ୟୁନାଇଟେଡ କିଙ୍ଗଡମ ଅଫ ଗ୍ରେଟ ବ୍ରିଟେନ ଆଣ୍ଡ ନର୍ଦନ ଆୟରଲ୍ୟାଣ୍ଡ, ସାଧାରଣତଃ ୟୁନାଇଟେଡ କିଙ୍ଗଡମ,[୧] [note ୧] ବା ବ୍ରିଟେନ[note ୨] ଏବଂ ଓଡ଼ିଆରେ ଯୁକ୍ତରାଜ୍ୟ ଭାବେ ଜଣାଶୁଣା (UK or U.K.), ଇଉରୋପୀୟ ମୂଳ ଭୂଖଣ୍ଡର ପଶ୍ଚିମ ଉପକୂଳରେ ଅବସ୍ଥିତ ଏକ ସାର୍ବଭୌମ ଦେଶ । ଯୁକ୍ତରାଜ୍ୟ ମଧ୍ୟରେ ଗ୍ରେଟ ବ୍ରିଟେନ ଦ୍ୱୀପ, ଆୟରଲ୍ୟାଣ୍ଡ ଦ୍ୱୀପର ଉତ୍ତରପୂର୍ବ ଭାଗ ଏବଂ ଅନେକ ଛୋଟ ଦ୍ୱୀପ ଅନ୍ତର୍ଭୁକ୍ତ ।[୨] ଉତ୍ତର ଆୟରଲ୍ୟାଣ୍ଡ ଓ ଆୟରଲ୍ୟାଣ୍ଡ ସାଧାରଣତନ୍ତ୍ର ମଝିରେ ସ୍ଥଳ ସୀମା ରହିଛି । ଏହାଛଡ଼ା ଯୁକ୍ତରାଜ୍ୟକୁ ଆଟଲାଣ୍ଟିକ ମହାସାଗର ଘେରିରହିଛି । ଏହାର ପୂର୍ବରେ ଉତ୍ତର ସମୁଦ୍ର (ନର୍ଥ ସି), ଦକ୍ଷିଣରେ ଇଂଲିଶ ଚ୍ୟାନେଲ ଏବଂ ଦକ୍ଷିଣ-ପଶ୍ଚିମରେ କେଲଟିକ ସାଗର ରହିଛି ଓ ତାହାର ବେଳା ବିଶ୍ୱର ୧୨ତମ ଦୀର୍ଘ ଉପକୂଳ । ଆଇରିସ ସାଗର ଗ୍ରେଟ ବ୍ରିଟେନ ଏବଂ ଆୟରଲ୍ୟାଣ୍ଡକୁ ଅଲଗା କରିଥାଏ । ଯୁକ୍ତରାଜ୍ୟର ମୋଟ କ୍ଷେତ୍ରଫଳ ୯୪,୦୦୦ square ମାଇଲ (୨୪୦,୦୦୦ କି.ମି.) ।

ଯୁକ୍ତରାଜ୍ୟର ଜାତୀୟ ପତାକା
ଯୁକ୍ତରାଜ୍ୟର ଅବସ୍ଥିତି

ଯୁକ୍ତରାଜ୍ୟ ଏକ ଏକକ ସଂସଦୀୟ ଗଣତନ୍ତ୍ର ଏବଂ ସାମ୍ବିଧାନିକ ରାଜତନ୍ତ୍ର[note ୩][୩][୪] ଏହାର ଶାସିକା ହେଲେ ରାଣୀ ଦ୍ୱିତୀୟ ଏଲିଜାବେଥ । ସେ ୧୯୫୨ ମସିହାରୁ ରାଜତ୍ବ କରିଆସିଛନ୍ତି ଓ ସେ ବିଶ୍ୱର ସବୁଠାରୁ ଅଧିକ ସମୟ ଧରି ଶାସନ କରିଥିବା ଶାସନମୁଖ୍ୟା ।[୫] ଯୁକ୍ତରାଜ୍ୟର ରାଜଧାନୀ ଲଣ୍ଡନ ବିଶ୍ୱସ୍ତରୀୟ ନଗର ଓ ଆର୍ଥିକ କେନ୍ଦ୍ର ଏବଂ ଏହାର ଲୋକସଂଖ୍ୟା ୧.୦୩ କୋଟି (୧୦.୩ ମିଲିୟନ) ।[୬] ଯୁକ୍ତରାଜ୍ୟ ଚାରୋଟି ଦେଶରେ ବିଭକ୍ତ: ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟରଲ୍ୟାଣ୍ଡ[୭] ସେମାନଙ୍କର ରାଜଧାନୀସବୁ ଯଥାକ୍ରମେ ଲଣ୍ଡନ, ଏଡିନବର୍ଗ, କାର୍ଡିଫ ଏବଂ ବେଲଫାଷ୍ଟ । ଇଂଲଣ୍ଡ ବ୍ୟତୀତ ବାକି ଦେଶଗୁଡ଼ିକର ନିଜ ସ୍ୱୟଂଶାସିତ ସରକାର ରହିଛି,[୮] । ପ୍ରତ୍ୟେକ ଦେଶର ଅଲଗା ଅଲଗା ଶାସନ କ୍ଷମତା ମଧ୍ୟ ରହିଛି ।[୯][୧୦] ଯୁକ୍ତରାଜ୍ୟର ଅନ୍ୟ ପ୍ରମୁଖ ସହରଗୁଡ଼ିକ ମଧ୍ୟରୁ ବର୍ମିଙ୍ଗହାମ, ଗ୍ଲାସଗୋ, ଲିଡ୍ସ, ଲିଭରପୁଲ ଏବଂ ମାଞ୍ଚେଷ୍ଟର ଅନ୍ୟତମ ।

ଟୀକାସମ୍ପାଦନ କରନ୍ତୁ

  1. Usage is mixed. The Guardian and Telegraph use Britain as a synonym for the United Kingdom. Some organisations, including the British Government, prefer to use Britain as shorthand for Great Britain
  2. Usage is mixed. The Guardian and Telegraph use Britain as a synonym for the United Kingdom. Some organisations, including the British Government, prefer to use Britain as shorthand for Great Britain
  3. The United Kingdom does not have a codified constitution but an unwritten one formed of Acts of Parliament, court judgments, traditions, and conventions.What is the UK Constitution?, The Constitution Unit of UCL, retrieved 6 February 2020

ଆଧାରସମ୍ପାଦନ କରନ୍ତୁ

  1. United Kingdom Permanent Committee on Geographical Names (May 2017). "Toponymic guidelines for the United Kingdom". GOV.UK. 10.2 Definitions. usually shortened to United Kingdom ... The abbreviation is UK or U.K.
  2. "Definition of Great Britain in English". Oxford University Press. Retrieved 29 October 2014. Great Britain is the name for the island that comprises England, Scotland and Wales, although the term is also used loosely to refer to the United Kingdom.
  3. The British Monarchy, "What is constitutional monarchy?". Retrieved 17 July 2013
  4. "United Kingdom" CIA The World Factbook]. Retrieved 17 July 2013
  5. PA (13 October 2016). "Queen takes over longest reign mantle after Thailand's King Bhumibol dies". AOL (UK). Retrieved 13 October 2016.
  6. The 30 Largest Urban Agglomerations Ranked by Population Size at Each Point in Time, 1950–2030, World Urbanization Prospects, the 2014 revision Archived 18 February 2015 at the Wayback Machine., Population Division of the United Nations Department of Economic and Social Affairs. Retrieved 22 February 2015.
  7. "Countries within a country". Prime Minister's Office. 10 January 2003. Archived from the original on 9 September 2008. Retrieved 8 March 2015.
  8. "Devolution of powers to Scotland, Wales and Northern Ireland". United Kingdom Government. Retrieved 17 April 2013. In a similar way to how the government is formed from members from the two Houses of Parliament, members of the devolved legislatures nominate ministers from among themselves to comprise executives, known as the devolved administrations...
  9. "Fall in UK university students". BBC News. 29 January 2009.
  10. "Country Overviews: United Kingdom". Transport Research Knowledge Centre. Archived from the original on 4 April 2010. Retrieved 28 March 2010.