ରମେଶ ପ୍ରସାଦ ମହାପାତ୍ର

ପ୍ରତ୍ନତ‌ତ୍ତ୍ୱବିଦ୍ ଓ ଓଡ଼ିଶା ଅଧ୍ୟୟନର ଗବେଷକ
(Ramesh Prasad Mohapatraରୁ ଲେଉଟି ଆସିଛି)

ରମେଶ ପ୍ରସାଦ ମହାପାତ୍ର (୧ ଅକ୍ଟୋବର ୧୯୩୯ – ୧୪ ଜାନୁଆରୀ ୧୯୮୯) ଜଣେ ପ୍ରତ୍ନତ‌ତ୍ତ୍ୱବିଦ୍ ଓ ଓଡ଼ିଶା ଅଧ୍ୟୟନର ଗବେଷକ ଥିଲେ । ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରତ୍ନତ‌ତ୍ତ୍ୱ ବିଭାଗରେ ସନ ୧୯୬୩ରୁ ୧୯୮୯ ପର୍ଯ୍ୟନ୍ତ ସେ କ୍ୟୁରେଟର ଥିଲେ । ସେହି ସମୟରେ ପ୍ରତ୍ନତ‌ତ୍ତ୍ୱ କ୍ଷେତ୍ର, କଳା ଇତିହାସ, ଧର୍ମ ଓ ଓଡ଼ିଶା ସଂସ୍କୃତିର ଅନ୍ୟାନ୍ୟ ଦିଗମାନଙ୍କ ଉପରେ ଐତିହାସିକ ଗବେଷଣା କରି ଅନେକ ମହତ୍ତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ ।

ରମେଶ ପ୍ରସାଦ ମହାପାତ୍ର
Born( 1939-10-01)୧ ଅକ୍ଟୋବର ୧୯୩୯
ଭାପୁର, ଢେଙ୍କାନାଳ, ଓଡ଼ିଶା
Died୧୪ ଜାନୁଆରୀ ୧୯୮୯(1989-01-14) (ବୟସ ୪୯)
Nationalityଭାରତୀୟ
Alma materରେଭେନ୍ସା ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
Known forଓଡ଼ିଶାର ସାଂସ୍କୃତିକ ଇତିହାସ, କଳା ଓ ପ୍ରତ୍ନତ‌ତ୍ତ୍ୱ ବିଦ୍ୟା ।
Awardsଡାଇରେକ୍ଟର ଜେନେରାଲ ପୁରସ୍କାର, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ
ପୁରୀ ମେମୋରିଆଲ ପୁରସ୍କାର, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ
ଓଡ଼ିଶ ଇତିହାସ କଂଗ୍ରେସଦ୍ୱାରା ସାଇଟେସନ ।
ବିଜ୍ଞାନୀ ଜୀବନ
କ୍ଷେତ୍ରପ୍ରତ୍ନତ‌ତ୍ତ୍ୱ
ଭାରତବିଦ୍ୟା
ଓଡ଼ିଶା ଅନୁଶୀଳନ
ଓଡ଼ିଶା କଳା
ଓଡ଼ିଶା ଇତିହାସ
ଓଡ଼ିଶା ସଂସ୍କୃତି
କର୍ମାନୁଷ୍ଠାନଓଡ଼ିଶା ରାଜ୍ୟ ସଂଗ୍ରହାଳୟ, INTACH
ଡକ୍ଟରୀ ଉପଦେଷ୍ଟାକୃଷ୍ଣଚନ୍ଦ୍ର ପାଣିଗ୍ରାହୀ

ପ୍ରାକ୍ ଜୀବନ ଓ ଶିକ୍ଷା ସମ୍ପାଦନା

ରମେଶ ପ୍ରସାଦ ଜଣେ କୂଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଯାହାର ଢେଙ୍କାନାଳ ରାଜ ପରିବାର ସାଥୀରେ ସମ୍ପର୍କ ଥିଲା ଓ ଏହି ସମ୍ପର୍କ ତାଙ୍କୁ ଓଡ଼ିଶାର ସାମରିକ ଇତିହାସ ଲେଖିବାରେ ବ‌ହୁତ ସାହାଯ୍ୟ କରିଥିଲା ।[୧] ତତ୍କାଳୀନ ଜମିଦାର ସୀତାନାଥ ପରମଗୁରୁ ଓ ମୋତି ଦେବୀଙ୍କ ଗର୍ଭରୁ ସେ ଜନ୍ମ ହୋଇଥିଲେ ଓ କୁସୁମ ମହାପାତ୍ରଙ୍କୁ ବିବାହ କରିଥିଲେ ।

କଟକରେ ଥିବା ରେଭେନ୍ସା ମହାବିଦ୍ୟାଳୟରୁ ସେ ଇତିହାସ ବିଷୟରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିବା ପରେ ଦିଲ୍ଲୀରେ ଅବସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ଦିଲ୍ଲୀ ସ୍କୁଲ ଅଫ ଆର୍କିଓଲୋଜିର ଡିପ୍ଲୋମା ପାଇଥିଲେ । ସେ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଉପରେ ଅନୁଶୀଳନ କରି ସନ ୧୯୭୬ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡି ଲାଭ କରିଥିଲେ । କଳିଙ୍ଗ ସମ୍ରାଟ ଖାରବେଳଙ୍କ ସମୟରେ ଉଦୟଗିରି ଓ ଖଣ୍ଡଗିରି ଯମଜ ଗୁମ୍ପାଦ୍ୱୟର ଭାରତୀୟ କଳା ଓ ସ୍ଥାପତ୍ୟ ଉପରେ ପ୍ରାଧାନ୍ୟ ଉପରେ ସେ ତାଙ୍କର ସନ୍ଦର୍ଭରେ (ଥେସିସ୍‌)[୨] ଆଲୋକପାତ କରିଥିଲେ । ଏହି ଗୁମ୍ପାଗୁଡ଼ିକ ଭାରତୀୟ ଜୈନ ସ୍ଥାପତ୍ୟର ଅୟମାରମ୍ଭ ଥିଲା । ଓଡ଼ିଶାରେ ଜୈନ ସ୍ମାରକ[୩] ସନ୍ଦର୍ଭ ଲେଖି ସେ ୧୯୭୯ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡି ଲିଟ ପାଇଥିଲେ ।

ଐତିହାସିକ ଗବେଷଣାପ୍ରତି ଏନ. କେ. ସାହୁ ତାଙ୍କୁ ଆକର୍ଷିତ କରିଥିଲେ ଯାହାଙ୍କ ସ‌ହିତ ସେ ୧୯୬୨ରେ କାମ କରିଥିଲେ । (Utkal University History of Orissa, vol I, 1964, preface).[୪] ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ କ୍ୟୁରେଟର ଭାବରେ ଯୋଗଦାନ କଲାପରେ ସେ ଫିଲ୍ଡ ଆର୍କିଓଲୋଜି ଓ ଓଡ଼ିଶାର କଳା ବିଷୟରେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ତ‌ତ୍ତ୍ୱାବଧାନରେ ଗବେଷଣା ଆରମ୍ଭ କରିଥିଲେ ।

ମହାପାତ୍ରଙ୍କ ପ୍ରସଙ୍ଗ ସୂଚନା ବ‌ହି ଆର୍କିଓଲୋଜି ଇନ ଓଡ଼ିଶା[୫] ଦୁଇ ଖଣ୍ଡରେ ଛାପା ହୋଇଥିବା ବ‌ହିରେ ଓଡ଼ିଶାର ତେର ଜିଲ୍ଲାର ପ୍ରାଗ୍ଐତିହାସିକ ଓ ଐତିହାସିକ ଆର୍କିଓଲୋଜି ବିଷୟରେ ବିଷଦ ବିବରଣୀ ଲିପିବଦ୍ଧ ହୋଇଛି । ତାଙ୍କଦ୍ୱାରା ସଂଗୃହିତ କଳା ସମ୍ପତ୍ତି, ପୁରାକାଳର କଳାକୃତି ଓ ପ୍ରତ୍ନତଅତ୍ତ୍ୱିକ କଳାକୃତି ସଂଗୃହିତ ହୋଇ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂଗୃହିତ ହୋଇ ରହିଛି ।[୫]

ଦେଶ ବିଦେଶରେ ଅନେକ କିମିଟିର ସଭ୍ୟ ଥିଲେ । ଓଡ଼ିଶା ଲଳିତ କଳା ଏକାଡେମୀର ସଭ୍ୟ ଥିଲେ ।

ବ‌ହି ସମ୍ପାଦନା

ତାଙ୍କଦ୍ୱାରା ଲିଖିତ ବ‌ହିମାନଙ୍କ ତାଲିକା:-

  • Mohapatra, R. P. (1981). Udayagiri and Khandagiri Caves. Delhi, India: D.K. Publications. pp. xxii+270. OCLC 8069640.
  • Mohapatra, R. P. (1984). Jaina monuments of Orissa. New Delhi, India: D.K. Publications. pp. xviii+254. OCLC 11645559.[୬]
  • Mohapatra, R. P. (1986). Military History of Orissa. New Delhi, India: Cosmo Publications. pp. xii+336. OCLC 18694583.
  • Mohapatra, R. P. (1986). Archaeology in Orissa (Sites and Monuments). New Delhi, India: B. R. Publishing Corp. ISBN 978-81-7018-348-8.
  • Mohapatra, R. P. (1992). Fashion Styles of Ancient India. New Delhi, India: B. R. Publishing Corp. ISBN 81-7018-723-0.
  • Mohapatra, R. P. (1989). Temple Legends of Orissa. Bubaneswar: Orissa Sahitya Academy. pp. vii+104. OCLC 29859455.
  • Mohapatra, R. P. (1991). Decorative art of Parasuramesvar Temple. Bubaneswar: Orissa State Museum. OCLC 29335479.
  • Mohapatra, R. P.; Donaldson T. E. (1998). Ornaments of Orissa. Delhi, India: B. R. Publishing Corp. pp. xv+326. ISBN 978-81-7646-031-6.

ବଛା ବିଷୟ ସମ୍ପାଦନା

Serial No. Article Name Published On(Source)
1 Griddles as depicted in temple sculpture of Bhubaneswar O.H.R.J, Vol. XII/1
2 Two Patta Paintings of Jagannath in Orissa State Museum O.H.R.J, Vol. XIII/4
3 Names of the Caves of Udayagiri and Khandagiri O.H.R.J, Vol. XXII/3&4
4 Winged and Enigmatic animal figures in Udayagiri caves of Orissa O.H.R.J, Vol. XXIII/1-4
5 Position of Women as depicted in the early sculptures of Udayagiri and Khandagiri O.H.R.J, Vol. XXIV,XXv and XXVI
6 Tradition in Architecture Art Tradition of Orissa, Orissa Sahitya Academy, Bhubaneswar, 1982
7 Krishna Theme in Orissan sculpture O.H.R.J, Vol. XXXI No. 2,3,4
8 Folk elements of Udayagiri and Khandagiri Caves in Orissa International Seminar on Folk Culture, 1978, Edited by Prof. K. S. Behera etc.
9 Tirthankar and Sasanadevis of Khandagiri Caves In proceedings of International Seminar on Buddhism and Jainaism
10 Architecture of Jaina religion shrines of Orissa Bharati, Prof. R. C. Majumdar Volume, Dept. of Ancient Indian History and Culture, Banaras Hindu University, Banaras
11 Problem of Kalinga Jina in Krishna Pratibha, Commemoration volume for Dr. K. C. Panigrahi, Edited by Dr. H. C. Das etc.

Note: O.H.R.J : Orissa Historical Research Journal


ଆଧାର ସମ୍ପାଦନା

  1. Das H. C., Tribute to Dr. R. P. Mohapatra in Tribute to Dr. Ramesh Prasad Mohapatra, 1989, Bhubaneswar
  2. Mohapatra, R. P. (1981). Udayagiri and Khandagiri Caves. Delhi, India: D.K. Publications. pp. xxii+270. OCLC 8069640.
  3. Mohapatra, R. P. (1984). Jaina monuments of Orissa. New Delhi, India: D.K. Publications. pp. xviii+254. OCLC 11645559.
  4. Mishra, L; Mishra S. (2005). Historians and Historiography of Orissa: A Study in Perception and Appropriation of Orissan History. New Delhi, India: Kaveri Books. pp. xii+400. ISBN 978-81-7479-052-1.
  5. ୫.୦ ୫.୧ K. S. Behera, Passing away of a Great Scholar, First Dr. R. P. Mohapatra Memorial Lecture, 1990, Dr. R. P. Mohapatra Memorial Committee, Bhubaneswar
  6. Tiwari, M. N. P. (1984). "Review of the book Jaina Monuments of Orissa". Indian Historical Review. 11.