ନୀର୍ଜା ଭନୋଟ

ଆମେରିକାନ ଉଡ଼ାଜାହାଜରେ ଫ୍ଲାଇଟ ସେବି
(Neerja Bhanotରୁ ଲେଉଟି ଆସିଛି)

ନୀର୍ଜା ଭନୋଟ (ପଞ୍ଜାବୀ: ਨੀਰਜਾ ਭਨੋਟ; ହିନ୍ଦୀ: नीरजा भनोट; ୭ ସେପ୍ଟେମ୍ବର ୧୯୬୩ - ୫ ସେପ୍ଟେମ୍ବର ୧୯୮୬)[୧][୨] ପାନ ଆମେରିକାନ ଓୟାର୍ଲ୍ଡ ଏୟାରଓୟେଜରେ ସେବିକା ଥିଲେ। ୧୯୮୬ ମସିହାରେ ୫ ଜଣ ଆତଙ୍କବାଦୀଙ୍କଠୁ ୧୦୦ ଜଣ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସେ ଗୁଳି ଖାଇଥିଲେ । Pan Am Flight 73ଟି ଆତଙ୍କବାଦୀଙ୍କଦ୍ୱାରା ଅପହରଣ କରାଯାଇଥିଲା । ମରଣୋତ୍ତର ଭାବେ ସେ ସାହସିକତା ପାଇଁ ଦିଆଯାଉଥିବା ଅଶୋକ ଚକ୍ର ପୁରସ୍କାର ପ୍ରାପ୍ତ କରିଥିବା ସବୁଠୁ କନିଷ୍ଠ ଭାରତୀୟ । ସେ ୩୭୯ ଜଣ ଯାତ୍ରୀଙ୍କ ମଧ୍ୟରୁ ୩୫୯ ଜଣଙ୍କୁ ବଞ୍ଚାଇ ପାରିଥିଲେ ଓ ଆପତ୍ତକାଳୀନ ଦ୍ୱାରଦ୍ୱାରା ଲୋକଙ୍କୁ ପଳାୟନ କରୁଥିବା ସମୟରେ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା । [୩]

ନୀର୍ଜା ଭାନୋଟ 

Neerja Bhanot
Born୭ ସେପ୍ଟେମ୍ବର ୧୯୬୩ 
ଚଣ୍ଡୀଗଡ଼ , ଭାରତ 
Died୫ ସେପ୍ଟେମ୍ବର ୧୯୮୬ (୨୨ ବର୍ଷ)
କରାଚି , ସିନ୍ଧ , ପାକିସ୍ତାନ
Nationalityଭାରତୀୟ
Known forPan Am Flight 73
Parent(s)ରମା ଭାନୋଟ 
ହରୀଶ ଭାନୋଟ
AwardsFull List

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା  ସମ୍ପାଦନା

ଭନୋଟଙ୍କ ଜନ୍ମ ଭାରତର ଚଣ୍ଡୀଗଡ଼ଠାରେ ହୋଇଥିଲା ମାତ୍ର ସେ ମୁମ୍ବାଇଠାରେ ପ୍ରତିପାଳିତ ହୋଇଥିଲେ । ବାପା ହରୀଶ ଭନୋଟ ମୁମ୍ବାଇରେ ସାମ୍ବାଦିକ ଥିଲେ ଓ ମାତା ରମା ଭନୋଟ ଗୃହିଣୀ ଥିଲେ । ସେ ମୁମ୍ବାଇରେ ମଡେଲିଙ୍ଗରେ ପେଷା ଆରମ୍ଭ କରିଥିଲେ ।[୪] ଅଭିନେତା ରାଜେଶ ଖାନ୍ନାଙ୍କ ସେ ବହୁତ ବଡ଼ ପ୍ରଶଂସକ ଥିଲେ ।

ପେଷା  ସମ୍ପାଦନା

ଭନୋଟ ପାନ ଆମେରିକାନ ଉଡ଼ାଜାହାଜରେ ଫ୍ଲାଇଟ ସେବିକା ଭାବେ ୧୯୮୫ରେ କାମ ଆରମ୍ଭ କରିଥିଲେ । ନୀର୍ଜାଙ୍କ ମଡେଲିଙ୍ଗ ପେଶା ମଧ୍ୟ ଖୁବ ଭଲ ଥିଲା । 

ସମ୍ମାନ  ସମ୍ପାଦନା

ଭନୋଟଙ୍କ ସାହସିକତା ପାଇଁ ଭାରତ ସରକାର ତାଙ୍କୁ ମରଣୋତ୍ତର ଭାବେ ଅଶୋକ ଚକ୍ର ସମ୍ମାନ ପ୍ରଦାନ କରିଥିଲେ । ଏହି ସମ୍ମାନ ପ୍ରାପ୍ତ କରିଥିବା ସେ ସବୁଠୁ କନିଷ୍ଠ ଭାରତୀୟ ଓ ପ୍ରଥମ ମହିଳା ଥିଲେ । [୫]

୨୦୦୪ ମସିହାରେ ଭାରତୀୟ ଡାକ ସେବା ନୀର୍ଜାଙ୍କ ବୀରତ୍ୱର ସମ୍ମାନରେ ତାଙ୍କ ଉପରେ ଆଧାରିତ ଏକ ଡାକ ଟିକଟ ଷ୍ଟାମ୍ପ ପ୍ରକାଶ କରିଥିଲା । [୬][୭]

ଲୋକପ୍ରିୟତାରେ ସମ୍ପାଦନା

  • ନିର୍ଜାଙ୍କ ଜୀବନୀକୁ ନେଇ ୨୦୧୬ରେ ଗୋଟିଏ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ।[୮]

ଆଧାର ସମ୍ପାଦନା

  1. Vij, Illa (13 November 1999). "Brave in life, brave in death". The Tribune. Tribune Trust.
  2. "'I saw Neerja being shot in the head' - Times of India". The Times of India. Retrieved 2016-12-03.
  3. Mohan, Megha (2016-03-31). "Inside a hijack: The unheard stories of the Pan Am 73 crew". BBC News (in ବ୍ରିଟିଶ୍‌ ଇଂରାଜୀ). Retrieved 2016-12-03. {{cite news}}: More than one of |accessdate= and |access-date= specified (help); More than one of |work= and |newspaper= specified (help)
  4. "'The Sky Was Her Limit". The Indian Express. Retrieved 2016-02-23.
  5. "Nominations invited for Neerja Bhanot Awards". The Indian Express. Indian Express Limited. 5 September 2006.
  6. "Stamp on Neerja released". The Tribune. Tribune Trust. 9 October 2004. {{cite news}}: More than one of |work= and |newspaper= specified (help)
  7. Jaffry, Nasir (4 January 2008). "Pak frees Pan Am hijack quartet". The Telegraph. ABP Group. {{cite news}}: More than one of |work= and |newspaper= specified (help)
  8. Verma, Sukanya. "Neerja: A fond tribute to a forgotten hero". Rediff (in ଇଂରାଜୀ). Retrieved 2023-08-20.