H-pyrano[3,4-b]indol-1-yl)acetic acid
ECHA InfoCard100.157.848 Edit this at Wikidata
Chemical and physical data
FormulaC17H21NO3
Molar mass୨୮୭.୩୬ g·mol−1
3D model (JSmol)
Melting point145 to 148 °C (293 to 298 °F)
Solubility in water3.92e-02 mg/mL [ALOGPS] mg/mL (20 °C)
  • CCc2cccc3c1CCOC(CC)(CC(=O)O)c1[nH]c23
  • InChI=1S/C17H21NO3/c1-3-11-6-5-7-12-13-8-9-21-17(4-2,10-14(19)20)16(13)18-15(11)12/h5-7,18H,3-4,8-10H2,1-2H3,(H,19,20) checkY
  • Key:NNYBQONXHNTVIJ-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୁକୁଜ୍ୱାଳା, ପେଟ ଯନ୍ତ୍ରଣା, ଖାଦ୍ୟନଳୀ ରକ୍ତସ୍ରାବ, ଅଇ, ବୃକ୍‌କ ସମସ୍ୟା, ମୁଣ୍ଡ ବୁଲେଇବା, ଫୁଲିଯିବା, ରକ୍ତସ୍ରାବ, କାନନାଦ ଏବଂ ଯକୃତ ସମସ୍ୟା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍‌ଘାତ, ଉଚ୍ଚ ରକ୍ତଚାପ, ହୃଦ୍‌ପାତ ଏବଂ ଆନାଫାଇଲକ୍‌ସିସ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଗର୍ଭଧାରଣର ପରବର୍ତ୍ତୀ ଅର୍ଦ୍ଧ ଭାଗରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା କ‌କ୍ସ୧ ଓ କ‌କ୍ସ୨କୁ (COX1 ଏବଂ COX2) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]

୧୯୭୧ ମସିହାରେ ଇଟୋଡୋଲାକ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୮୫ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ୧୯୯୧ରେ ଏହା ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁମୋଦିତ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୬୦୦ ମିଗ୍ରା ବିଶିଷ୍ଟ ୩୦ଟି ବଟିକାର ମୂଲ୍ୟ ୨୦୨୧ ୧୫ ପାଉଣ୍ଡ ଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୨ ଡଲାର ଅଟେ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ BNF 81: March-September 2021. BMJ Group and the Pharmaceutical Press. 2021. p. 1184. ISBN 978-0857114105.
  2. ୨.୦ ୨.୧ ୨.୨ ୨.୩ ୨.୪ "Etodolac Monograph for Professionals". Drugs.com (in ଇଂରାଜୀ). Archived from the original on 28 August 2021. Retrieved 16 December 2021.
  3. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 517. ISBN 9783527607495. Archived from the original on 2021-07-26. Retrieved 2020-12-29.
  4. ୪.୦ ୪.୧ "Etodolac Prices, Coupons & Savings Tips - GoodRx". GoodRx. Retrieved 16 December 2021.