ଆମ୍ବେଦକର ଜୟନ୍ତୀ

ଆମ୍ବେଦକର ଜୟନ୍ତୀ ବା ଭୀମ ଜୟନ୍ତୀ ଏକ ବାର୍ଷିକ ଉତ୍ସବ ଯାହା ୧୪ ଅପ୍ରେଲ ତାରିଖ ଦିନ ସାମାଜିକ କର୍ମୀ ଓ ପାଳିମାଥ

ଆମ୍ବେଦକର ଜୟନ୍ତୀ ବା ଭୀମ ଜୟନ୍ତୀ ଏକ ବାର୍ଷିକ ଉତ୍ସବ ଯାହା ୧୪ ଅପ୍ରେଲ ତାରିଖ ଦିନ ସାମାଜିକ କର୍ମୀ ଓ ବ‌ହୁଗୁଣ ସମ୍ପନ୍ନ ବି ଆର ଆମ୍ବେଦକରଙ୍କ ସ୍ମୃତିରେ ପାଳନ କରାଯାଏ ।[୨] ଅପ୍ରେଲ ୧୪ ତାରିଖ ୧୮୯୧ ମସିହା ଦିନ ଡ. ବାବାସାହେବ ଆମ୍ବେଦକର ଜନ୍ମଗ୍ରହଣ କରିଥିବା ଯୋଗୁ ଏହି ଦିନ ପାଳନ କରାଯାଏ । [୩] ଏହି ଦିନଟି ୨୦୧୫ ମସିହାରୁ ଏକ ଜନ ସାଧାରଣ ଛୁଟି ଭାବରେ ପାଳନ କରାଯାଉଛି ।[୪] ଏହି ଦିବସଟି କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ପାଳିତ ହେଉଛି । [୫] ସାରା ଜୀବନ ଆମ୍ବେଦକର ସମତା ନିମନ୍ତେ ଲଢେଇ କରିଥିବାରୁ ତାଙ୍କର ଏହି ଜନ୍ମଦିନକୁ ସମତା ଦିବସ ଭାବରେ ମଧ୍ୟ ପାଳନ କରାଯାଉଛି,[୬][୭][୮] ଓ ଏହାକୁ ଏକ ଆନ୍ତର୍ଜାତୀୟ ଦିବସ ରୂପେ ପାଳନ କରିବାକୁ ମିଳିତ ଜାତିସଂଘ ଆଗରେ ଦାବି ହେଉଛି ।[୯][୧୦]

ଆମ୍ବେଦକର ଜୟନ୍ତୀ
Ambedkar Jayanti Procession at Chaitya Bhoomi
ନାମDr. Babasaheb Ambedkar Jayanti[୧]
ଅନ୍ୟ ନାମଭୀମ ଜୟନ୍ତୀ
ପାଳନକାରୀଭାରତ
ପ୍ରକାରଧର୍ମନିରପେକ୍ଷ; ଆମ୍ବେଦକରଙ୍କ Dr.B.R.Ambedkar ଜନ୍ମ ବାର୍ଷିକୀ
ପାଳନଆମ୍ବେଦକର ଜୟନ୍ତୀ
ପର୍ବ ପାଳନCommunity, historical celebrations
ତାରିଖ୧୪ ଅପ୍ରେଲ
ପୁନଃପୌନିକତାAnnual
ସମ୍ପର୍କିତAshok Vijaya Dashmi
Constitution Day (India)

ପୃଷ୍ଠଭୂମି ସମ୍ପାଦନା

 
ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ଉପଲକ୍ଷେ ନୂଆ ଦିଲ୍ଲୀର ପାର୍ଲିଆମେଣ୍ଟ ଭାବନଠାରେ ଜନତା ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି

ମୁମ୍ବାଇର ଚୈତ୍ୟଭୂମି ଓ ନାଗପୁରର ଦିକ୍ଷାଭୂମିରୁ ତାଙ୍କର ଅନୁଗାମୀମାନେ ଏକ ଶୋଭାଯାତ୍ରାରେ ବାହାରନ୍ତି ।[୧୧] ପରମ୍ପରାକ୍ରମେ ନୂଆ ଦିଲ୍ଲୀର ପାର୍ଲିଆମେଣ୍ଟ ଭବନରେସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଭାରତର ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ ଓ ଅନ୍ୟାନ୍ୟ ରାଜନୈତିକ ପାର୍ଟିର ନେତାମାନେ ଶ୍ରଦ୍ଧାଞ୍ଜଳୀ ଦେଇ ସମ୍ମାନିତ କରନ୍ତି । ସାରା ପୃଥିବୀର ଦଳିତ, ଆଦିବାସୀ, ଶ୍ରମିକ, ତାଙ୍କ ପଦାଙ୍କ ଅନୁସରଣ କରୁଥିବା ବୌଦ୍ଧ ମହିଳାମାନେ ଏହି ଦିବସଟି ପାଳନ କରନ୍ତି । ଆମ୍ବେଦକର ଜୟନ୍ତୀ ଅନଲାଇନରେ ୨୦୨୦ ମସିହାରୁ ପାଳନ କରାଯାଉଛି । [୧୨][୧୩]

ଡ. ବାବାସାହେବ ଆମ୍ବେଦକର ଜୟନ୍ତୀ ଭାରତର ୨୫ଟି ରାଜ୍ୟ ଓ ଯୁନିଅନ ଟେରିଟରିରେ ପାଳନ କରାଯାଉଛି, ଯଥା:- ଆନ୍ଧ୍ର ପ୍ରଦେଶ, ବିହାର, ଚଣ୍ଡୀଗଡ଼, ଛତିଶଗଡ଼, ଗୋଆ, ଗୁଜରାଟ, ହରିଆନା, ହିମାଚଳ ପ୍ରଦେଶ, ଜାମୁ ଓ କାଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ଲଦାଖ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଣ୍ଡିଚେରୀ, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଇତ୍ୟାଦି ।[୧୪]

ଶ୍ରଦ୍ଧାଞ୍ଜଳୀ ସମ୍ପାଦନା

ଭାରତୀୟ ପୋଷ୍ଟ ୧୯୬୬, ୧୯୭୩, ୧୯୯୧, ଓ ୨୦୧୩ରେ ଆମ୍ବେଦକରଙ୍କ ସମ୍ମାନାର୍ଥେ ଡାକ ଟିକେଟ ପ୍ରଚଳନ କରିଥିଲେ ଓ ଟିକେଟ ଉପରେ ତାଙ୍କର ଛବି ୨୦୦୯, ୨୦୧୫, ୨୦୧୭ ଓ ୨୦୨୦ ମସିହାରେ ସ୍ଥାପନ କରିଥିଲେ ।[୧୫][୧୬]

ଅପ୍ରେଲ ୧୪ ତାରିଖ ୧୯୯୦ ମସିହାରେ ଆମ୍ବେଦକରଙ୍କୁ ଭାରତରତ୍ନ ପୁରସ୍କାର ଦିଆଯାଇଥିଲା । ସେହି ବର୍ଷ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କର ଏକ ପୂର୍ଣ୍ଣାବୟବ ଛବି ସ୍ଥାପନ କରାଯାଇଥିଲା । ତାଙ୍କ ସ୍ମୃତିରେ ୧୪ ଅପ୍ରେଲ ୧୯୯୦ରୁ ୧୪ ଅପ୍ରେଲ ୧୯୯୯୧ ପର୍ଯ୍ୟନ୍ତ ସାମାଜିକ ନ୍ୟାୟ ଦିବସ ପାଳନ କରାଯାଇଥିଲା ।[୧୭]

ଭାରତ ସରକାର ଆମ୍ବେଦକରଙ୍କ ୧୨୫ ତମ ଜନ୍ମ ଦିବସରେ ତାଙ୍କ ସମ୍ମାନାର୍ଥେ ୨୫ ଓ ୧୨୫ ଟଙ୍କିଆ ମୁଦ୍ରା ପ୍ରଚଳନ କରିଥିଲେ ।[୧୮]

ଅପ୍ରେଲ ୧୪ ତାରିଖ ୨୦୧୫ ମସିହାରେ ଆମ୍ବେଦକରଙ୍କ ୧୨୫ ତମ ଜୟନ୍ତୀ ଉପଲକ୍ଷେ ଗୁଗୁଲ ଡୁଡୁଲ ଛପା ହୋଇଥିଲା ।[୧୯][୨୦][୨୧] ଏହି ଡୁଡୁଲ ଭାରତ, ଆର୍ଜେଣ୍ଟିନା, ଚିଲି, ଆୟାରଲାଣ୍ଡ, ପେରୁ, ପୋଲାଣ୍ଡ ସୁଇଡେନ ଓ ଇଂଲଣ୍ଡରେ ସ୍ଥାନ ପାଇଥିଲା ।[୨୨][୨୩][୨୪]

ମିଳିତ ଜାତିସଂଘ ୨୦୧୬, ୨୦୧୭ ଓ ୨୦୧୮ ମସିହାରେ ଆମ୍ବେଦକର ଜୟନ୍ତୀ ପାଳନ କରିଥିଲା ।[୨୫][୨୬][୨୭]

ଆମ୍ବେଦକରଙ୍କ ସ୍ମୃତିରେ ମହାରାଷ୍ଟ୍ର ସରକାର ୧୪ ଅପ୍ରେଲ ତାରିଖକୁ ଜ୍ଞାନ ଦିବସ ରୂପେ ପାଳନ କରୁଛନ୍ତି ।.[୨୮][୨୯]

ଆମ୍ବେଦକରଙ୍କ ଜନ୍ମଦିନରେ ତାଙ୍କ ସମ୍ମାନ ଉପଲକ୍ଷେ ୨୦୧୭ ମସିହାରେ ଟୁଇଟର ଏକ ଇମୋଜି ପ୍ରଚାଳନ କରିଛନ୍ତି ।[୩୦]

୬ ଅପ୍ରେଲ ୨୦୨୦ରେ କାନାଡାରେ ଡ. ଆମ୍ବେଦକର ସମତା ଦିବସ ପାଳନ କରିବାକୁ ଫଇସଲା କଲେ । କାନାଡାସ୍ଥିତ ବର୍ଣ୍ଣାବିର ସିଟି କାଉନସିଲ ଏହି ଫଇସଲା କରିଥିଲେ ।[୩୧][୩୨]

କାନାଡାର ବ୍ରିଟିଶ କଲମ୍ବିଆ ସରକାର ୧୪ ଅପ୍ରେଲ ଦିନଟିକୁ ଡ. ଆମ୍ବେଦକର ସମତା ଦିବସ ରୂପେ ପାଳନ କରିବାକୁ ସ୍ଥିର କରିଛନ୍ତି ।[୩୩][୩୪]

ଆଧାର ସମ୍ପାଦନା

  1. "सार्वजनिक सुट्ट्या-महाराष्ट्र शासनाचे अधिकृत संकेतस्थळ, भारत". Retrieved 3 March 2019.
  2. Ambedkar Jayanti Speech
  3. "Ambedkar Jayanti 2021:Humble Request to Dr B. R. Ambedkar's Followers". S A NEWS (in ଆମେରିକୀୟ ଇଂରାଜୀ). 2021-04-10. Retrieved 2021-04-13.
  4. Webpage of Ministry of Personnel and Public Grievance & Pension
  5. mea.gov.in http://mea.gov.in/ambedkar-final/mcelebration.htm. Retrieved 2021-04-06. {{cite web}}: Missing or empty |title= (help)
  6. कुमार, अरविन्द (2020-04-14). "असमानता दूर करने के लिए भीमराव आंबेडकर ने क्या उपाय दिए थे". ThePrint Hindi (in ଆମେରିକୀୟ ଇଂରାଜୀ). Retrieved 2021-04-06.
  7. "Ambedkar Jayanti 2020: आज है अंबेडकर जयंती, जानिए बाबा साहेब से जुड़ी ये 7 बातें". NDTVIndia. Retrieved 2021-04-06.
  8. हिंदी, क्विंट (2020-04-13). "B.R. Ambedkar Jayanti 2020: पढ़ें अंबेडकर साहब के ये अनमोल विचार". TheQuint (in ହିନ୍ଦୀ). Retrieved 2021-04-06.
  9. "Plea to UN to declare Ambedkar Jayanti World Equality Day". Business Standard India (in ଇଂରାଜୀ). 14 April 2016. Retrieved 2021-04-06.
  10. Mall, Rattan (2020-04-07). "Burnaby proclaims April 14 as Dr. B.R. Ambedkar Day of Equality" (in କାନାଡିୟ ଇଂରାଜୀ). Retrieved 2021-04-06.
  11. "Ambedkar Jayanti - Bhim Jayanti - 14 April". Archived from the original on 28 March 2017. Retrieved 28 March 2017.
  12. Chatterjee, Mohua (April 13, 2020). "Dalits go digital to celebrate 129th Ambedkar Jayanti amid lockdown". The Times of India (in ଇଂରାଜୀ). Retrieved 2021-04-06.
  13. Shastree, Uttara (1996). Religious Converts in India: Socio-political Study of Neo-Buddhists. Mittal Publications. ISBN 978-81-7099-629-3. Retrieved 2010-04-06.
  14. "Dr Ambedkar Jayanti in India in 2021 | by Office Holidays". www.officeholidays.com. Retrieved 2021-04-06.
  15. Ambedkar on stamps. colnect.com
  16. B. R. Ambedkar on stamps. commons.wikimedia.org
  17. "Bharat Ratna Baba Saheb". 2006-05-05. Archived from the original on 2006-05-05. Retrieved 2018-11-09.
  18. "PM Narendra Modi releases Rs 10, Rs 125 commemorative coins honouring Dr Babasaheb Ambedkar". 6 December 2015. Retrieved 3 March 2019.
  19. "B.R. Ambedkar, a hero of India's independence movement, honoured by Google Doodle". The Telegraph. Retrieved 9 January 2016.
  20. "Archived copy". Archived from the original on 14 ଅପ୍ରେଲ 2015. Retrieved 14 ଅପ୍ରେଲ 2015.{{cite web}}: CS1 maint: archived copy as title (link)
  21. Gibbs, Jonathan (14 ଅପ୍ରେଲ 2015). "B. R. Ambedkar's 124th Birthday: Indian social reformer and politician honoured with a Google Doodle". The Independent. Archived from the original on 14 ଅପ୍ରେଲ 2015. Retrieved 14 ଅପ୍ରେଲ 2015.
  22. "B R Ambedkar 124th birth anniversary: Google doodle changes in 7 countries as tribute". The Indian Express. 14 ଅପ୍ରେଲ 2015. Archived from the original on 7 ଜୁଲାଇ 2015.
  23. "Google's BR Ambedkar birth anniversary doodle on 7 other countries apart from India". dna. 14 ଅପ୍ରେଲ 2015. Archived from the original on 7 ଜୁଲାଇ 2015.
  24. Nelson, Dean (14 ଅପ୍ରେଲ 2015). "B.R. Ambedkar, a hero of India's independence movement, honoured by Google Doodle". Telegraph.co.uk. Archived from the original on 5 ଜାନୁଆରୀ 2016.
  25. "Ambedkar Jayanti celebrated for the first time outside India as UN organises special event - Firstpost". firstpost.com. 15 April 2016. Retrieved 2018-11-09.
  26. "UN celebrates Ambedkar's legacy 'fighting inequality, inspiring inclusion'". The New Indian Express. Retrieved 2018-11-09.
  27. "संयुक्त राष्ट्र में मनाई गई डॉ. बाबासाहेब भीमराव आंबेडकर जयंती - News State". newsstate.com (in ଇଂରାଜୀ). Retrieved 2018-11-09.
  28. Staff Reporter (14 April 2017). "Ambedkar Jayanti to be celebrated as Knowledge Day in State". The Hindu. Retrieved 3 March 2019 – via www.thehindu.com.
  29. government resolution of maharashtra dated 13-04-2017
  30. KVN, Rohit (2017-04-14). "#JaiBhim: Twitter launches Dr BR Ambedkar emoji to commemorate 126th birth anniversary". www.ibtimes.co.in (in ଇଂରାଜୀ). Retrieved 2021-04-06.
  31. "Burnaby proclaims April 14 as Dr. B.R. Ambedkar Day of Equality | Indo-Canadian Voice". 7 April 2020.
  32. Maharashtra, Max (2020-04-11). "डॉ. बाबासाहेब आंबेडकर यांचा जन्मदिवस कॅनडात 'समता दिन' म्हणून घोषित". www.maxmaharashtra.com (in ମରାଠୀ). Retrieved 2021-04-06.
  33. https://www.bclaws.gov.bc.ca/civix/document/id/proclamations/proclamations/DrBRAmbedkarEqualDay2021
  34. "डॉ. बाबासाहेबांचा कॅनडात सन्मान, 14 एप्रिल 'समता दिन' म्हणून साजरा होणार". Lokmat (in ମରାଠୀ). 2021-04-03. Retrieved 2021-04-06.