ଭାରତୀୟ ଡାକ ସେବା
ଭରତୀୟ ଡାକ ବିଭାଗ (Hindi: भारतीय डाक विभाग) ""ଇଣ୍ଡିଆ ପୋଷ୍ଟ ବ୍ୟାପାର ଚିହ୍ନରେ କାର୍ଯକରେ, ଏହା ଭାରତ ସରକାରଦ୍ୱାରା ଚାଳିତ ଭାରତର ଡାକ ସେବା ଅଟେ , ଭାରତରେ ବିଶେଷ କରି ଏହା ଡାକଘର କୁହାଯାଏ। ଭାରତୀୟ ଡାକ ସେବାରେ ୧୫୫,୩୩୩ଟି ଡାକଘର ଅଛି , ଓ ଏହା ବିଶ୍ୱରେ ବଣ୍ଟନ ହେଇଥିବା ଡାକ ସେବା ମଧ୍ଯରୁ ଏକ। ଭାରତୀୟ ଡାକ ସେବା ନିଜର ସେବା କେବଳ ସହରରେ ହି ନୁହେଁ ବରଂ ଦୂରବର୍ତ୍ତୀ ଜାଗାରେ ମଧ୍ଯ ସେବା ଯୋଗାଏ। ଭାରତୀୟ ଡାକ ସେବା କେବଳ ଚିଠି ଆଦାନ ପ୍ରଦାନ କରେନି ଏହା କାର୍ୟାଳୟ ସେବା , ବ୍ଯାଙ୍କ ସେବା ଏବଂ ଅତ୍ଯାଧିକ ସେବା ପ୍ରଦାନ କରେ।
ପ୍ରକାର | Agency of the Government of India |
---|---|
ଶିଳ୍ପ | Postal system |
ପ୍ରତିଷ୍ଠିତ ସ୍ଥାନ | 1764 |
ମୁଖ୍ୟ କାର୍ଯ୍ୟାଳୟ | New Delhi, Delhi, India |
ପ୍ରମୁଖ ବ୍ୟକ୍ତି | Ms Manjula Prashar, Director General |
Number of employees | 520,191 (2007[update])[୧] |
ୱେବ୍ସାଇଟ୍ | www.indiapost.gov.in |
ଭାରତୀୟ ଡାକ ସେବାର ଶାସନ ଓ ବ୍ଯବସ୍ଥା ସମ୍ପାଦନା
ଭାରତୀୟ ଡାକ ସେବା ଭାରତ ସରକାରଙ୍କ ସୁଚନା ଓ ଲୋକସଂପର୍କ ବିଭାଗ ଅଧିନ୍ନରେ ଆସୁଛି। ଭାରତୀୟ ଡାକ ସେବା ସଂସ୍ଥାର ଉଚ୍ଚ ସେବା ବିଭାଗଟି ହେଲା ଭାରତୀୟ ଡାକ ସେବା ବୋର୍ଡ। ଏହି ସଂସ୍ଥାରେ ଜଣେ ସଭାପତି ଓ ୬ ଜଣ ସଦସ୍ଯ ଅଛନ୍ତି। ଭାରତୀୟ ଡାକ ସେବାଟି ୨୨ ବିଭାଗରେ ବିଭାଜନ ହୋଇଛି, ପ୍ରତେକ ବିଭାଗ ମୁକ୍ଷ୍ଯ ଡାକ ମାହାପ୍ରବନ୍ଧକ ଅଟନ୍ତି। ପ୍ରତେକଟି ବିଭାଗ ବିଭିନ୍ନ ଭାଗରେ ବିଭାଜିତ ହୋଇଛି ଜାହାକି ବିଭିନ୍ନ ସ୍ତାନରେ ସେବା ପ୍ରଦାନ କରେ। ୨୨ଟି ବିଭାଗ ଛଡା ଏହାରେ ଭାରତୀୟ ଡାକ ନିଜର ଏକ ବିଭାଗ ଭାରତୀୟ ସୁରକ୍ଷା କରୁଥିବା ଯବାନମାନଙ୍କୁ ଦେଇଥାଏ।ଏହାର ସଭାପତି ସେହି ସ୍ଥାନରେ ଥିବା ମେଜର ଜେନେରାଲଙ୍କୁ ମିଳିଥାଏ।