ରମେଶ ଚନ୍ଦ୍ର ମାଝି
ରମେଶ ଚନ୍ଦ୍ର ମାଝି (ଜନ୍ମ ୯ ଅପ୍ରେଲ ୧୯୭୮) ହେଉଛନ୍ତି ଜଣେ ଭାରତୀୟ ରାଜନେତା । ସେ ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ନବରଙ୍ଗପୁରରୁ ବିଜୁ ଜନତା ଦଳ ତରଫରୁ ଛିଡ଼ା ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳର ପ୍ରଦୀପ କୁମାର ମାଝିଙ୍କୁ ୪୧,୬୩୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୧] ସେ ଓଡ଼ିଶାର ଆଦିବାସୀ, ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ, ସ୍ୱଳ୍ପ ଏବଂ ପଛୁଆ ବିଭାଗ ତଥା ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଥିଲେ ।[୨] ସେ ଓଡ଼ିଶାର ୧୩ଶ, ୧୪ଶ ଓ ୧୫ଶ ବିଧାନ ସଭାର ସଦସ୍ୟ ମଧ୍ୟ ରହିଥିଲେ ।
ରମେଶ ଚନ୍ଦ୍ର ମାଝି | |
---|---|
ସାଂସଦ: ୧୭ଶ ଲୋକ ସଭା | |
Assumed office ୨୦୧୯ | |
ପୂର୍ବ ଅଧିକାରୀ | ବଳଭଦ୍ର ମାଝି, ବିଜେଡି |
ନିର୍ବାଚନ ମଣ୍ଡଳୀ | ନବରଙ୍ଗପୁର |
୧୫ଶ ଏବଂ ୧୪ଶ ବିଧାନ ସଭା ସଭ୍ୟ, ଓଡ଼ିଶା | |
କାର୍ଯ୍ୟକାଳ ୨୦୦୯ – ୨୦୧୯ | |
ନିର୍ବାଚନ ମଣ୍ଡଳୀ | ଝରିଗାଁ |
୧୩ଶ ବିଧାନ ସଭା ସଭ୍ୟ, ଓଡ଼ିଶା | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ନିର୍ବାଚନ ମଣ୍ଡଳୀ | ଡାବୁଗାଁ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଦଣ୍ଡମୁଣ୍ଡା ଗ୍ରାମ, ଚନ୍ଦାହାଣ୍ଡି ପଞ୍ଚାୟତ, ନବରଙ୍ଗପୁର | ୯ ଅପ୍ରେଲ ୧୯୭୮
ରାଜନୀତିକ ଦଳ | ବିଜୁ ଜନତା ଦଳ |
ବାପା/ବୋଉ | ଯାଦବ ମାଝି (ବାପା) |
ଘର | ଦଣ୍ଡମୁଣ୍ଡା ଗ୍ରାମ, ଚନ୍ଦାହାଣ୍ଡି ପଞ୍ଚାୟତ, ନବରଙ୍ଗପୁର, ପିନ: ୭୬୪୦୭୭ |
ବୃତ୍ତି | ରାଜନୀତିଜ୍ଞ, କୃଷି |
ଶିକ୍ଷା ଏବଂ ପ୍ରାରମ୍ଭିକ ଜୀବନ
ସମ୍ପାଦନା୯ ଅପ୍ରେଲ ୧୯୭୮ମସିହାରେ ସେ ଯାଦବ ମାଝି ଏବଂ ବଳମତୀ ମାଝୀଙ୍କଠାରୁ ଜନ୍ମଗ୍ରହଣ ନେଇଥିଲେ । ତାଙ୍କର ଜନ୍ମ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ ଦଣ୍ଡାମୁଣ୍ଡା ଗ୍ରାମରେ ହୋଇଥିଲା । ତାଙ୍କର ଗୋଟିଏ ଭାଇ ଏବଂ ତିନି ଜଣ ଭଉଣୀ ଅଛନ୍ତି ।[୩] ନିଜର ରାଜନୈତିକ ଜୀବନ ଯୋଗୁଁ ସେ ଉଚ୍ଚଶିକ୍ଷା ପ୍ରତି ଅଧିକ ଧ୍ୟାନ ଦେଇପାରିନଥିଲେ । ୨୦୧୧ ମସିହାରେ ସେ କଳାରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ ।[୪]
ରାଜନୈତିକ ଜୀବନ
ସମ୍ପାଦନା୨୦ ବର୍ଷ ବୟସରେ ମାଝି ଚନ୍ଦାହାଣ୍ଡି ପଞ୍ଚାୟତ ସମିତିର ଚେୟାରମ୍ୟାନ ହୋଇଥିଲେ । ୨୫ ବର୍ଷରେ ସେ ଜିଲ୍ଲା ପରିଷଦ ସଦସ୍ୟ, ୨୭ ବର୍ଷରେ ରାଜ୍ୟର ସର୍ବକନିଷ୍ଠ ବିଧାନ ସଭା ସଭ୍ୟ, ୩୧ ବର୍ଷରେ ମନ୍ତ୍ରୀ ହୋଇଥିଲେ । ୩୩ ବର୍ଷରେ ସେ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ବସିଥିଲେ ।[୫]
- ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ସମୟରେ ସେ ରାଜନୀତିରେ ପ୍ରବେଶ କରିଥିଲେ
- ଜାନୁଆରୀ ୧୯୯୭: ଧୋଡିପାଣୀ ଗ୍ରାମ ପଞ୍ଚାୟତର ପଞ୍ଚାୟତ ସମିତି ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ
- ଚନ୍ଦାହାଣ୍ଡି ପଞ୍ଚାୟତର ଚେୟାରମ୍ୟାନ ହୋଇଥିଲେ
- ବିଜେଡିର ରାଜ୍ୟ ଏକଜେକ୍ୟୁଟିଭ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ
- ଫେବୃଆରୀ ୨୦୦୨: ଜିଲ୍ଲା ପରିଷଦ ସଦସ୍ୟ ଚନ୍ଦାହାଣ୍ଡି
ବିଧାନ ସଭା ଏବଂ ସଂସଦ ସଦସ୍ୟତା
ସମ୍ପାଦନାବିଜୁ ଜନତା ଦଳ ପକ୍ଷରୁ ୧୩ଶ ଏବଂ ୧୪ଶ ବିଧାନ ସଭାର ସଦସ୍ୟ ଯଥାକ୍ରମେ ଡାବୁଗାଁ ଏବଂ ଝରିଗ୍ରାମରୁ ହୋଇଥିଲେ ।[୬] ନବରଙ୍ଗପୁରରୁ ୨୦୧୯ ମସିହାରେ ସଂସଦର ତଳ ସଦନର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳର ପ୍ରଦୀପ କୁମାର ମାଝିଙ୍କୁ ୪୧,୬୩୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୧]
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଝରିଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୭୩,୪୭୦ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ନରସିଂହ ଭତ୍ରାଙ୍କ ଠାରୁ ୩,୨୭୮ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୭]
ସମାଜସେବା
ସମ୍ପାଦନାସେ ପ୍ରତି ପଞ୍ଚାୟତରେ ଯୁବକ ସଂଘ ଗଠନ କରିବାରେ ସାହାଯ୍ୟ କରିଥିଲେ ।ଏହି ସଙ୍ଘ ଗ୍ରାମୀଣ ଜୀବନର ଉନ୍ନତି, ପରିବେଶ ପରିସ୍ଥିତି ଅନୁଧ୍ୟାନ, ସ୍ୱାସ୍ଥ୍ୟ ଶିବିର, କ୍ରୀଡ଼ାରେ ଉନ୍ନତି ଇତ୍ୟାଦି କରିଥାଏ । ସେ ନବରଙ୍ଗପୁର ଗୋଣ୍ଡ ସାଂସ୍କୃତିକ ସମାଜର ମଧ୍ୟ ସଦସ୍ୟ ଅଟନ୍ତି । ଏହି ସମାଜ ଅରଣ୍ୟ ଭୂମି ସଂରକ୍ଷଣ, ଏବଂ ଦିବ୍ୟାଙ୍ଗ ପିଲାମାନଙ୍କର ଦୁଇଟି ବିଦ୍ୟାଳୟ ଚଳାଉଛି ।[୮]
ଆଧାର
ସମ୍ପାଦନା- ↑ ୧.୦ ୧.୧ "General Election 2019 - Election Commission of India". results.eci.gov.in. Retrieved 2019-05-29.
- ↑ http://odishaassembly.nic.in/memberprofile.aspx?img=1245
- ↑ "Archived copy". Archived from the original on 2009-06-19. Retrieved 2012-12-22.
{{cite web}}
: CS1 maint: archived copy as title (link) - ↑ "RCM Exam". The Hindu. Chennai, India. 14 March 2011. Archived from the original on 18 March 2011. Retrieved 28 May 2019.
- ↑ "RCM career". The Hindu. Chennai, India. 14 March 2011. Archived from the original on 18 March 2011. Retrieved 28 May 2019.
- ↑ "Archived copy". Archived from the original on 2012-04-13. Retrieved 2011-04-30.
{{cite web}}
: CS1 maint: archived copy as title (link) - ↑ "General Election to Assembly Constituencies 2024: Jharigam (Odisha)". Election Commission of India. Retrieved 27 June 2024.
- ↑ https://upclosed.com/people/ramesh-chandra-majhi/