ପୋର୍ଟାଲ:ବିଜ୍ଞାନ

(Portal:ବିଜ୍ଞାନରୁ ଲେଉଟି ଆସିଛି)

ବିଜ୍ଞାନ

ନୋବେଲ ପୁରସ୍କାର
ନୋବେଲ ପୁରସ୍କାର

ବିଜ୍ଞାନ (ବିଶେଷ ଜ୍ଞାନ ବା Science Latin: scientiaରୁ ଆସିଅଛି ଯାହାର ଅର୍ଥ "ଜ୍ଞାନ") ବିଶ୍ଵର ଏକ ଜ୍ଞାନକୁ ଏକ ଉପଯୁକ୍ତ ପରଖାଯାଇ ପାରୁଥିବା ବୈଜ୍ଞାନିକ ସିଦ୍ଧାନ୍ତଅନୁମାନ ସହ ପ୍ରମାଣ କରାଯାଇପାରୁଥିବା ବ୍ୟବସ୍ଥା । ଏହା ଏକ ସୁବ୍ୟବସ୍ଥିତ ପ୍ରଣାଳୀ ଯାହାଦ୍ୱାରା ବିଶ୍ଵର ସମସ୍ତ ପଦାର୍ଥ ଓ ବସ୍ତୁମାନଙ୍କ ବିଷୟରେ ଆଲୋଚନା, ପରୀକ୍ଷା, ଗବେଷଣା, ଅନୁମାନ ଏବଂ ପଠନ କରାଯାଇଥାଏ । ଆଧୁନିକ ଯୁଗରେ ବିଜ୍ଞାନ କହିଲେ ସାଧାରଣତଃ କିଛି ଶିଖିବା ଶୈଳୀକୁ ବୁଝାଇଥାଏ ।

ପୁରା ପଢନ୍ତୁ...

ବଛା ଲେଖା

ଭାଇଓ ଇ ସିରିଜର ଏକ ଲାପଟପର ମଦରବୋର୍ଡ଼
ମାଇକ୍ରୋପ୍ରୋସେସରର ଉଦ୍ଭାବନ ପୂର୍ବରୁ, କମ୍ପ୍ୟୁଟର ଗୁଡିକ ବିଶାଳ କାର୍ଡ଼ର ଯନ୍ତା ଭଳି ବା ମେନଫ୍ରେମ ସହ ବହୁଗୁଡ଼ିଏ ତାର ଯୋଡ଼ା ହୋଇ ତିଆରି କରାଯାଉଥିଲା; ଯାହା ମଧ୍ୟରେ ଅନେକ ଗୁଡିଏ ଧାରକ(ସ୍ଲଟ) ରହୁଥିଲା। ପୁରାତନ ଗଠନ ପ୍ରଣାଳୀରେ ତାର ଗୁଡ଼ିକ ବିକ୍ଷିପ୍ତ ଅବସ୍ଥାରେ କାର୍ଡ଼ ଓ ପିନ ମାନଙ୍କୁ ସଂଯୋଗ କରୁଥିଲେ, କିନ୍ତୁ ଚିତ୍ରିତ ସର୍କିଟ ବୋର୍ଡ଼ ପରେ ମାନକ ହୋଇଗଲା। ସେଣ୍ଟ୍ରାଲ ପ୍ରୋସେସିଙ୍ଗ ୟୁନିଟ ବା କେନ୍ଦ୍ରୀୟ ସଂଗଣକ ବିଭାଗ (ସି.ପି.ୟୁ.), ମେମୋରୀ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଯନ୍ତ୍ରାଂଶ ଗୁଡ଼ିକ ଅଲଗା ଅଲଗା ଚିତ୍ରିତ ସର୍କିଟ ବୋର୍ଡ଼ରେ ଏକ ବଡ଼ ପ୍ଲେଟରେ ଲଗାଯାଉଥିଲା । ୧୯୮୦ ଓ ୧୯୯୦ ଦଶକରେ ବର୍ଦ୍ଧିଷ୍ଣୁ ଆନୁସଙ୍ଗିକ ଯନ୍ତ୍ରାଂଶ ପାଇଁ ମଦରବୋର୍ଡ଼ର ବ୍ୟବହାର ଆର୍ଥିକ ଦୃଷ୍ଟିରୁ ସହଜ ହୋଇଗଲା। ୧୯୮୦ ଦଶକର ଶେଷ ଭାଗରେ ମଦରବୋର୍ଡ଼ ଗୁଡ଼ିକରେ ଆଇ.ସି. (ଇଣ୍ଟିଗ୍ରେଟେଡ଼ ଚିପ)ର ବ୍ୟବହାର ପାଇଁ ସହିତ ସ୍ୱଳ୍ପ ବେଗ ବିଶିଷ୍ଟ ଆନୁସଙ୍ଗିକ ଯେପରିକି: କି ବୋର୍ଡ଼, ମାଉସ, ଫ୍ଲପି ଡିସ୍କ, ସିରିଆଲ ପୋର୍ଟ ଓ ପାରାଲେଲ ପୋର୍ଟ ଆଦି ସହଜରେ ସଂଯୁକ୍ତ କରାଯାଇପାରିଲା। ଏଥିସହିତ ୧୯୯୦ ଦଶକର ଶେଷ ଭାଗରେ ବ୍ୟକ୍ତିଗତ କମ୍ପୁଟର ଗୁଡ଼ିକରେ ସମସ୍ତ ଅଡ଼ିଓ ଏବଂ ଭିଡ଼ିଓ ସହିତ ନେଟୱାର୍କିଂ ର ସୁବିଧା କୌଣସି ବାହ୍ୟିକ ଆନୁସଙ୍ଗିକ କାର୍ଡ଼ ବ୍ୟବହାର ବିନା ମଧ୍ୟ ହୋଇପାରିଲା। ଆରମ୍ଭ ସମୟର କିଛି ମଦରବୋର୍ଡ଼ ବନାଉଥିବା କମ୍ପାନୀ ଗୁଡ଼ିକ ହେଲେ ମାଇକ୍ରୋନିକ୍ସ, ମାଇଲେକ୍ସ, ଆମେରିକାନ ମେଗାଟ୍ରେଣ୍ଡସ ଇନକର୍ପୋରେଟେଡ଼, ଅର୍ଚିଡ଼ ଟେକ୍ନୋଲୋଜି, ଇଲାଇଟ ଗ୍ରୁପ, ଡାଇମଣ୍ଡ ଫ୍ଲାଓର ଇନକର୍ପୋରେଟେଡ଼ ଏବଂ ଅନେକ ତାଇୱାନ ଦେଶୀୟ କମ୍ପାନୀ । ବହୁଳ ବ୍ୟବହାର ହେଉଥିବା ଆପଲ-୨ ଓ ଆଇ.ବି.ଏମ. ବ୍ୟକ୍ତିଗତ କମ୍ପୁଟର, ସଂପୂର୍ଣ୍ଣ ବିଷୟ ଜ୍ଞାନ ସହ ମଦରବୋର୍ଡ ବାହାର କରିବାରୁ, ପଛୁଆ-ଯାନ୍ତ୍ରିକ ବିଜ୍ଞାନ ସହାୟତାରେ ତୃତୀୟ ପକ୍ଷ ଅତି ଶିଘ୍ର ନୂଆ ମଦରବୋର୍ଡ଼ ବାହାର କରିପାରିଲେ। ଫଳରେ ଅନେକ ମଦରବୋର୍ଡ଼ ଗୁଡ଼ିକ ଉପଯୋଗିତା ମାନ ଉନ୍ନତ ହୋଇପାରିଲା ।
ଆହୁରି ଅନେକ ନିର୍ବାଚିତ ଲେଖା... ଅଧିକ ପଢନ୍ତୁ...


ବଛା ଜୀବନୀ

ମାଇକେଲ ଫାରାଡ଼େ
ମାଇକେଲ ଫାରାଡ଼େ
b. ୧୭୯୨/୧୮୬୭

ମାଇକେଲ ଫାରାଡ଼େ, ଇଂରେଜ ପଦାର୍ଥ ବିଜ୍ଞାନୀ ଏବଂ ରସାୟନବିଦ ଥିଲେ । ସେ ବିଦ୍ୟୁତ୍-ସ୍ରୋତ ର ଚୁମ୍ବକୀୟ ପ୍ରଭାବ ଆବିଷ୍କାର କରିଥିଲେ । ସେ ବିଦ୍ୟୁତ୍-ଚୁମ୍ବକୀୟ ପ୍ରେରଣ ର ଗବେଷଣା କରି ତାକୁ ନିୟମଭୁକ୍ତ କରିଥିଲେ । ଏହା ଦ୍ୱାରା ଡାଇନାମୋ ଏବଂ ବିଦ୍ୟୁତ୍ ମୋଟର ର ନିର୍ମାଣ ହୋଇଥିଲା । ପରେ 'ଗସ' (Gauss) ଙ୍କର ବିଦ୍ୟୁତ-ଚୁମ୍ବକତ୍ଵର ଚାରି ସମୀକରଣ ରେ ଫାରାଡ଼େଙ୍କର ଏହି ନିୟମ ମଧ୍ୟ ମିଶିଲା । ଫାରାଡ଼େ ବିଦ୍ୟୁତ୍ ରସାୟନ ଉପରେ ମଧ୍ୟ ଅନେକ ଗବେଷଣା କରିଥିଲେ ଏବଂ ଦୁଇଟି ନିୟମ ମଧ୍ୟ ଦେଇଥିଲେ ।

ଏହି ମହାନ ବୈଜ୍ଞାନିକଙ୍କର ଜନ୍ମ ୨୨ ସେପ୍ଟେମ୍ବର, ୧୭୯୧ ରେ ହୋଇଥିଲା । ତାଙ୍କ ପିତା ବହୁତ ଗରିବ ଥିଲେ ଓ କମାର କାମ କରୁଥିଲେ । ସେ ପେଷାଗତ ଜୀବନ ଲଣ୍ଡନରେ ବହିବନ୍ଧାଳୀ ଚାକିରୀରୁ ଆରମ୍ଭ କରିଥିଲେ । ସମୟ ମିଳିଲେ ସେ ରସାୟନ ଏବଂ ବିଦ୍ୟୁତ୍ ଆଧାରିତ ପୁସ୍ତକ ପଢୁଥିଲେ । ସନ୍ ୧୮୧୩ ରେ ପ୍ରସିଦ୍ଧ ରସାୟନବିଦ, ସାର୍ ହାମ୍ପ୍ରୀ ଡେଭୀଙ୍କର ଉଦବୋଧନ ଶୁଣିବାର ସୌଭାଗ୍ୟ ତାଙ୍କୁ ପ୍ରାପ୍ତ ହେଲା । ଏହି ଉଦବୋଧନ ଉପରେ ଟୀକା ଲେଖି ଫାରାଡ଼େ ଡେଭୀଙ୍କ ପାଖକୁ ପଠାଇଲେ । ସାର୍ ହାମ୍ପ୍ରୀ ଡେଭୀ ଏହି ଟୀକା ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହେଲେ ଓ ନିଜ ଗବେଷଣାଗାରରେ ତାଙ୍କୁ ସହଯୋଗୀ ରଖିଲେ । ଫାରାଡ଼େ ମନଧ୍ୟାନ ଦେଇ କାମ କଲେ ଓ ୧୮୩୩ ଖ୍ରୀଷ୍ଟାବ୍ଦରେ ରୟାଲ୍ ଇନ୍‌ଷ୍ଟିଚ୍ୟୁଟ୍ ରେ ରସାୟନ ଅଧ୍ୟାପକ ହେଲେ ।

ଆହୁରି ଅନେକ ନିର୍ବାଚିତ ଜୀବନୀ ପଢନ୍ତୁ... ଅଧିକ ପଢନ୍ତୁ...


ବଛା ଛବି

Credit: Simon Koopmann

An overhead power line is a structure used in electric power transmission and distribution to transmit electrical energy along large distances. It consists of one or more conductors suspended by towers or utility poles.

ଆହୁରି ଅନେକ ନିର୍ବାଚିତ ଛବି... ଅଧିକ ପଢନ୍ତୁ...



ଶ୍ରେଣୀ ଗୁଡ଼ିକ

ଆର୍ଯ୍ୟଭଟ୍ଟ
ଆର୍ଯ୍ୟଭଟ୍ଟ

ଆପଣ କିପରି ସହଯୋଗ କରିପାରିବେ

ପଦାର୍ଥ ବିଜ୍ଞାନ
ଶ୍ରେଣୀ:ପଦାର୍ଥ ବିଜ୍ଞାନ
ରସାୟନ ବିଜ୍ଞାନ
ଶ୍ରେଣୀ:ରସାୟନ ବିଜ୍ଞାନ
ଜୀବ ବିଜ୍ଞାନ
ଶ୍ରେଣୀ:ଜୀବ ବିଜ୍ଞାନ
ଚିକିତ୍ସା ବିଜ୍ଞାନ
ଶ୍ରେଣୀ:ଚିକିତ୍ସା ବିଜ୍ଞାନ
ବୈଷୟିକ ବିଜ୍ଞାନ
ଶ୍ରେଣୀ:ବୈଷୟିକ ବିଜ୍ଞାନ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ

ଉଇକିପ୍ରକଳ୍ପ ଗୁଡ଼ିକ

Purge server cache