କାନନାଦ

କୌଣସି ବାହ୍ୟ ଶବ୍ଦ ନ ଥାଇ କାନ‌କୁ ଶୁଣାଯାଉଥିବା ଶବ୍ଦ

କାନନାଦ (ଇଂରାଜୀ ଭାଷାରେ Tinnitus, /ˈtɪnɪtəs/ or /tɪˈntəs/) ସଂଜ୍ଞା: କୌଣସି ବାହ୍ୟ ଶବ୍ଦ ନ ଥାଇ କାନ‌କୁ ଶୁଣାଯାଉଥିବା ଶବ୍ଦ ବା ଧ୍ୱନୀକୁ କାନନାଦ କୁହାଯାଏ ।[୧] ଝିଁ ଝିଁ, ଟିକ ଟିକ, ହିସ୍ (ସାପର ସ୍ୱନ) ବା ଗର୍ଜନ ଭଳି ବିଭିନ୍ନ ଶବ୍ଦ କାନ‌କୁ ଶୁଣାଯାଏ । [୨] ଅସ୍ପଷ୍ଟ କଥା ଓ ସଙ୍ଗୀତ ସ୍ୱନ ମଧ୍ୟ କ୍ୱଚିତ ଶୁଣାଯାଏ ।[୩] ଗୋଟିଏ ବା ଦୁଇ କାନରେ ଶୁଣାଯାଉଥିବା ସ୍ୱର କୋମଳ ହୋଇପାରେ ବା ଉଚ୍ଚ ସ୍ୱର ହୋଇପାରେ; ସଙ୍ଗୀତର ଉଚ୍ଚ ବା ନିମ୍ନ ତାନ ଭଳି ସ୍ୱନ ଶୁଣାଯାଇପାରେ । [୨] ଅଧିକାଂଶ ସମୟରେ ଏହି ରୋଗ ଧୀରେ ଧୀରେ ଆରମ୍ଭ ହୁଏ ।[୩] ଏହି ରୋଗୀଙ୍କର ଅବସାଦ, ଉତ୍କଣ୍ଠା ଇତ୍ୟାଦି ହୁଏ ଓ ଧ୍ୟାନ (concentration) ରହେନାହିଁ । [୨]

କାନନାଦ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOtorhinolaryngology, audiology
ଆଇସିଡ଼ି-୧୦H93.1
ଆଇସିଡ଼ି-୯-ସିଏମ୍388.3
ରୋଗ ଡାଟାବେସ27662
ମେଡ଼ିସିନ-ପ୍ଲସ003043
ଇ-ମେଡ଼ିସିନent/235
Patient UKକାନନାଦ
MeSHD014012

କାନନାଦ ଏକ ଲକ୍ଷଣ, ରୋଗ ନୁହେଁ, ଯାହା ଅନେକ ଅନ୍ତର୍ନିହିତ କାରଣରୁ ଉତ୍ପନ୍ନ ହୁଏ । ଏହାର ଏକ ପ୍ରମୁଖ କାରଣ ହେଲା ଶବ୍ଦ ପ୍ରଭାବିତ ଶ୍ରବଣ କ୍ଷତିକାନ ସଂକ୍ରମଣ, ହୃତ୍‌ପିଣ୍ଡ କିମ୍ବା ରକ୍ତନଳୀର ରୋଗ, ମିନିଅର ରୋଗ (Meniere's disease), ମସ୍ତିଷ୍କ ଅର୍ବୁଦ, କେତେକ ଔଷଧ, ମୁଣ୍ଡ ଆଘାତକାନ‌ଗୁହା[୨] ଅବସାଦଗ୍ରସ୍ତ ଲୋକଙ୍କର ସାଧାରଣତଃ କାନନାଦ ହୁଏ । [୩]

ଲୋକର ଲକ୍ଷଣ ବର୍ଣ୍ଣନା ଅନୁଯାୟୀ ଏହି ବେମାରୀ ନିର୍ଣ୍ଣୟ କରାଯାଏ । ବେଳେ ବେଳେ ସ୍ଟେଥୋସ୍କୋପରେ ଶୁଣୁଥିବା ବ୍ୟକ୍ତିକୁ ଶୁଣାଯାଏ: ସେତେବେଳେ ତାହାକୁ ଅବଜେକ୍ଟିଭ କାନନାଦ କୁହାଯାଏ । ଲୋକର ଜୀବନ କେତେଦୂର ବିପର୍ଯ୍ୟସ୍ତ ତାହା ଏକ ପ୍ରଶ୍ନାବଳୀଦ୍ୱାରା ନିରୂପଣ କରାଯାଏ । [୩] ଅଡଡ଼ଓଗ୍ରାମସ୍ନାୟବିକ ପରୀକ୍ଷା ମଧ୍ୟ କରାଯାଏ ।[୧][୩] ଅଧିକ ଅସୁବିଧା ଦେଖାଗଲେ ଏମଆରଆଇ ଭଳି ମେଡିକାଲ ଇମେଜିଙ୍ଗ ଆବଶ୍ୟକ ହୋଇପାରେ । ହୃତ୍‌ସ୍ପନ୍ଦନ ଅନୁଯାୟୀ କାନନାଦ ହେଉଥିଲେ ଅଧିକ ପରୀକ୍ଷା ଆବଶ୍ୟକ ହୁଏ । [୩]

ଉଚ୍ଚମାନର ଶବ୍ଦ ଶ୍ରବଣକୁ ଏଡ଼େଇବା ଏହାର ଏକ ପ୍ରତିଷେଧ । [୨] ଅନ୍ତିର୍ନିହିତ କାରଣ ଥିଲେ ତାହାର ଚିକିତ୍ସା କଲେ ଅବସ୍ଥା ସୁଧୁରିଯାଏ । [୩] ଏହାର ଅନ୍ୟ ଚିକିତ୍ସା ହେଉଛି ବାର୍ତ୍ତାଳାପ ଥେରାପି[୪] ଶବ୍ଦ ଜନ‌କ (ଟିନାଇଟସ ମାସ୍କର) or ଶ୍ରବଣ ସ‌ହାୟକ ଯନ୍ତ୍ର(ହିଅରିଂ ଏଡ଼) ସାହାଯ୍ୟକାରୀ ହୋଇପାରେ । [୨] ସନ ୨୦୧୩ ସୁଦ୍ଧା କୋଣସି ଔଷଧ ଏହା ନିମନ୍ତେ ନାହିଁ । [୩] ସାଧାରଣତଃ ୧୦ରୁ ୧୫ % ଲୋକ ଏହାର ଶିକାର ହୁଅନ୍ତି । ଅଧିକାଂଶ ଏହାକୁ ସ‌ହ‌ନ କରନ୍ତି ଓ କେବଳ ୨% ଲୋକଙ୍କର ଉଲ୍ଲେଖନୀୟ ଅସୁବିଧା ରହେ ।[୪] ଟିନାଇଟସ ଶବ୍ଦଟି ଲାଟିନ ଶବ୍ଦ tinnīreରୁ ନିଆଯାଇଛି ଯାହାର ଅର୍ଥ ବଜେଇବା (to ring) । [୩]

ଆଧାର ସମ୍ପାଦନା

  1. ୧.୦ ୧.୧ Levine, RA; Oron, Y (2015). "Tinnitus". Handbook of clinical neurology. 129: 409–31. PMID 25726282.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Tinnitus". September 2014. Retrieved 22 May 2015.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Baguley, D; McFerran, D; Hall, D (Nov 9, 2013). "Tinnitus". Lancet. 382 (9904): 1600–7. doi:10.1016/S0140-6736(13)60142-7. PMID 23827090.
  4. ୪.୦ ୪.୧ Langguth, B; Kreuzer, PM; Kleinjung, T; De Ridder, D (Sep 2013). "Tinnitus: causes and clinical management". Lancet neurology. 12 (9): 920–30. doi:10.1016/S1474-4422(13)70160-1. PMID 23948178.