ଅଜୟ କୁମାର ପଟ୍ଟନାୟକ

ଓଡ଼ିଆ ଅନୁବାଦକ

ଅଜୟ କୁମାର ପଟ୍ଟନାୟକ (ଜନ୍ମ: ୫ ଜୁନ ୧୯୪୯) ଜଣେ ଓଡ଼ିଆ ଅନୁବାଦକ । ସେ ୨୦୧୯ ମସିହାରେ ନିଜ ଅନୁବାଦ ପୁସ୍ତକ "ଶ୍ରେଷ୍ଠ ହିନ୍ଦୀ ଗଳ୍ପ" ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଲାଭ କରିଥିଲେ । ସେ ପ୍ରାୟ ୪୦ଖଣ୍ଡ ପୁସ୍ତକ ରଚନା କରିଛନ୍ତି । ସେଥିରେ ଅନୁବାଦ ବ୍ୟତୀତ ମୌଳିକ ରଚନା ମଧ୍ୟ ରହିଛି । ଅଧ୍ୟାପକ ବୃତ୍ତିରୁ ସେ ସେବାନିବୃତ ହୋଇ ସାରିଛନ୍ତି ।[୧]

ଅଜୟ କୁମାର ପଟ୍ଟନାୟକ
ଜନ୍ମ (1949-06-05) ୫ ଜୁନ ୧୯୪୯ (ବୟସ ୭୪)
ଗାମୁଣ୍ଡି, ଭଞ୍ଜନଗର, ଗଞ୍ଜାମ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଆହ୍ଲାବାଦ ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ଅନୁବାଦକ, ଅଧ୍ୟାପକ
ଉଲ୍ଲେଖନୀୟ କୃତିଶ୍ରେଷ୍ଠ ହିନ୍ଦୀ ଗଳ୍ପ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୯

ଅଜୟ ୧୯୪୯ ମସିହାରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅନ୍ତର୍ଗତ ଗାମୁଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ । ୧୯୭୧ ମସିହାରେ ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ହିନ୍ଦୀରେ ସ୍ନାତକୋତ୍ତର ଓ ୧୯୭୪ରେ ଡି.ଫିଲ ଶିକ୍ଷା ସମାପ୍ତ କରିଥିଲେ । ୧୯୭୪ରୁ ୨୦୦୭ ପର୍ଯ୍ୟନ୍ତ ଅଧ୍ୟାପକ ଜୀବନ ମଧ୍ୟରେ ସେ ରେଭେନ୍ସା ବିଶ୍ବବିଦ୍ୟାଳୟଉତ୍କଳ ବିଶ୍ୱବିଦ୍ୟାଳୟ ଆଦିରେ ଶିକ୍ଷାଦାନ କରିଛନ୍ତି । ତାଙ୍କ ଅଧିନରେ ବହୁ ଛାତ୍ର ଏମ୍.ଫିଲ., ପି.ଏଚ.ଡି. ଓ ଡି.ଲିଟ. ଲାଭ କରିଛନ୍ତି ।[୨]

ରଚନାବଳୀ ସମ୍ପାଦନା

  • ବନଗରବାଡୀ (ମରାଠୀରୁ ଓଡ଼ିଆକୁ ଅନୁବାଦ)
  • ଶଙ୍ଖ-ସିନ୍ଦୂର (ରମାନାଥ ତ୍ରିପାଠୀ ପୁସ୍ତକ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ)
  • ଦୀକ୍ଷା (ନରେନ୍ଦ୍ର କୋହଲିଙ୍କ ପୁସ୍ତକ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ)
  • ଜାୟସୀ (ମାଲିକ ମହମ୍ମଦ ଜୟସୀଙ୍କ ଆତ୍ମଜୀବନୀ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ)
  • ବିଲ୍ଲେସୁର୍ ଛେଲିଆ (ନିରାଲାଙ୍କ ଉପନ୍ୟାସ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ)
  • ମନୋଜ ଦାସ କୃତ କହାନୀ ସଂଗ୍ରହ (ମନୋଜ ଦାସଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
  • ପ୍ରଭଞ୍ଜନ (ମନୋଜ ଦାସଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
  • ଅନ୍ବେଷା କା ଆକାଶ (ରବି ରାୟଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
  • ମୁରଲୀ ସାହୁକା ଦିନ (ନୃସିଂହ ତ୍ରିପାଠୀଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
  • ପୁଣ୍ୟତୋୟା (ପ୍ରତିଭା ରାୟଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
  • ନୀଲାଚଲ କୋ ରାସ୍ତା (ସାତକଡ଼ି ହୋତାଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
  • ଦେବଶିଶୁ (ସୁସ୍ମିତା ବାଗ୍‌ଚୀଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
  • ବନ୍ଦ ଘର କା କିବାଡ଼ (ମନୋରମା ମହାପାତ୍ରଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୨୦୧୯[୩]
  • ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ପୁରସ୍କାର - ୨୦୦୬ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)[୪]
  • ହିନ୍ଦୀତର ଭାଷୀ କ୍ଷେତ୍ରର ହିନ୍ଦୀ ଲେଖକ ପୁରସ୍କାର - ୧୯୭୬-୭୭ ଏବଂ ୧୯୮୬-୮୭
  • ରାମକୃଷ୍ଣ ହିରଜୀମଲ ଡାଲମିୟାଁ ପୁରସ୍କାର - ୧୯୮୩
  • ଡି.ଲିଟ (ବିକ୍ରମଶିଳା ବିଶ୍ବବିଦ୍ୟାଳୟ)
  • ପୁନର୍ନବା ସାହିତ୍ୟ ସଂସଦ ପୁରସ୍କାର
  • ନେତ୍ରମଣି ଅନୁବାଦ ପୁରସ୍କାର

ଆଧାର ସମ୍ପାଦନା

  1. "ଅଜୟ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର". www.dharitri.com. ଧରିତ୍ରୀ. Retrieved 25 February 2020.
  2. "ଅଜୟ ପଟ୍ଟନାୟକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". www.samajalive.in/. ସମାଜ. Retrieved 25 February 2020.
  3. "AKADEMI TRANSLATION PRIZES". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 19 October 2021.
  4. "ଅନୁବାଦ ଲାଗି ସାହିତ୍ୟ ଅକାଦେମି ପୁରସ୍କାର ପାଇବେ ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ଅଜୟ କୁମାର ପଟ୍ଟନାୟକ". sambad.in/. ସମ୍ବାଦ. Retrieved 25 February 2020.