ମୃଣାଳ ସେନ
ମୃଣାଳ ସେନ (୧୪ ମଇ ୧୯୨୩ - ୩୦ ଡିସେମ୍ବର ୨୦୧୮) ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ । ସେ ଅନେକ ବଙ୍ଗଳା ଓ ଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ । ସାମାଜିକ ବିଷୟବସ୍ତୁକୁ ନେଇ କଳାତ୍ମକ ଚଳଚ୍ଚିତ୍ର ପ୍ରସ୍ତୁତି ଥିଲା ତାଙ୍କର ବୈଶିଷ୍ଟ୍ୟ । ସେ ବାମପନ୍ଥୀ ଦୃଷ୍ଟିଭଙ୍ଗୀର ସମର୍ଥକ ଥିଲେ । ତାଙ୍କୁ ବହୁବାର ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ପଦ୍ମଭୂଷଣ ଓ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି ।
ମୃଣାଳ ସେନ | |
---|---|
ଜନ୍ମ | |
ମୃତ୍ୟୁ | ୩୦ ଡିସେମ୍ବର ୨୦୧୮[୧] | (ବୟସ ୯୫)
ମୃତ୍ୟୁର କାରଣ | ହୃଦ୍ଘାତ |
ଜାତୀୟତା | ଭାରତୀୟ |
ବୃତ୍ତି | ଚଳଚ୍ଚିତ୍ର ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | ୧୯୫୫-୨୦୦୨ |
ବୈବାହିକ-ସାଥୀ | ଗୀତା ସୋମ |
ପୁରସ୍କାର | ପଦ୍ମ ଭୂଷଣ, ଦାଦାସାହେବ ଫାଲକେ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାମୃଣାଳ ୧୯୨୩ ମସିହାରେ ସେତେବେଳର ବେଙ୍ଗଲ ପ୍ରେସିଡେନସି ଓ ବର୍ତ୍ତମାନର ବଙ୍ଗଳାଦେଶର ଫରୀଦପୁରଠାରେ ଜନ୍ମଗ୍ରହଣ କରିଥିଲେ । କଲିକତାର ସ୍କଟିସ୍ ଚର୍ଚ୍ଚ କଲେଜ ଓ କଲିକତା ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଓ ସ୍ନାତକତ୍ତୋର ଶିକ୍ଷା ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଆନ୍ଦୋଳନ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସହିତ ଜଡ଼ିତ ରହିଥିଲେ । ଆଜୀବନ ମୁଖ୍ୟତଃ ଚଳଚ୍ଚିତ୍ର ଶିଳ୍ପ ସହିତ ଜଡ଼ିତ ରହିଥିଲେ ମଧ୍ୟ ଆଦ୍ୟଯୌବନରେ ତାଙ୍କୁ ମେଡିସିନ୍ ରିପ୍ରେଜେଣ୍ଟେଟିଭ କାମ ମଧ୍ୟ କରିବାକୁ ପଡ଼ିଥିଲା ।
ଚଳଚ୍ଚିତ୍ର ନିର୍ଦ୍ଦେଶନା
ସମ୍ପାଦନା୧୯୫୫ ମସିହାରେ ମୃଣାଳ ନିଜର ପ୍ରଥମ ବଙ୍ଗଳା ଚଳଚ୍ଚିତ୍ର "ରାତ ଭୋରେ" ନିର୍ମାଣ କରିଥିଲେ । ୧୯୬୭ ମସିହାରେ ସେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ମାଟିର ମଣିଷକୁ ନେଇ, ସମନାମରେ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ମାଟିର ମଣିଷ ଚଳଚ୍ଚିତ୍ରଟି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଏକ ନୂଆ ଦିଗଦର୍ଶନ ଦେଇଥିଲା । ଏହି ଚଳଚ୍ଚିତ୍ର ନିର୍ମାଣ ବେଳର ଅନୁଭୂତିକୁ ସେନ ନିଜ ଆତ୍ମଜୀବନୀ "ଅଲୱେଜ୍ ବିଙ୍ଗ୍ ବର୍ଣ୍ଣ୍"ରେ ଉଲ୍ଲେଖ କରିଛନ୍ତି । ୧୯୭୬ ମସିହାରେ ସେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଗଳ୍ପ "ଶିକାର"କୁ ନେଇ "ମୃଗୟା" ନାମକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।[୨]
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ପଦ୍ମ ଭୂଷଣ - ୧୯୮୧
- ଦାଦା ସାହେବ ଫାଲକେ ପୁରସ୍କାର - ୨୦୦୫
- ଜାତୀୟ ଚଳଚ୍ଚିତ୍ର ପୁରସ୍କାର (୧୮ ଥର)[୩]
ଆଧାର
ସମ୍ପାଦନା- ↑ Rakesh Sharma (December 30, 2018). "The Dadasaheb Phalke award-winning film director Mrinal Sen Passed away on Sunday at the age of 95". Bollywood Galiyara. BollywoodGaliyara.com. Archived from the original on January 1, 2019. Retrieved December 30, 2018.
- ↑ "ମନେ ରଖିବ ଓଡ଼ିଆ ସିନେମା". No. ସମ୍ବାଦ ୩୧/୧୨/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 31 December 2018.[permanent dead link]
- ↑ "ପରଲୋକରେ ମୃଣାଳ ସେନ୍". ସମ୍ବାଦ ୩୧/୧୨/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. Retrieved 31 December 2018.[permanent dead link]
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମୃଣାଳ ସେନ