ଥୋମାସ ଆଲଭା ଏଡ଼ିସନ
ଥୋମାସ ଆଲଭା ଏଡ଼ିସନ(English: Thomas Alva Edison) (ଫେବୃଆରୀ ୧୧, ୧୮୪୭ – ଅକ୍ଟୋବର ୧୮, ୧୯୩୧) ଜଣେ ଆମେରିକୀୟ ଉଦ୍ଭାବକ, ବୈଜ୍ଞାନିକ ଓ ବାବସାୟୀ ଥିଲେ । ସେ ଅନେକ ଯନ୍ତ୍ର ବାହାର କରିଥିଲେ ଯାହାକି ସାରା ବିଶ୍ୱଜୀବନକୁ ବହୁତ ପ୍ରଭାବିତ କରିଥିଲା । ଫୋନୋଗ୍ରାଫ , ଚଳଚ୍ଚିତ୍ର କ୍ୟାମେରା , ବହୁତ ଦିନ ଚାଲିପାରୁଥିବା ବିଦ୍ୟୁତ ବଲ୍ବ ଇତ୍ୟାଦି ତାଙ୍କରି ଅବଦାନ[୧] । ଜଣେ ଖବରକାଗଜ ସାମ୍ବାଦିକ ତାଙ୍କୁ ମେନଲୋପାର୍କର (ଏବେ ଏଡ଼ିସନ, ନିଉ ଜର୍ସି) ଯାଦୁକର ଭାବେ ସମ୍ବୋଧନା କରିଥିଲେ । ସେ ପ୍ରଥମ ଉଦ୍ଭାବକ ଥିଲେ ଯିଏକି ସମୂହ ଉତ୍ପାଦନର ତତ୍ତ୍ୱ (the principles of mass production) ଓ ବହୁ ପରିମାଣରେ ଏକତ୍ର କାମ କରି(large-scale teamwork) ଉଦ୍ଭାବନ କରିବା ସୂତ୍ର ବ୍ୟବହାର କରିଥିଲେ । ଏଣୁ ତାଙ୍କୁ ପ୍ରଥମ ଶିଳ୍ପ ଭିତ୍ତିକ ଗବେଷଣାଗାରର ନିର୍ମାତା ବୋଲି ମଧ୍ୟ କୁହାଯାଏ । [୨]
ଏଡ଼ିସନ ହେଉଛନ୍ତି ଇତିହାସର ୪ର୍ଥ ଶ୍ରେଷ୍ଠ ଉଦ୍ଭାବକ, ଯିଏ ତାଙ୍କ ନାମରେ ୧୦୯୩ଟି ଯୁକ୍ତରାଷ୍ଟ୍ର ପେଟେଣ୍ଟ ସହିତ ଯୁକ୍ତରାଜ୍ୟ, ଫ୍ରାନ୍ସ ଓ ଜର୍ମାନୀରେ ମଧ୍ୟ ଅନେକ ପେଟେଣ୍ଟ କରିଥିଲେ । ସେ ଯୋଗାଯୋଗ କ୍ଷେତ୍ରରେ ଅନେକ ଉଦ୍ଭାବନ କରିଥିଲେ, ବିଶେଷ ଭାବରେ ଦୂରସଞ୍ଚାର । ଏହା ଭିତରେ ଥିଲା ଷ୍ଟକ ଟିକର, ଯାନ୍ତ୍ରିକ ଭୋଟ ଗଣାଳୀ, ବିଦ୍ୟୁତ କାର ପାଇଁ ବ୍ୟାଟେରୀ, ବିଦ୍ୟୁତ ଶକ୍ତି, ମ୍ୟୁଜିକ ରେକର୍ଡ଼ ଏବଂ ମୋସନ ପିକ୍ଚର । ଜଣେ ଟେଲିଗ୍ରାଫ ଅପରେଟର ଭାବରେ କାମ କରୁଥିବା ସମୟରେ ସେ ଏ ସବୁ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିଲେ । ଏଡିସନ ପ୍ରଥମେ ବିଦ୍ୟୁତ ଶକ୍ତି ସୃଷ୍ଟି ଓ ଗୃହ, ବ୍ୟବସାୟ ଓ କାରଖାନା ପାଇଁ ବିତରଣ ବିଷୟରେ ଚିନ୍ତା କରିଥିଲେ । ତାଙ୍କ ପ୍ରଥମ ଶକ୍ତି କେନ୍ଦ୍ର ମ୍ୟାନହାଟନ୍ ଦ୍ୱୀପ, ନିଉୟର୍କରେ ଥିଲା ।
ବାଲ୍ୟ ଜୀବନ
ସମ୍ପାଦନାଥୋମାସ ଏଡ଼ିସନ ମିଲନ୍, ଓହିଓରେ ଜନ୍ମଗ୍ରହଣ କରିଥିଲେ ଓ ପୋର୍ଟ ହ୍ୟୁରନ, ମିଚିଗାନ୍ରେ ଲାଳିତପାଳିତ ହୋଇଥିଲେ । ସେ ସାମୁଏଲ ଓଗଡେନ ଏଡ଼ିସନ, ଜୁନିୟର (୧୮୦୪-୯୬ ମାର୍ସାଲ ଟାଉନ, ନୋଭା ସ୍କଟିଆ, କାନାଡ଼ାରେ ଜନ୍ମିତ) ଏବଂ ନାନସି ମାଥିଉଜ ଇଲିଅଟଙ୍କର (୧୮୧୦-୧୮୭୧ ଚେନାଙ୍ଗୋ କାଉଣ୍ଟି, ନିଉୟର୍କରେ ଜନ୍ମିତ) ସପ୍ତମ ତଥା ଶେଷ ସନ୍ତାନ ଥିଲେ । ୧୮୩୭ର ଅସଫଳ ମାକେଞ୍ଜି ବିଦ୍ରୋହରେ ସାମିଲ ଥିବାରୁ ତାଙ୍କ ପିତାଙ୍କୁ କାନାଡ଼ାରୁ ପଳାଇ ଆସିବାକୁ ପଡ଼ିଲା । ଏଡ଼ିସନ ନିଜକୁ ଡଚ ବଂଶଧର ବୋଲି ଭାବୁଥିଲେ ।
ବିଦ୍ୟାଳୟରେ ଶିଶୁ ଏଡ଼ିସନଙ୍କର ମୁଣ୍ଡ ସ୍ଥିର ରହୁନଥିଲା, ସେଥିପାଇଁ ତାଙ୍କ ଶିକ୍ଷକ, ରେଭେରେଣ୍ଡ ଏଙ୍ଗ୍ଲେ ତାଙ୍କୁ ପାଗେଳା ବୋଲି ଡାକୁଥିଲେ । ଏତିକିରେ ଏଡ଼ିସନଙ୍କର ତିନିମାସର ବିଦ୍ୟାଳୟ ପାଠ ଶେଷ ହେଲା । ଏଡ଼ିସନପରେ କହୁଥିଲେ, "ମୋ ମାଆ ମୋତେ ତିଆରି କରିଥିଲେ । ସେ ମୋ ଉପରେ ଏତେ ନିଶ୍ଚିତ ଥିଲେ, ଏତେ ଭରସା କରୁଥିଲେ ଯେ, ମୋତେ ଲାଗିଲା ମୋର ବଞ୍ଚିବାର କାରଣ ଅଛି, କେହି ଜଣକୁ ମୁଁ ଦୁଃଖୀ କରି ପାରିବିନି । ତାଙ୍କ ମାଆ ତାଙ୍କୁ ଘରେ ପଢ଼ାଉଥିଲେ । ତାଙ୍କର ଅଧିକାଂଶ ଶିକ୍ଷା ଆର.ଜି. ପାର୍କରଙ୍କର ସ୍କୁଲ ଅଫ ନାଚୁରାଲ ଫିଲୋସୋଫି ଓ ଦି କୁପର ୟୁନିଅନରୁ ଆସିଥିଲା ।
କର୍ମମୟ ଜୀବନର ପ୍ରାରମ୍ଭ
ସମ୍ପାଦନାଉଦ୍ଭାବନ ସମୂହ
ସମ୍ପାଦନାରାଜନୀତି ଓ ଧର୍ମ ସମ୍ପର୍କରେ ମତ
ସମ୍ପାଦନାଶେଷ ଜୀବନ
ସମ୍ପାଦନାଅଧିକ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ଥୋମାସ ଏଡିସନଙ୍କ ଉଦ୍ଭାବନ ସମୂହ
- ↑ "Walsh, Bryan. "The Electrifying Edison." Web: Time July 5, 2010". Archived from the original on July 18, 2009. Retrieved September 9, 2012.
ବାହାର ଲିଙ୍କ
ସମ୍ପାଦନାଥୋମାସ ଆଲଭା ଏଡ଼ିସନ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
- Menlo Park Museum and Edison Memorial Tower
- Thomas Edison National Historical Park (National Park Service)
- Edison exhibit and Menlo Park Laboratory at Henry Ford Museum
- Edison Museum
- Edison Depot Museum Archived 2002-10-07 at the Wayback Machine.
- Edison Birthplace Museum
- Thomas Edison House
- Information and media
- The Diary of Thomas Edison
- Edison's patent application for the light bulb at the National Archives.
- Jan. 4, 1903: Edison Fries an Elephant to Prove His Point – Wired (magazine) article about Edison's "macabre form of a series of animal electrocutions using AC."
- The Invention Factory: Thomas Edison's Laboratories
- Rutgers: Edison Papers
- Edisonian Museum Antique Electrics
- "Edison's Miracle of Light"
- Edison Innovation Foundation – Non-profit foundation supporting the legacy of Thomas Edison.
- The Illustrious Vagabonds Archived 2010-12-21 at the Wayback Machine.
- "The World's Greatest Inventor", October 1931, Popular Mechanics detailed, illustrated article
- 14 minutes "instructional" film with fictional elements The boyhood of Thomas Edison from 1964, produced by Coronet, published by archive.org
- Booknotes interview with Neil Baldwin on Edison: Inventing the Century, March 19, 1995.
- Booknotes interview with Jill Jonnes on Empires of Light: Edison, Tesla, Westinghouse and the Race to Electrify the World, October 26, 2003.