ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ଭାରତରେ ଥିବା ମାନବ ଇତିହାସ ଏବଂ ସଂସ୍କୃତିର ସଂଗ୍ରହାଳୟ
20°15′22″N 85°50′29″E / 20.2562°N 85.8415°E / 20.2562; 85.8415

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ସଂଗ୍ରହାଳୟ । ଏହା ୧୯୩୨ରେ ସ୍ଥାପିତ ହୋଇଥିଲା ଓ ପରେ ୧୯୬୦ରେ ନୂତନ ସୌଧକୁ ସ୍ଥାନାନ୍ତରିତ ହୋଇଥିଲା । [୨] ସଂଗ୍ରହାଳୟଟି ୧୧ଟି ଭାଗରେ ବିଭକ୍ତ ଯଥା : ପ୍ରତ୍ନ‌ତ‌ତ୍ୱ, ସୂତ୍ରଲିପି ଉତ୍କିରଣବିଦ୍ୟା, ମୁଦ୍ରାଶାସ୍ତ୍ର, ଶସ୍ତ୍ରାଗାର, ଖନନଭୂବିଜ୍ଞାନ, ପ୍ରାକୃତିକ ଇତିହାସ ବିଜ୍ଞାନ, କଳା ଓ ଶିଳ୍ପ, ସମକାଳୀନ କଳା, ପଟ୍ଟଚିତ୍ର, ନୃବିଦ୍ୟା ଓ ତାଳପ‌ତ୍ର ପୋଥି ଆଦି । [୨] ସଂଗ୍ରହାଳୟଟି ଜଣେ ସୁପରିଣ୍ଟେଣ୍ଡେଣ୍ଟଙ୍କଦ୍ୱାରା ପରିଚାଳିତ ଓ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଏହାର ପ୍ରଶାସନିକ ପରିଚାଳିତ ହେଉଛି। ।

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ
ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରବେଶ ଦ୍ୱାର
ସ୍ଥାପିତ୧୯୩୨
ଅବସ୍ଥାନବିଜେବି ନ‌ଗର, ଭୁବନେଶ୍ୱର, ଓଡ଼ିଶା
ନିର୍ଦେଶକଜୟନ୍ତୀ ରଥ[୧]
ସ୍ୱତ୍ୱାଧିକାରୀଓଡ଼ିଶା ସରକାର
ୱେବସାଇଟhttp://orissamuseum.nic.in/

ଇତିହାସ ସମ୍ପାଦନା

ଏହି ସଂଗ୍ରହାଳୟଟି ୧୯୩୨ରେ ଉଇଲିଅମ ଜୋନ୍ସ,, ଘନଶ୍ୟାମ ଦାସ, ଏନ. ସି. ବାନାର୍ଜୀ, ହରେକୃଷ୍ଣ ମହତାବ ଆଦି ଗବେଷକ ଓ ଐତିହାସିକଙ୍କ ଉଦ୍ୟମରେ ରେଭେନ୍ସା କଲେଜ ପରିସରରେ ଆରମ୍ଭ ହୋଇଥିଲା । [୩] ୧୯୪୫ -୪୬ ବେଳେ ଓଡ଼ିଶା ସରକାରଙ୍କଦ୍ୱାରା ଏହାକୁ ପୁରୁଣା ଭୁବନେଶ୍ୱରର ବ୍ରହ୍ମାନନ୍ଦ କୋଠାରେ ପ୍ରତିଷ୍ଠା କରି ରାଜ୍ୟ ସଂଗ୍ରହାଳୟର ମାନ୍ୟତା ଦିଆଗଲା ।[୨] ପରେ ଏହା ୧୯୫୦ ମସିହାରେ ପଟେଲ ହଲ ଭିତରକୁ ଘୁଞ୍ଚା ଯାଇଥିଲା । ୧୯୫୭ରେ ପୁଣିଥରେ ଏହାକୁ ଇଉନିଟ ୧ରେ ଏକ କୋଠା ମଧ୍ୟକୁ ଘୁଞ୍ଚାଯାଇଥିଲା ଓ ତ‌ତ୍କାଳୀନ ରାଷ୍ଟ୍ରପ‌ତି ରାଜେନ୍ଦ୍ର ପ୍ରସାଦଙ୍କଦ୍ୱାରା ୧୯୬୦ରେ ଏବେକାର ପରିସରରେ ଉଦ୍‌ଘାଟିତ ହୋଇଥିଲା ।[୨]

ଗ୍ୟାଲେରି ସମ୍ପାଦନା

 
ପ୍ରତ୍ନ‌ତ‌ତ୍ୱ ବିଭାଗରେ ଥିବା ଏକ ବୁଦ୍ଧ ମୂର୍ତ୍ତି
  • ପ୍ରତ୍ନ‌ତ‌ତ୍ୱ
  • ସୂତ୍ରଲିପି ଉତ୍କିରଣବିଦ୍ୟା
  • ମୁଦ୍ରାଶାସ୍ତ୍ର
  • ଶସ୍ତ୍ରାଗାର
  • ଖନନ ଓ ଭୂବିଜ୍ଞାନ
  • ପ୍ରାକୃତିକ ଇତିହାସ ବିଜ୍ଞାନ
  • କଳା ଓ ଶିଳ୍ପ
  • ସମକାଳୀନ କଳା
  • ପଟ୍ଟଚିତ୍ର
  • ନୃବିଦ୍ୟା ଓ ତାଳପ‌ତ୍ର ପୋଥି

ଆଧାର ସମ୍ପାଦନା

  1. ଧରିତ୍ରୀ ୧୭/୦୯/୨୦୧୪ ପୃଷ୍ଠା ୧୧
  2. ୨.୦ ୨.୧ ୨.୨ ୨.୩ Patel, C.B. "Origin and evolution of Orissa State Museum" (PDF). OHRJ. XLVII (3). Retrieved 11 March 2013.
  3. http://www.bharatonline.com/orissa/bhubaneswar/orissa-state-museum.html

ବାହାର ଲିଙ୍କ ସମ୍ପାଦନା