ନରଟ୍ରିପ୍ଟିଲିନ
ନରଟ୍ରିପ୍ଟିଲିନ (ଇଂରାଜୀ ଭାଷାରେ Nortriptyline, ଏକ ବିକ୍ରୟ ନାମ ପାମେଲୋର/ Pamelor) ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀ, ନିଉରୋପାଥିକ ଯନ୍ତ୍ରଣା (neuropathic pain), ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର, ଧୂମ୍ରପାନ ବନ୍ଦ ଓ ଉଦ୍ବେଗ ଆଦି ରୋଗମାନଙ୍କ ଚିକିତ୍ସାରେ ବ୍ୟବହୃତ ହୁଏ ।[୨][୩] ଯୁବକମାନଙ୍କର ଅବସାଦ ଚିକିତ୍ସାରେ ଉପକାରୀ ହୁଏନାହିଁ ।[୩] ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର ରୋଗରେ ଏହା ଅଳ୍ପ ପସନ୍ଦର ଚିକିତ୍ସା । [୩] ପାଟିରେ ଏହି ଔଷଧ ଦିଆଯାଏ । [୩]
Clinical data | |
---|---|
Trade names | Pamelor, Noritren, Nortrilen, others |
Synonyms | Desitriptyline; ELF-101; E.L.F. 101; N-7048 |
AHFS/Drugs.com | monograph |
MedlinePlus | a682620 |
Pregnancy category | |
Routes of administration | By mouth |
Drug class | Tricyclic antidepressant (TCA) |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 32–79[୧] |
Protein binding | 92%[୧] |
Metabolism | Liver |
Metabolites | 10-E-Hydroxynortriptyline |
Elimination half-life | 18–44 hours (mean 30 hours)[୧] |
Excretion | Urine: 40%[୧] Feces: minor[୧] |
Identifiers | |
| |
CAS Number |
|
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.717 |
Chemical and physical data | |
Formula | C19H21N |
Molar mass | 263.384 g/mol |
3D model (JSmol) | |
| |
| |
(verify) |
ନରଟ୍ରିପ୍ଟିଲିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଷ୍କ ପାଟି, କୋଷ୍ଠକାଠିନ୍ୟ, ଝାପ୍ସା ଦୃଷ୍ଟି, ଠିଆରେ ଅଳ୍ପ ରକ୍ତଚାପ (low blood pressure with standing) ଓ ଦୁର୍ବଳତା ହୋଇପାରେ ।[୩] ସାଂଘାତିକ ପ୍ରତିକ୍ରିୟା ହେଲେ ବାତ (seizures), ୨୬ ବର୍ଷ ବୟସରୁ କମ ପିଲାଙ୍କ ଆତ୍ମହତ୍ୟା ପ୍ରବଣତା,ୟୁରିନାରି ରିଟେନସନ, ଗ୍ଲକୋମା, ମାନିଆ (mania) ଓ ଅନେକ ପ୍ରକାରର ହୃତପିଣ୍ଡ ସମସ୍ୟା ଉତ୍ପନ୍ନ ହୋଇପାରେ ।[୩] ଗର୍ଭାବସ୍ଥାରେ ଏହି ଔଷଧ ଦେଲେ ସମସ୍ୟା ସୃଷ୍ଟି ହୋଇପାରେ । [୩] କିନ୍ତୁ ସ୍ତନ୍ୟପାନ (breastfeeding) ସମୟରେ ଏହା ଅପେକ୍ଷାକୃତ ନିରାପଦ ଥିବା ଜଣାଯାଏ ।[୨] ଏହା ଏକ ଟ୍ରାଇସାଇକ୍ଲିକ ଆଣ୍ଟିଡେପ୍ରେସାଣ୍ଟ (tricyclic antidepressant ) ଓ ଏହା ସେରୋଟୋନିନ (serotonin) ଓ ନରଏପିନେଫ୍ରିନ (norepinephrine) ସ୍ତର ବଦଳ କରି କାର୍ଯ୍ୟକ୍ଷମ ହୋଇଥାଏ ।[୩]
ନରଟ୍ରିପ୍ଟିଲିନ ଡାକ୍ତରୀ ବ୍ୟବହାର ନିମନ୍ତେ ସନ ୧୯୬୪ରେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୨୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । [୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ହୋଲସେଲ ବାବଦ ଏକ ମାସରେ ପ୍ରାୟ ୪.୨୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୪] ସନ ୨୦୧୬ରେ ଏହାର ୩.୧ ପ୍ରେକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାର ୧୯୨ ସ୍ଥାନରେ ଥିଲା ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ Thomas L. Lemke; David A. Williams (24 January 2012). Foye's Principles of Medicinal Chemistry. Lippincott Williams & Wilkins. pp. 588–. ISBN 978-1-60913-345-0.
- ↑ ୨.୦ ୨.୧ ୨.୨ ୨.୩ British national formulary : BNF 76 (76 ed.). Pharmaceutical Press. 2018. p. 374. ISBN 9780857113382.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "Nortriptyline Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 22 March 2019.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2019". clincalc.com. Retrieved 26 February 2019.