ପୋର୍ଟାଲ:ବିଜ୍ଞାନ/Selected biography
Selected biography 1
ପୋର୍ଟାଲ:ବିଜ୍ଞାନ/Selected biography/1
ଥୋମାସ ଅଲଭା ଏଡ଼ିସନ b. ୧୮୪୭/୧୯୩୧ ଥୋମାସ ଆଲଭା ଏଡ଼ିସନ (English: Thomas Alva Edison) ଜଣେ ଆମେରିକୀୟ ଉଦ୍ଭାବକ, ବୈଜ୍ଞାନିକ ଓ ବାବସାୟୀ ଥିଲେ । ସେ ଅନେକ ଯନ୍ତ୍ର ବାହାର କରିଥିଲେ ଯାହାକି ସାରା ବିଶ୍ଵଜୀବନକୁ ବହୁତ ପ୍ରଭାବିତ କରିଥିଲା । ଫୋନୋଗ୍ରାଫ , ଚଳଚ୍ଚିତ୍ର କ୍ୟାମେରା , ବହୁତ ଦିନ ଚାଲିପାରୁଥିବା ବିଦ୍ୟୁତ ବଲ୍ବ ଇତ୍ୟାଦି ତାଙ୍କରି ଅବଦାନ । ଜଣେ ଖବରକାଗଜ ସାମ୍ବାଦିକ ତାଙ୍କୁ ମେନଲୋପାର୍କର (ଏବେ ଏଡ଼ିସନ, ନିଉ ଜର୍ସି) ଯାଦୁକର ଭାବେ ସମ୍ବୋଧନା କରିଥିଲେ । ସେ ପ୍ରଥମ ଉଦ୍ଭାବକ ଥିଲେ ଯିଏକି ସମୂହ ଉତ୍ପାଦନର ତତ୍ତ୍ଵ (the principles of mass production) ଓ ବହୁ ପରିମାଣରେ ଏକତ୍ର କାମ କରି(large-scale teamwork) ଉଦ୍ଭାବନ କରିବା ସୂତ୍ର ବ୍ୟବହାର କରିଥିଲେ । ଏଣୁ ତାଙ୍କୁ ପ୍ରଥମ ଶିଳ୍ପ ଭିତ୍ତିକ ଗବେଷଣାଗାରର ନିର୍ମାତା ବୋଲି ମଧ୍ୟ କୁହାଯାଏ । |
Selected biography 2
ପୋର୍ଟାଲ:ବିଜ୍ଞାନ/Selected biography/2
ମାଇକେଲ ଫାରାଡ଼େ b. ୧୭୯୨/୧୮୬୭ ମାଇକେଲ ଫାରାଡ଼େ, ଇଂରେଜ ପଦାର୍ଥ ବିଜ୍ଞାନୀ ଏବଂ ରସାୟନବିଦ ଥିଲେ । ସେ ବିଦ୍ୟୁତ୍-ସ୍ରୋତ ର ଚୁମ୍ବକୀୟ ପ୍ରଭାବ ଆବିଷ୍କାର କରିଥିଲେ । ସେ ବିଦ୍ୟୁତ୍-ଚୁମ୍ବକୀୟ ପ୍ରେରଣ ର ଗବେଷଣା କରି ତାକୁ ନିୟମଭୁକ୍ତ କରିଥିଲେ । ଏହା ଦ୍ୱାରା ଡାଇନାମୋ ଏବଂ ବିଦ୍ୟୁତ୍ ମୋଟର ର ନିର୍ମାଣ ହୋଇଥିଲା । ପରେ 'ଗସ' (Gauss) ଙ୍କର ବିଦ୍ୟୁତ-ଚୁମ୍ବକତ୍ଵର ଚାରି ସମୀକରଣ ରେ ଫାରାଡ଼େଙ୍କର ଏହି ନିୟମ ମଧ୍ୟ ମିଶିଲା । ଫାରାଡ଼େ ବିଦ୍ୟୁତ୍ ରସାୟନ ଉପରେ ମଧ୍ୟ ଅନେକ ଗବେଷଣା କରିଥିଲେ ଏବଂ ଦୁଇଟି ନିୟମ ମଧ୍ୟ ଦେଇଥିଲେ । ଏହି ମହାନ ବୈଜ୍ଞାନିକଙ୍କର ଜନ୍ମ ୨୨ ସେପ୍ଟେମ୍ବର, ୧୭୯୧ ରେ ହୋଇଥିଲା । ତାଙ୍କ ପିତା ବହୁତ ଗରିବ ଥିଲେ ଓ କମାର କାମ କରୁଥିଲେ । ସେ ପେଷାଗତ ଜୀବନ ଲଣ୍ଡନରେ ବହିବନ୍ଧାଳୀ ଚାକିରୀରୁ ଆରମ୍ଭ କରିଥିଲେ । ସମୟ ମିଳିଲେ ସେ ରସାୟନ ଏବଂ ବିଦ୍ୟୁତ୍ ଆଧାରିତ ପୁସ୍ତକ ପଢୁଥିଲେ । ସନ୍ ୧୮୧୩ ରେ ପ୍ରସିଦ୍ଧ ରସାୟନବିଦ, ସାର୍ ହାମ୍ପ୍ରୀ ଡେଭୀଙ୍କର ଉଦବୋଧନ ଶୁଣିବାର ସୌଭାଗ୍ୟ ତାଙ୍କୁ ପ୍ରାପ୍ତ ହେଲା । ଏହି ଉଦବୋଧନ ଉପରେ ଟୀକା ଲେଖି ଫାରାଡ଼େ ଡେଭୀଙ୍କ ପାଖକୁ ପଠାଇଲେ । ସାର୍ ହାମ୍ପ୍ରୀ ଡେଭୀ ଏହି ଟୀକା ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହେଲେ ଓ ନିଜ ଗବେଷଣାଗାରରେ ତାଙ୍କୁ ସହଯୋଗୀ ରଖିଲେ । ଫାରାଡ଼େ ମନଧ୍ୟାନ ଦେଇ କାମ କଲେ ଓ ୧୮୩୩ ଖ୍ରୀଷ୍ଟାବ୍ଦରେ ରୟାଲ୍ ଇନ୍ଷ୍ଟିଚ୍ୟୁଟ୍ ରେ ରସାୟନ ଅଧ୍ୟାପକ ହେଲେ । |
Selected biography 3
ପୋର୍ଟାଲ:ବିଜ୍ଞାନ/Selected biography/3
ଜେମ୍ସ ୱାଟ b. ୧୭୩୬/୧୮୧୯ ଜେମ୍ସ ୱାଟ ୱାଟ ହେଉଛନ୍ତି ଜଣେ ସ୍କଟଲ୍ୟାଣ୍ଡୀୟ ଉଦ୍ଭାବକ ଓ ଯନ୍ତ୍ର ବିଜ୍ଞାନୀ । ବାଷ୍ପଚାଳିତ ଯନ୍ତ୍ରରେ ସେ କରିଥିବା ଉନ୍ନତି ଶିଳ୍ପ ବିପ୍ଳବ ସମୟରେ ଏକ ନୂତନ ଦିଗ ଉନ୍ମୋଚନ କରିଥିଲା । ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ସେ ବାଷ୍ପଚାଳିତ ଯନ୍ତ୍ର ପ୍ରତି ଆଗ୍ରହୀ ହେଲେ । ସେ ଅନୁଭବ କଲେ ଯେ ତତ୍କାଳୀନ ଯନ୍ତ୍ର ଅନେକ ଶକ୍ତି ଅପଚୟ କରୁଛନ୍ତି । ସେ ଯନ୍ତ୍ରରେ ଏମିତି ପରିବର୍ତ୍ତନ କଲେ ଯାହା କାର୍ଯ୍ୟଦକ୍ଷତା ବଢାଇବା ସହ ଶକ୍ତି ମଧ୍ୟ ସଞ୍ଚୟ କଲା । ସେ ଅଶ୍ୱକ୍ଷମତା ଶବ୍ଦର ପ୍ରଚଳନ କରିଥିଲେ । ତାଙ୍କ ନାମାନୁସାରେ ଶକ୍ତିର ଏକକକୁ ୱାଟ କୁହାଯାଏ । |