ଲିମ୍ଫୋମା
ଲିମ୍ଫୋମା (ଇଂରାଜୀରେ Lymphoma) ଏକ ରକ୍ତ ଜୀବକୋଷ ଅର୍ବୁଦ ଦଳର ସଦସ୍ୟ ଯାହା ଲିମ୍ଫୋସାଇଟରୁ ସୃଷ୍ଟି ହୁଏ ।[୧] ଏହାକୁ ବେଳେବେଳେ ଅର୍ବୁଦ ନ କହି କର୍କଟିୟ ବା କ୍ୟାନ୍ସେରସ କୁହାଯାଏ ।[୧] ଏହି ରୋଗରେ ଲସିକା ଗ୍ରନ୍ଥି ଯନ୍ତ୍ରଣା ନ ଥାଇ ବଢ଼ିଯାଏ, ଜ୍ୱର, ଝାଳ, କୁଣ୍ଡେଇ ହେବା, ଓଜନ ହ୍ରାସ, ଥକ୍କା ଲାଗିବା ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୨][୩] ରାତିରେ ସାଧାରଣତଃ ଝାଳ ବୁହେ ।[୨][୩]
ଲିମ୍ଫୋମା | |
---|---|
ବିଭାଗ | hematology[*], oncology[*] |
ଆଇସିଡ଼ି-୧୦ | C81.-C96. |
ଆଇସିଡ଼ି-୯-ସିଏମ୍ | 202.8 |
ଆଇସିଡ଼ି-ଓ | 9590–9999 |
ମେଡ଼ିସିନ-ପ୍ଲସ | 000580 000581 |
MeSH | D008223 |
ଦୁଇ ପ୍ରକାର ମୂଖ୍ୟ ଲିମ୍ଫୋମା ଦେଖାଯାଏ, ହଜକିନ ଲିମ୍ଫୋମା (ଏଚ.ଏଲ.) ଓ ନନ୍ ହଜକିନ ଲିମ୍ଫୋମା (ଏନ.ଏଚ.ଏଲ.)[୪] ଓ ଏହା ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ଦୁଇଟ ରୋଗ ମଲ୍ଟିପ୍ଲ ମାୟେଲୋମା ଓ ଇମ୍ମ୍ୟୁନୋପ୍ରୋଲିଫରେଟିଭ ଡିଜିଜକୁ ମିଶେଇଛନ୍ତି । [୫] ନନ୍ ହଜକିନ ଲିମ୍ଫୋମା ପ୍ରାୟ ୯୦ % ହୁଏ ଓ ଏହାର ଅନେକ ସବ-ଟାଇପ ଥାଏ ।[୪][୬] ହେମାଟୋପଏଟିକ ଓ ଲିମ୍ଫଏଡ ତନ୍ତୁ ନାମକ ଏକ ବଡ଼ ଦଳର ଅର୍ବୁଦର ଏହା ଏକ ଅଂଶ । [୭]
ଏପସ୍ଟେନ-ବାର ଭୁତାଣୁ ଓ ପରିବାରରେ ଅନ୍ୟ କେହି ରୋଗୀ ଥିଲେ ସଙ୍କଟଦାୟୀ ଅବସ୍ଥା ଉପୁଜେ । [୨] ଏନ.ଏଚ.ଏଲ. ନିମନ୍ତେ ସଙ୍କଟଦାୟୀଙ୍କର ନାମ ଅଟୋଇମ୍ମ୍ୟୁନ ରୋଗ, ଏଚ.ଆଇ.ଭି. ମାନବଟି ଲିମ୍ଫୋଟ୍ରପିକ ଭୁତାଣୁ, ଅଧିକ ମାଂସ ଓ ଚର୍ବି ଖାଦ୍ୟ, ଇମ୍ମ୍ୟୁନିଟି ନିରୋଧି ଔଷଧ ଓ କିଛି ପୋକମାରୀ ଔଷଧ । [୩] ରକ୍ତ, ପରିସ୍ରା ଓ ଅସ୍ଥି ମଜ୍ଜା ପରୀକ୍ଷା କରି ସାଧାରଣତଃ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୩] ଲସିକା ଗ୍ରନ୍ଥି ବାୟୋପ୍ସି କରିବା ଆବଶ୍ୟକ ହୋଇପାରେ ।[୨][୩] ମେଡିକାଲ ଇମେଜିଙ୍ଗ କରି କେଉଁଠାକୁ ଯାଇଛି ଜଣାଯାଏ ।[୨][୩] ଏହି ରୋଗ ଅନ୍ୟ ଅଙ୍ଗ ଯଥା ଫୁସଫୁସ, ଯକୃତ ଓ ମସ୍ତିଷ୍କକୁ ବ୍ୟାପିପାରେ ।[୨][୩]
ଏହି ରୋଗ ନିମନ୍ତେ କିଛି ସଂଯୁକ୍ତ ଚିକିତ୍ସା ଆବଶ୍ୟକ ହୁଏ ଯେପରିକି କେମୋଥେରାପି, ରାଡିଏସନ ଥେରାପି, ଟାର୍ଗେଟେଡ ଥେରାପି ଓ ଅପରେଶନ ।[୨][୩] ଏନ.ଏଚ.ଏଲ.ରେ ପ୍ରୋଟିନ ମିଶ୍ରିତ ରକ୍ତ ବହୁତ ଗାଢ଼ ଥିବାରୁ ପ୍ଲାଜମୋଫେରେସିସ ଦରକାର ହୁଏ ।[୩] କେତେକ ଟାଇପ ନିମନ୍ତେ ଦେଖା ଅପେକ୍ଷା ବିଧି ଯଥେଷ୍ଟ ହୁଏ ।[୩] କେତେକ ଟାଇପ ଆରୋଗ୍ୟ ହୋଇଯାଏ ।[୪] ଆମେରିକାରେ ଏଚ.ଏଲ.ର ମୋଟାମୋଟି ପାଞ୍ଚ ବର୍ଷିଆ ଆୟୁଷ ହାର ୮୫ %,[୮] ଓ ଏନ.ଏଚ.ଏଲ.ର ୬୯ % ।[୯] ସମ ୨୦୧୨ରେ ପୃଥିବୀରେ ୫୬୬,୦୦୦ ଲୋମ୍ଫୋମା ହୋଇଥିଲା ଓ ଏହି କାରଣରୁ ୩୦୫,୦୦୦ ଲୋକ ମରିଥିଲେ ।[୫] ସମୁଦାୟ କର୍କଟ ରୋଗର ଏହା ୩ରୁ ୪ % କିନ୍ତୁ ଦଳଗତ ଭାବେ ଏହା ସପ୍ତମ ସାଧାରଣ ରୋଗ ।[୫][୧୦] ପିଲାଙ୍କଠାରେ ଏହା ତୃତୀୟ ସାଧାରଣ କର୍କଟ ରୋଗ ।[୧୧] ବିକାଶଶୀଳ ଦେଶ ଅପେକ୍ଷା ବିକଶିତ ଦେଶମାନଙ୍କରେ ଏହି ରୋଗ ଅଧିକ ହୁଏ । [୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ Taylor, Elizabeth J. (2000). Dorland's Illustrated medical dictionary (29th ed.). Philadelphia: Saunders. p. 1038. ISBN 0721662544.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "General Information About Adult Hodgkin Lymphoma". National Cancer Institute. 2014-04-23. Retrieved 20 June 2014.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ "General Information About Adult Non-Hodgkin Lymphoma". National Cancer Institute. 2014-04-25. Retrieved 20 June 2014.
- ↑ ୪.୦ ୪.୧ ୪.୨ The Lymphoma Guide Information for Patients and Caregivers (PDF). 2013. Archived from the original (pdf) on 14 July 2014. Retrieved 20 June 2014.
{{cite book}}
:|website=
ignored (help) - ↑ ୫.୦ ୫.୧ ୫.୨ ୫.୩ World Cancer Report 2014. World Health Organization. 2014. pp. Chapter 5.13. ISBN 9283204298.
- ↑ "Lymphoma". NCI. Retrieved 13 June 2014.
- ↑ Vardiman, JW; Thiele, J; Arber, DA; Brunning, RD; Borowitz, MJ; Porwit, A; Harris, NL; Le Beau, MM; Hellström-Lindberg, E; Tefferi, A; Bloomfield, CD (Jul 30, 2009). "The 2008 revision of the World Health Organization (WHO) classification of myeloid neoplasms and acute leukemia: rationale and important changes". Blood. 114 (5): 937–51. doi:10.1182/blood-2009-03-209262. PMID 19357394.
- ↑ "Hodgkin Lymphoma—SEER Stat Fact Sheets". Seer.cancer.gov. Retrieved 2012-08-26.
- ↑ "SEER Stat Fact Sheets: Non-Hodgkin Lymphoma". NCI. Retrieved 18 June 2014.
- ↑ Marcus, Robert (2013). Lymphoma : pathology, diagnosis and treatment (Second ed.). p. 1. ISBN 9781107010598.
- ↑ Tepper, John E. Niederhuber, James O. Armitage, James H. Doroshow, Michael B. Kastan, Joel E. (2014). "Childhood lymphoma". Abeloff's clinical oncology (Fifth ed.). p. Chapter 97. ISBN 1455728659.
{{cite book}}
: CS1 maint: multiple names: authors list (link)