ରାଜେଶ ଖାନ୍ନା
ରାଜେଶ ଖାନ୍ନା (୨୯ ଡିସେମ୍ବର ୧୯୪୨-୧୮ ଜୁଲାଇ ୨୦୧୨), ଭାରତର ଜଣେ ହିନ୍ଦୀ କଥାଚିତ୍ର ଅଭିନେତା, ପ୍ରଯୋଜକ ଓ ଜଣେ ରାଜନେତା ଥିଲେ । ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର କାକାଜୀ ଭାବେ ପରିଚିତ । ରାଜେଶ ବଲିଉଡ଼ର ପ୍ରଥମ ସୁପର୍ ଷ୍ଟାର ଥିଲେ ।[୧] ରାଜେଶଙ୍କର ପ୍ରକୃତ ନାମ ଯତିନ ଖାନ୍ନା । ରାଜେଶଙ୍କୁ ତାଙ୍କ ପିତାମାତାଙ୍କର ଜଣେ ସମ୍ପର୍କିୟ ପୌଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ ।[୨]
ରାଜେଶ ଖାନ୍ନା | |
---|---|
ଜନ୍ମ | ଯତିନ ଖାନ୍ନା ୨୯ ଡିସେମ୍ବର ୧୯୪୨ |
ମୃତ୍ୟୁ | ୧୮ ଜୁଲାଇ ୨୦୧୨ | (ବୟସ ୬୯)
ଅନ୍ୟ ନାମ | ଯତିନ ଖାନ୍ନା କାକା ଆର.କେ |
ବୃତ୍ତି | କଥାଚିତ୍ର ଅଭିନେତା ତଥା ପ୍ରଯୋଜକ |
ସକ୍ରିୟ ବର୍ଷ | ୧୯୬୬–୨୦୧୨ (ଅଭିନେତା)
୧୯୯୧–୧୯୯୬ (ରାଜନୀତି) ୧୯୭୧–୧୯୯୫ (ପ୍ରଯୋଜକ) |
ବୈବାହିକ-ସାଥୀ | ଡିମ୍ପଲ କପାଡିଆ (୧୯୭୩–୧୯୮୪) |
ସନ୍ତାନ | ଟ୍ୱିଙ୍କିଲ ଖାନ୍ନା ରିଙ୍କି ଖାନ୍ନା |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଛୋଟବେଳୁ ଅଭିନୟ କରିବାର ତାଙ୍କର ବହୁତ ଆଗ୍ରହ ଥିଲା । ସେ ସ୍କୁଲ ଓ କଲେଜ ସମୟରେ ଡ୍ରାମାରେ ଅଭିନୟ କରୁଥିଲେ । ୧୯୬୫ ମସିହାରେ ତାଙ୍କର ଭାଗ୍ୟର ଡୋରି ବଦଳିଯାଇଥିଲା । ସେହି ସମୟରେ "ୟୁନାଇଟେଡ୍ ପ୍ରଡ୍ୟୁସର ଏଣ୍ଡ ଫିଲ୍ମଫେୟାର" ପକ୍ଷରୁ ଅଭିନେତା ପାଇଁ "ଟାଲେଣ୍ଟ ହଣ୍ଟ"ରେ ଭାଗ ନେଇ ଶେଷ ୮ ଜଣଙ୍କ ମଧ୍ୟରେ ରହି ସମସ୍ତଙ୍କ ନଜରକୁ ଆସିଥିଲେ । ଏହାର ଗୋଟିଏ ବର୍ଷ ପରେ ଚେତନ ଆନନ୍ଦ ତାଙ୍କୁ ଆଖିର୍ ଖତ୍ ଚଳଚ୍ଚିତ୍ରରେ ପ୍ରଥମଥର ମୁଖ୍ୟଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ । ସେହିଠାରେ ହିଁ ତାଙ୍କ ନାମ ଯତିନରୁ ରାଜେଶକୁ ପରିବର୍ତ୍ତନ କରାଯାଇଥିଲା । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ପ୍ରାରମ୍ଭିକ ସମୟରେ ତାଙ୍କ ଫିଲ୍ମଗୁଡ଼ିକ ବିଶେଷ ସଫଳତା ଲାଭ କରିନ ଥିଲା । କିନ୍ତୁ ୧୯୬୯ରେ ନିର୍ମିତ "ଆରାଧନା" କଥାଚିତ୍ରରେ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କ ସହ ତାଙ୍କ ଅଭିନୟ ଦର୍ଶକଙ୍କ ମନକୁ କିଣି ନେଇଥିଲା । ଆରାଧନା ଫିଲ୍ମରର ବିପୁଳ ସଫଳତା ଥିଲା ରାଜେଶଙ୍କ କ୍ୟାରିଅରର ନିର୍ଣ୍ଣାୟକ ମୋଡ଼ । "ଆରାଧନା" କଥଚିତ୍ରରୁ ସେ ହେଲେ ସୁପରଷ୍ଟାର । ସେ ଅଭିନେତ୍ରୀ ହେମାମାଳିନୀଙ୍କ ସହ ସର୍ବାଧିକ ୧୫ଟି ରୋମାଣ୍ଟିକ ଫିଲ୍ମ କରିଥିଲେ । ଫିଲ୍ମ ଆନନ୍ଦରେ ସେ ଖୁବ ଉଚ୍ଚକୋଟୀର ଅଭିନୟ କରି ପ୍ରମାଣ କରିଦେଇଥିଲେ ଯେ,"ଫିଲ୍ମରେ ଜଣେ ଅଭିନେତା କାନ୍ଦିବାଟା ଦୁଃଖ ନୁହେଁ, ତାହାକୁ ଦେଖି ଯଦି ଦର୍ଶକ ଦେଖି କାନ୍ଦିବେ ତାହା ପ୍ରକୃତ ଦୁଃଖ" । ଫିଲ୍ମଟି ଦେଖିବାପରେ ଦର୍ଶକଙ୍କ କାନରେ ରାଜେଶଙ୍କ "ବାବୁମୁସାୟ" ଡାକଟି ସତେ ଯେମିତି ଗୁଞ୍ଜରିତ ହେଉଥିଲା । ଜୀବନ କାଳ ମଧ୍ୟରେ ସେ ୧୬୩ଟି କଥାଚିତ୍ରରେ ଅଭିନୟ କରିଛନ୍ତି । ସେଗୁଡିକ ମଧ୍ୟରେ ୧୦୬ଟି ଫିଲ୍ମରେ ମୂଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମ ଫେୟାର ଆୱାଡ ପାଇଁ ସେ ୧୪ ଥର ମନୋନୟନ ତାଲିକାରେ ସ୍ଥାନ ପାଇଥିବା ବେଳେ ତାଙ୍କୁ ୩ ଥର ଶ୍ରେଷ୍ଠ ଅଭିନେତା ପୁରସ୍କୃତ କରାଯାଇଥିଲା । ୨୦୦୫ରେ ତାଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା ।[୩] ଅଭିନେତ୍ରୀ ଅଞ୍ଜୁ ମହେନ୍ଦ୍ରୁଙ୍କ ସହ ତାଙ୍କର ୭ ବର୍ଷର ପ୍ରେମ ସମ୍ପର୍କ ରହିଥିଲା । ତାହା ତୁଟି ଯିବାପରେ ସେ ୧୯୭୩ ମସିହାରେ ହଠାତ ଅଭିନେତ୍ରୀ ଡିମ୍ପଲ କାପାଡ଼ିଆଙ୍କୁ ବିବାହ କରି ବଲିଉଡ଼ରେ ଚହଳ ସୃଷ୍ଟି କରିଥିଲେ । [୪] ତାଙ୍କ ଦୁଇ ଝିଅ ଟ୍ୱିଙ୍କିଲ ଓ ରିଙ୍କି । ଅଭିନେତା ଅକ୍ଷୟ କୁମାର ତାଙ୍କ ଜାମାତା ଓ ଟ୍ୱିଙ୍କିଲଙ୍କ ସ୍ୱାମୀ ।[୫] ୧୯୮୪ରେ ଡିମ୍ପଲଙ୍କ ସହ ମନୋମାଳିନ୍ୟ ଯୋଗୁଁ ପରସ୍ପର ଦୁରେଇଯାଇଥିଲେ । କିନ୍ତୁ ସେମାଙ୍କ ମଧ୍ୟରେ ବିବାହ ଉଚ୍ଛେଦ ହୋଇନଥିଲା ।
ରାଜେଶଙ୍କ ଅଭିନୀତ କଥାଚିତ୍ର
ସମ୍ପାଦନାରାଜନୀତି
ସମ୍ପାଦନାନବେ ଦଶକରେ ଅଭିନୟରୁ ଦୂରେଇ ରାଜେଶ ରାଜନୀତିରେ ପ୍ରବେଶ କରିଥିଲେ । ୧୯୯୨ରେ ସେ କଂଗ୍ରେସ ଟିକେଟରୁ 'ନୂଆ ଦିଲ୍ଲୀ' ଲୋକ ସଭା ଆସନରୁ ନିର୍ବାଚିତ ହେଇଥିଲେ ।[୭]
ଆଧାର
ସମ୍ପାଦନା- ↑ http://www.bbc.co.uk/news/world-asia-india-18881804
- ↑ http://m.indiatoday.in/story/rajesh-khanna-dead/1/208913.html
- ↑ http://www.awardsandshows.com/features/lifetime-achievement-award-64.html
- ↑ "ଆର୍କାଇଭ୍ କପି". Archived from the original on 2013-05-28. Retrieved 2012-07-21.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2012-06-23. Retrieved 2012-07-21.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2012-07-26. Retrieved 2012-07-21.
{{cite web}}
: Cite has empty unknown parameter:|1=
(help) - ↑ http://books.google.co.in/books?id=yInZdHn-pKoC&pg=PA493&hl=en#v=onepage&q&f=false
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରାଜେଶ ଖାନ୍ନା