ମ୍ୟୁକୋର୍ମାଇକୋସିସ୍
ମ୍ୟୁକୋରମାଇକୋସିସ୍, (ପୂର୍ବରୁ ଜାଇଗୋମାଇକୋସିସ୍ [୧] ନାମରେ ଜଣାଶୁଣା ଥିଲା ଏବଂ ଅଧୁନା କଳା ଫଙ୍ଗସ୍ ନାମରେ,[୩] ପରିଚିତ) ଏକ ଗୁରୁତର କବକ ବା ଫଙ୍ଗାଲ୍ ସଂକ୍ରମଣ ଯାହା ସାଧାରଣତଃ ସଂକ୍ରମଣ ସହିତ ମୁକାବିଲା କରିବାର କ୍ଷମତା କମ୍ ଥିବା ଲୋକମାନଙ୍କଠାରେ ହୁଏ | [୬] ଶରୀରର ସଂକ୍ରମିତ ଅଂଶ ଉପରେ ଏହାର ଲକ୍ଷଣ ନିର୍ଭର କରେ । ଏହା ସାଧାରଣତଃ ଅସ୍ଥି କୋଟର ବା ସାଇନସ୍ ଏବଂ ମସ୍ତିଷ୍କକୁ ସଂକ୍ରମିତ କରେ ଯାହା ଫଳରେ ନାକରୁ କ୍ଷରଣ ହୁଏ, ଗୋଟିଏ ପାର୍ଶ୍ୱ ମୁଖ ଫୁଲିଯାଏ ଓ ଯନ୍ତ୍ରଣା ହୁଏ, ମୁଣ୍ଡବିନ୍ଧା, ଜ୍ୱର ଏବଂ ତନ୍ତୁ ମୃତ୍ୟୁ ହୁଏ | [୪] [୮] ଫୁସଫୁସ, ପେଟ ଏବଂ ଅନ୍ତନଳୀ ଏବଂ ଚର୍ମକୁ ମଧ୍ୟ ଏହି ରୋଗ ସଂକ୍ରମିତ କରିପାରେ।[୮]
Mucormycosis | |
---|---|
Zygomycosis,[୧] black fungus[୨][୩] | |
ବିଭାଗ | Infectious disease |
ଲକ୍ଷଣ | Runny nose, black area of skin, facial swelling, headache, fever, cough[୪][୫] |
କାରଣ | Fungi of the Mucorales type[୧] |
ବିପଦ କାରକ | Diabetes, HIV/AIDS, lymphoma, iron overload, organ transplant, long-term steroids[୬] |
ରୋଗ ନିର୍ଣ୍ଣୟ ପଦ୍ଧତି | Biopsy, culture[୪] |
ସଠିକ ରୋଗ ନିର୍ଣ୍ଣୟ | Orbital cellulitis, cavernous sinus thrombosis, aspergillosis[୬] |
ପ୍ରତିକାର | Face masks, avoiding contact with soil or water-damaged buildings[୭] |
ଚିକିତ୍ସା | Amphotericin B, surgical debridement[୧] |
ପୁନଃପୌନିକ | Rare[୧] |
ସାଧାରଣତଃ ପ୍ରଶ୍ୱାସରେ ନେବା ଯୋଗୁ, ଦୂଷିତ ଖାଦ୍ୟ ଖାଇବା କିମ୍ବା ଖୋଲା କ୍ଷତରେ ମୁକୋରାଲେସ୍ ପ୍ରକାରର ଲୋଲ୍ଡ ବା ଛାଞ୍ଚଦ୍ୱାରା ବିସ୍ତାର ପ୍ରାପ୍ତ ହୁଏ | [୯] ଏହି କବକଗୁଡିକ ସାଧାରଣତଃ ପଚା ଫଳ ଏବଂ ପନିପରିବା, ପତ୍ର ଏବଂ ପଶୁ ଖତରେ ଥାଏ | ଏହା ଲୋକମାନଙ୍କ ପରସ୍ପର ମଧ୍ୟରେ ସଂକ୍ରମିତ ହୁଏ ନାହିଁ | ମଧୁମେହ, ଲିମ୍ଫୋମା, ଅଙ୍ଗ ପ୍ରତିରୋପଣ, ଆଇରନ୍ ଓଭରଲୋଡ୍, ଏଚ୍.ଆଇ.ଭି / ଏଡସ୍ ଏବଂ ଦୀର୍ଘକାଳୀନ ଷ୍ଟୋରଏଡ ବ୍ୟବହାର କିମ୍ବା ଇମ୍ୟୁନୋସପ୍ରେସାଣ୍ଟ ବ୍ୟବହାର କରୁଥିବା ଲୋକଙ୍କର ଏହି ରୋଗ ସଙ୍କଟ ଥାଏ ।[୬] ବାୟୋପ୍ସି ଓ କଲଚରଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ଏବଂ ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ରୋଗର ପରିସୀମା ଓ ପରିମାଣ ନିର୍ଦ୍ଧାରଣ କରାଯାଏ ।[୪]
ଚିକିତ୍ସାରେ ସାଧାରଣତଃ ଆମ୍ଫୋଟେରାଇସିନ୍ ବି ଦିଆଯାଏ ଏବଂ ଅସ୍ତ୍ରୋପଚାର କରି କ୍ଷତରେ ଥିବା ଆବର୍ଜନା ନିଷ୍କାସନ କରାଯାଏ | [୧] ପ୍ରତିଷେଧ ନିମନ୍ତେ ଧୂଳିପୂର୍ଣ୍ଣ ଅଞ୍ଚଳରେ ଫେସ୍ ମାସ୍କ ପିନ୍ଧିବା, ଜଳ ନଷ୍ଟ କରୁଥିବା ଅଟ୍ଟାଳିକା ସହିତ ସମ୍ପର୍କକୁ ଏଡ଼ାଇବା ଏବଂ ବଗିଚା କିମ୍ବା କିଛି ବାହ୍ୟ କାର୍ଯ୍ୟ ସମୟରେ ଚର୍ମକୁ ମୃତ୍ତିକାର ସଂସ୍ପର୍ଶରେ ନ ଆସିବା ନିମନ୍ତେ ସୁରକ୍ଷା ଦେବା ଆବଶ୍ୟକ ହୁଏ ।[୭] ଏହା ଦ୍ରୁତଗତିରେ ଅଗ୍ରଗତି କରିବାକୁ ଲାଗେ ଏବଂ ପ୍ରାୟ ଅର୍ଦ୍ଧେକ ସଂଖ୍ୟକ ସାଇନସ୍ ରୋଗରେ ଏବଂ ବ୍ୟାପକ ସଂକ୍ରମଣର ପ୍ରାୟ ସମସ୍ତ କ୍ଷେତ୍ରରେ ସାଂଘାତିକ ସାବ୍ୟସ୍ତ ହୁଏ |
ସାନ ଫ୍ରାନ୍ସିସ୍କୋରେ ପ୍ରତି ଏକ ନିୟୁତ ଲୋକଙ୍କ ମଧ୍ୟରେ ୨ ଜଣକୁ ପ୍ରଭାବିତ କରିପାରୁଥିବା ମ୍ୟୁକୋରମାଇକୋସିସ୍ ଏକ ବିରଳ ରୋଗ ଅଟେ | [୧] ତଥାପି ଏହା ଭାରତରେ ପ୍ରାୟ ୮0 ଗୁଣ ଅଧିକ ହୁଏ ।[୧୦] ଅପରିପକ୍ୱ ଶିଶୁଙ୍କ ସମେତ ଯେ କୌଣସି ବୟସର ଲୋକମାନେ ଏହି ରୋଗଦ୍ୱାରା ପ୍ରଭାବିତ ହୋଇପାରନ୍ତି | [୧] ମ୍ୟୁକୋରମାଇକୋସିସ୍ ରୋଗର ପ୍ରଥମ ବର୍ଣ୍ଣନା ଫ୍ରିଡ୍ରିକ କୁସେନମେଇସ୍ଟର (Friedrich Küchenmeister) ୧୮୫୫ ମସିହାରେ କରିଥିଲେ ।[୧୧] ପ୍ରାକୃତିକ ବିପର୍ଯ୍ୟୟ ଯେପରିକି ୨୦୦୪ ଭାରତ ମହାସାଗରରେ ସୁନାମି ଏବଂ ୨୦୧୧ର ମିସୋରୀ ଘୂର୍ଣ୍ଣିବଳୟ ସମୟରେ ଏହି ରୋଗ ସାଧାରଣତଃ ଦେଖାଯାଏ | [୧୨] କୋଭିଡ-୧୯ ମହାମାରୀ ସମୟରେ ଅନେକ କ୍ଷେତ୍ରରେ ଇମ୍ୟୁନୋସପ୍ରେସିଭ ଚିକିତ୍ସା ଗ୍ରହଣ କରୁଥିବା ଲୋକମାନେ ଏହି ରୋଗର ଶିକାର ହୋଇଥିବା ବିଷୟ ଡିସେମ୍ବର ୨୦୨୦ ମସିହାରେ ଭାରତରେ ରିପୋର୍ଟ ହୋଇଥିଲା [୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Mucormycosis". NORD (National Organization for Rare Disorders). Archived from the original on 14 May 2021. Retrieved 14 May 2021.
- ↑ Dyer, Owen (13 May 2021). "Covid-19: India sees record deaths as "black fungus" spreads fear" (PDF). British Medical Journal. 373 (1238). doi:10.1136/bmj.n1238.
- ↑ ୩.୦ ୩.୧ ୩.୨ Quarterly Current Affairs Vol. 4 - October to December 2020 for Competitive Exams. Vol. 4. Disha Publications. 2020. p. 173. ISBN 978-93-90486-29-8.
- ↑ ୪.୦ ୪.୧ ୪.୨ ୪.୩ Grossman, Marc E.; Fox, Lindy P.; Kovarik, Carrie; Rosenbach, Misha (2012). "1. Subcutaneous and deep mycoses: Zygomucosis/Mucormycosis". Cutaneous Manifestations of Infection in the Immunocompromised Host (in English) (2nd ed.). Springer. pp. 51–58. ISBN 978-1-4419-1577-1.
{{cite book}}
: CS1 maint: unrecognized language (link) - ↑ "Symptoms of Mucormycosis". www.cdc.gov (in ଆମେରିକୀୟ ଇଂରାଜୀ). 14 January 2021. Archived from the original on 14 May 2021. Retrieved 14 May 2021.
- ↑ ୬.୦ ୬.୧ ୬.୨ ୬.୩ Hernández, JL; Buckley, CJ (January 2021). "Mucormycosis". PMID 31335084.
{{cite journal}}
: Cite journal requires|journal=
(help) - ↑ ୭.୦ ୭.୧ "People at Risk For Mucormycosis and prevention". www.cdc.gov (in ଆମେରିକୀୟ ଇଂରାଜୀ). 2 February 2021. Archived from the original on 14 May 2021. Retrieved 14 May 2021.
- ↑ ୮.୦ ୮.୧ ଆଧାର ଭୁଲ: ଅଚଳ
<ref>
ଚିହ୍ନ;CDC2021Sym
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Reid, Gail; Lynch, Joseph P.; Fishbein, Michael C.; Clark, Nina M. (February 2020). "Mucormycosis". Seminars in Respiratory and Critical Care Medicine (in ଇଂରାଜୀ). 41 (1): 99–114. doi:10.1055/s-0039-3401992. ISSN 1098-9048. PMID 32000287.
- ↑ Skiada, Anna; Pavleas, Ioannis; Drogari-Apiranthitou, Maria (2 November 2020). "Epidemiology and Diagnosis of Mucormycosis: An Update". Journal of Fungi. 6 (4). doi:10.3390/jof6040265. ISSN 2309-608X. PMID 33147877.
{{cite journal}}
: CS1 maint: unflagged free DOI (link) - ↑ Chander, Jagdish (2018). "26. Mucormycosis". Textbook of Medical Mycology (in ଇଂରାଜୀ) (4th ed.). New Delhi: Jaypee Brothers Medical Publishers Ltd. pp. 534–596. ISBN 978-93-86261-83-0.
- ↑ Dannaoui, Eric; Lackner, Michaela (March 2020). "Special Issue: Mucorales and Mucormycosis". Journal of Fungi (in ଇଂରାଜୀ). 6 (1): 6. doi:10.3390/jof6010006.
{{cite journal}}
: CS1 maint: unflagged free DOI (link)