ଆସପର୍ଗିଲୋସିସ

ଏହା ସାଧାରଣ ଫିମ୍ପି ଆସପର୍ଗିଲସ ଜନିତ ଏକ କବକ ରୋଗ ।
(Aspergillosisରୁ ଲେଉଟି ଆସିଛି)

ଆସପର୍ଗିଲୋସିସ ହେଉଛି ସାଧାରଣ ଫିମ୍ପି ଆସପର୍ଗିଲସ ଜନିତ ଏକ କବକ ରୋଗ । [୫] ଏହାର ଅନେକ ପ୍ରକାର ଅଛି ଯଥା: ଆଲର୍ଜିକ ବ୍ରୋଙ୍କୋପୁଲମୋନାରି ଆସ୍ପର୍ଗିଲୋସିସ (ଏବିପିଏ), ଫୁସଫୁସର ପ୍ରଦାହ ଏବଂ ସଂକ୍ରମଣ ବିନା ଆଲର୍ଜି ଲକ୍ଷଣ; ଆସ୍ପର୍ଗିଲୋମା, ଫୁସଫୁସ କିମ୍ବା ସାଇନୁସରେ ଫଙ୍ଗସର ଏକ କ୍ଷେତ୍ର; କ୍ରନିକ୍ ଫୁସଫୁସ ଆସ୍ପର୍ଗିଲୋସିସ୍ (ସିପିଏ), ସଂକ୍ରମଣରୁ ଫୁସଫୁସ ମଧ୍ୟରେ ଏକ ଛେଦ ସୃଷ୍ଟି; ଆଲର୍ଜି ସାଇନୁସାଇଟିସ୍ ; ଚର୍ମର ସଂକ୍ରମଣ । [୬] ପ୍ରକାର ଉପରେ ରୋଗର ଲକ୍ଷଣ ନିର୍ଭର କରେ । [୧]

Aspergillosis
ଫାଇଲ:Aspergillosis (Radiopaedia 30275).JPG
Chest X-ray: widespread rounded lung nodules throughout both lungs
ଉଚ୍ଚାରଣ
ବିଭାଗInfectious disease
ଲକ୍ଷଣDepend on the type of disease[୧]
କାରଣAspergillus fumigatus, Aspergillus flavus, others[୨]
ବିପଦ କାରକLung disease, poor immune function[୩]
ସଠିକ ରୋଗ ନିର୍ଣ୍ଣୟMucormycosis, nocardiosis, pulmonary eosinophilia, other types of pneumonia[୩]
ଚିକିତ୍ସାAntifungal medication, surgery[୪]
ପୁନଃପୌନିକUncommon[୩]

ବାରମ୍ବାର ଜଡିତ ପ୍ରଜାତିଗୁଡିକ ହେଉଛି ଆସପର୍ଗିଲସ୍ ଫୁମିଗାଟସ୍ ଏବଂ ଆସପର୍ଗିଲସ୍ ଫ୍ଲାଭସ୍ । [୨] ଅଧିକାଂଶ ଲୋକ ପ୍ରତିଦିନ ଆସ୍ପର୍ଗିଲସ୍ ସ୍ପୋର ପ୍ରଶ୍ୱାସରେ ନେଇ ମଧ୍ୟ ଅସୁସ୍ଥ ହୁଅନ୍ତି ନାହିଁ । ଏହି ରୋଗ ସାଧାରଣତଃ କେବଳ ଫୁସଫୁସ ରୋଗ ଥିବା ଆଜମା, ସିଷ୍ଟିକ୍ ଫାଇବ୍ରୋସିସ୍, ସିଓପିଡି, କିମ୍ବା ଯକ୍ଷ୍ମା ରୋଗରେ ଦେଖାଯାଏ; କିମ୍ବା ଯେଉଁମାନେ ରୋଗ ପ୍ରତିରୋଧକ ଶକ୍ତି ଖରାପ ହେଉଥାଏ ଯେପରିକି କେମୋଥେରାପି, ଷ୍ଟେମ୍ ସେଲ୍ ପ୍ରତିରୋପଣ, ଏଚ୍.ଆଇ.ଭି/ ଡସ୍ କିମ୍ବା ଷ୍ଟେରଏଡର ଦୀର୍ଘକାଳୀନ ବ୍ୟବହାର କଲେ ଦେଖାଯାଏ । [୩] ଏହା ଲୋକଙ୍କ ମଧ୍ୟରେ ବିସ୍ତାର ହୁଏ ନାହିଁ। [୭] ମେଡିକାଲ ଇମେଜିଙ୍ଗ, ତନ୍ତୁ ବାୟୋପସି କିମ୍ବା ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଇପାରେ | [୮]

ଫୁସଫୁସ କିମ୍ବା ସାଇନୁସର ଆଲର୍ଜି ରୋଗର ଚିକିତ୍ସାରେ ଇଟ୍ରାକୋନାଜୋଲ ଏବଂ ଷ୍ଟେରଏଡ ବ୍ୟବହାର କରାଯାଇପାରେ। [୪] ଅସ୍ତ୍ରୋପଚାର କିମ୍ବା କବକରୋଧୀ ଔଷଧ ସହିତ ଆସ୍ପର୍ଗିଲୋମା ଚିକିତ୍ସା ହୋଇପାରେ । [୪] ଭୋରିକୋନାଜୋଲ, ଆମ୍ଫୋଟେରାଇସିନ୍ ବି କିମ୍ବା ପୋସାକୋନାଜୋଲ ପ୍ରୟୋଗ କରି ଆକ୍ରମଣକାରୀ ରୋଗର ଚିକିତ୍ସା କରାଯାଇପାରେ। [୪] ଆକ୍ରମଣକାରୀ ରୋଗରେ ୨୫ରୁ ୬୦% ରୋଗୀଙ୍କର ମୃତ୍ୟୁ ହୋଇପାରେ। [୯]

ଆସ୍ପର୍ଗିଲୋସିସ୍ ଏକ ଅସାଧାରଣ ରୋଗ । [୩] ଆଲର୍ଜି ବ୍ରୋଙ୍କୋପୁଲମୋନାରୀ ଆସ୍ପର୍ଗିଲୋସିସ୍ ରୋଗ ପ୍ରାୟ ୨.୫ ନିୟୁତ ଲୋକଙ୍କୁ ପ୍ରଭାବିତ କରୁଥିବା ଅନୁମାନ କରାଯାଉଥିବାବେଳେ କ୍ରନିକ୍ ଫୁସଫୁଲା ଆସ୍ପର୍ଗିଲୋସିସ୍ ବିଶ୍ୱରେ ପ୍ରାୟ ୩ ନିୟୁତ ଲୋକଙ୍କୁ ପ୍ରଭାବିତ କରିଥାଏ। [୩] ଡାକ୍ତରଖାନାରେ ରୋଗ ପ୍ରକୋପକୁ ଦଲିଲ କରାଯାଇଛି। [୧୦] ରୋଗର ଆକ୍ରମଣକାରୀ ପ୍ରକାରରେ ବର୍ଷକୁ ପ୍ରାୟ ୬୦୦,୦୦୦ ମୃତ୍ୟୁ ଘଟିଥିବାର ଆକଳନ କରାଯାଏ। [୯] ଏହା ପକ୍ଷୀ ଏବଂ ଅନ୍ୟ ପ୍ରାଣୀମାନଙ୍କୁ ପ୍ରଭାବିତ କରିପାରେ। [୧୧] ଏହି ଫିମ୍ପିକୁ ପ୍ରଥମେ ୧୭୨୯ ମସିହାରେ ଇଟାଲୀର ଏକ ପୁରୋହିତ ପିଅର ଆଣ୍ଟୋନିଓ ମିଚେଲି ପ୍ରଥମେ ବର୍ଣ୍ଣନା କରିଥିଲେ । [୧୨] [୧୩]

ଆଧାର ସମ୍ପାଦନା

  1. ୧.୦ ୧.୧ "Symptoms of Aspergillosis". www.cdc.gov (in ଆମେରିକୀୟ ଇଂରାଜୀ). CDC. 2 February 2021. Archived from the original on 18 June 2021. Retrieved 8 July 2021.
  2. ୨.୦ ୨.୧ Thornton, Christopher R. (2020). "1. Detection of the 'Big Five' mold killers of humans: Aspergillus, Fusarium, Lomentospora, Scedosporium and Mucormycetes". In Gadd, Geoffrey M.; Sariaslani, Sima (eds.). Advances in Applied Microbiology (in ଇଂରାଜୀ). Academic Press. pp. 1–7. ISBN 978-0-12-820703-1. Archived from the original on 2021-05-25. Retrieved 2021-05-25.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Aspergillosis". NORD (National Organization for Rare Disorders). Archived from the original on 26 May 2021. Retrieved 26 May 2021. {{cite web}}: |archive-date= / |archive-url= timestamp mismatch; 21 ମାର୍ଚ୍ଚ 2021 suggested (help)
  4. ୪.୦ ୪.୧ ୪.୨ ୪.୩ "Treatment for Aspergillosis". www.cdc.gov (in ଆମେରିକୀୟ ଇଂରାଜୀ). CDC. 27 January 2021. Archived from the original on 30 June 2021. Retrieved 8 July 2021.
  5. "Aspergillosis | Types of Fungal Diseases | Fungal Diseases". www.cdc.gov (in ଆମେରିକୀୟ ଇଂରାଜୀ). CDC. 10 May 2021. Archived from the original on 16 July 2021. Retrieved 7 July 2021.
  6. "About Aspergillosis". www.cdc.gov (in ଆମେରିକୀୟ ଇଂରାଜୀ). CDC. 2 February 2021. Archived from the original on 27 June 2021. Retrieved 8 July 2021.
  7. "Aspergillosis Risk & Prevention". www.cdc.gov (in ଆମେରିକୀୟ ଇଂରାଜୀ). 27 January 2021. Archived from the original on 31 May 2021. Retrieved 8 July 2021.
  8. "Diagnosis and Testing for Aspergillosis | Aspergillosis". www.cdc.gov (in ଆମେରିକୀୟ ଇଂରାଜୀ). 29 April 2021. Archived from the original on 28 June 2021. Retrieved 8 July 2021.
  9. ୯.୦ ୯.୧ Zhou, Xuedong; Li, Yuqing (6 January 2021). Atlas of Oral Microbiology: From Healthy Microflora to Disease (in ଇଂରାଜୀ). Springer Nature. p. 282. ISBN 978-981-15-7899-1. Archived from the original on 27 August 2021. Retrieved 8 July 2021.
  10. "Aspergillosis Statistics". www.cdc.gov (in ଆମେରିକୀୟ ଇଂରାଜୀ). 5 December 2019. Archived from the original on 13 May 2021. Retrieved 8 July 2021.
  11. Thomas, Nancy J.; Hunter, D. Bruce; Atkinson, Carter T. (9 January 2008). Infectious Diseases of Wild Birds (in ଇଂରାଜୀ). John Wiley & Sons. p. 364. ISBN 978-0-470-34436-1. Archived from the original on 27 August 2021. Retrieved 7 July 2021.
  12. "Etymologia: Aspergillus". Emerging Infectious Diseases. 12 (3): 415. March 2006. doi:10.3201/eid1203.ET1203. ISSN 1080-6040. PMC 3291468. Archived from the original on 2021-01-17. Retrieved 2021-07-08.
  13. Hospenthal, Duane R.; Rinaldi, Michael G. (12 May 2015). Diagnosis and Treatment of Fungal Infections (in ଇଂରାଜୀ). Springer. p. 129. ISBN 978-3-319-13090-3. Archived from the original on 27 August 2021. Retrieved 8 July 2021.