ଅମୂଲ୍ୟକୃଷ୍ଣ ମିଶ୍ର

ଓଡ଼ିଆ ଲେଖକ, ଅଧ୍ୟାପକ

ଅମୂଲ୍ୟକୃଷ୍ଣ ମିଶ୍ର (୬ ଜୁଲାଇ ୧୯୩୨ - ୨୬ ଫେବୃଆରୀ ୨୦୦୧) ଜଣେ ଓଡ଼ିଆ ସାହିତ୍ୟିକ ଓ ଶିକ୍ଷାବିତ ଥିଲେ । ସେ ଅନେକ ବିଜ୍ଞାନ ଭିତ୍ତିକ ସାହିତ୍ୟ ରଚନା କରିଥିଲେ ।[୧][୨][୩] ବୃତ୍ତିରେ ମଧ୍ୟ ସେ ଜଣେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଥିଲେ ।

ଅମୂଲ୍ୟକୃଷ୍ଣ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ(1932-07-06)୬ ଜୁଲାଇ ୧୯୩୨
ତୁଲଣ୍ଡି, ବରଗଡ଼
ମୃତ୍ୟୁ୨୬ ଫେବୃଆରୀ ୨୦୦୧(2001-02-26) (ବୟସ ୬୮)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଜୀବନସାଥୀଶୈଳବାଳା ମିଶ୍ର

ସାହିତ୍ୟ ସର୍ଜନା ସମ୍ପାଦନା

ଅମୂଲ୍ୟକୃଷ୍ଣ ମିଶ୍ର, ବୃତ୍ତିରେ ଜଣେ ବିଜ୍ଞାନ ଅଧ୍ୟାପକ ହୋଇଥିଲେ ମଧ୍ୟ ସାହିତ୍ୟ ରଚନାପ୍ରତି ଆଗ୍ରହୀ ଥିଲେ । ସେ ଗଳ୍ପ, ନାଟକ ଓ ଉପନ୍ୟାସ ଆଦି ରଚନା କରିଥିଲେ । ସେ ଅନେକ ବିଜ୍ଞାନ ଭିତ୍ତିକ ସାହିତ୍ୟ ରଚନା କରିଥିଲେ । ଏତଦଭିନ୍ନ ସେ ପତ୍ନୀ ଶୈଳବାଳା ମିଶ୍ରଙ୍କ ସହ ମିଳିତ ଭାବରେ ନିଜ ପିତା ଦୟାନିଧି ମିଶ୍ରଙ୍କର ଜୀବନୀ ପୁସ୍ତକ ଗସ୍ତସୂର୍ଯ୍ୟ ରଚନା କରିଥିଲେ । ସାଲବେଗଙ୍କ ଚିରନ୍ତନ୍ତ ସାହିତ୍ୟକୃତି ଉପରେ ଗବେଷଣା କରି ସେ ପିଏଚଡ଼ି ହାସଲ କରିଥିଲେ ।

ରଚନାବଳୀ ସମ୍ପାଦନା

  • ଅଲିଭା ଶିଖା - ୧୯୮୨ (ଗ୍ରନ୍ଥ ମନ୍ଦିର)[୪]
  • ସାଲବେଗ (ନାଟକ)[୫]
  • ପଳାତକ ଓ ଅନ୍ୟମାନେ[୬]
  • ଆମ ବାସସ୍ଥଳୀ ପୃଥିବୀ - ୧୯୬୫ (ସମ୍ବଲପୁର ବିଜ୍ଞାନ ପ୍ରଚାର ସମିତି)
  • କଂସ ଓ କୃଷ୍ଣ - ୨୦୦୦ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ)
  • କୁଳବଧୂ - ୧୯୯୪ (ଫ୍ରେଣ୍ଡସ ପବ୍ଲିସରସ)
  • ଗ୍ରସ୍ତସୂର୍ଯ୍ୟ
  • ଜୟୀ ରାଜଗୁରୁ (ନାଟକ)
  • ଧୂମକେତୁ ନା ଧ୍ରୁବତାରା (ପ୍ରବନ୍ଧ)

ଜୀବନୀ ସମ୍ପାଦନା

ଅମୂଲ୍ୟକୃଷ୍ଣ, ୧୯୩୨ ମସିହା ଜୁଲାଇ ୬ ତାରିଖରେ ବରଗଡ଼ ଜିଲ୍ଲାର ବରପାଲି ନିକଟସ୍ଥ ତୁଲଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦୟାନିଧି ମିଶ୍ର ଜଣେ ସାହିତ୍ୟିକ, ସମ୍ପାଦକ ଓ ସାହିତ୍ୟ ସଂଗଠକ ଥିଲେ । ସେ ଥିଲେ ପରିବାରର କନିଷ୍ଠତମ ସନ୍ତାନ । ସେ ଶୈଳବାଳା ମିଶ୍ରଙ୍କୁ ବିବାହ କରିଥିଲେ ।

୨୦୦୧ ମସିହା ଫେବୃଆରୀ ୨୬ତାରିଖରେ ୬୮ ବର୍ଷ ବୟସରେ ଅମୂଲ୍ୟକୃଷ୍ଣଙ୍କର ପରଲୋକ ଘଟିଥିଲା ।[୭]

ଆଧାର ସମ୍ପାଦନା

  1. Urvashi Kuhad. Science Fiction and Indian Women Writers: Exploring Radical Potentials. Retrieved 6 July 2022.
  2. Suparno Banerjee (15 October 2020). Indian Science Fiction: Patterns, History and Hybridity. University of Wales Press. ISBN 9781786836670.
  3. Encyclopaedia of Indian Literature: Sasay to Zorgot. Sahitya Akademi. ୧୯୮୭. Retrieved 6 July 2022.
  4. Balraj Verma (୨୦୦୬). The Beautiful India - Orissa. Reference Press. Retrieved 6 July 2022.
  5. Niranjan Mohanty (୧୯୯୬). Salabega. Sahitya Akademi. Retrieved 6 July 2022.
  6. https://archive.org/details/palataka-o-anyamane-1988
  7. "ଆଜି ଜନ୍ମଦିନ: ଅମୂଲ୍ୟକୃଷ୍ଣ ମିଶ୍ର". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 6 July 2022. Retrieved 6 July 2022.