ମାଲକାନଗିରି ଜିଲ୍ଲା
ମାଲକାନଗିରି ଜିଲ୍ଲା, ଓଡ଼ିଶାର ଦକ୍ଷିଣରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ମାଲକାନଗିରି ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।
ମାଲକାନଗିରି | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ନବରଙ୍ଗପୁର |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୨ଟି ଆସନ
|
Area | |
• ଜିଲ୍ଲା | 5791 km2 (2,236 sq mi) |
Population (୨୦୧୧) | |
• ଜିଲ୍ଲା | ୬୧୨୭୨୭ |
• Density | 106/km2 (270/sq mi) |
• Urban | ୪୮୮୩୬ |
• Rural | ୫୬୩୮୯୧ |
• ୬ ବର୍ଷରୁ କମ ଶିଶୁ | ୧୦୫୬୩୬ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୬୪ xxx |
ତାର (ଏସ୍.ଟି.ଡ଼ି) | ୦୬୮୬୧ |
ଯାନବାହାନ ପଞ୍ଚୀକରଣ | OD-30 |
Website | Official website |
ଇତିହାସ
ସମ୍ପାଦନା୧୯୯୨ମସିହା ଅକ୍ଟୋବର ୨ତାରିଖ ଦିନ ମାଲକାନଗିରି କୋରାପୁଟ ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାର ପରିଚୟ ପାଇଥିଲା
ଭୂଗୋଳ
ସମ୍ପାଦନାଓଡ଼ିଶାର ଦକ୍ଷିଣଭାଗରେ ଅବସ୍ଥିତ ମାଲକାନଗିରି ଜିଲ୍ଲାର ଆୟତନ ୫,୭୯୧ ବର୍ଗ କିମି
ଅବସ୍ଥିତି
ସମ୍ପାଦନା- ପୂର୍ବରେ : କୋରାପୁଟ ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶ ରାଜ୍ୟ
- ପଶ୍ଚିମରେ: ଛତିଶଗଡ଼ ରାଜ୍ୟ
- ଉତ୍ତରରେ : କୋରାପୁଟ ଜିଲ୍ଲା
- ଦକ୍ଷିଣରେ: ଆନ୍ଧ୍ର ପ୍ରଦେଶ ରାଜ୍ୟ ଅଛି
ଜନସଂଖ୍ୟା
ସମ୍ପାଦନା୨୦୧୧ ଜନଗଣନା [୧]ଅନୁସାରେ, ମାଲକାନଗିରି ଜିଲ୍ଲାର ଲୋକସଂଖ୍ୟା ୬,୧୨,୭୨୭ |
- ପୁରୁଷ: ୩,୦୩,୯୧୩
- ମହିଳା: ୩,୦୮,୮୧୪
- ଛ ବର୍ଷରୁ କମ: ୧,୦୫,୬୩୬
- ସାକ୍ଷରତା ହାର ୪୯.୪୯%
- ପୁରୁଷ: ୬୦.୨୯%
- ମହିଳା: ୩୮.୯୫%
ବଣ୍ଡା ଅଧିବାସୀ
ସମ୍ପାଦନାଖଇରପୁଟ ବ୍ଳକ ଅନ୍ତର୍ଗତ ୨ଟି ପଞ୍ଚାୟତର ୩୨ଟି ଗାଁରେ ପ୍ରାୟ ୫ହଜାର ବଣ୍ଡା ଜନଜାତିର ଲୋକ ବାସ କରୁଛନ୍ତି ବଣ୍ଡା ସମ୍ପ୍ରଦାୟ ପୃଥିବୀର ଆଦିମ ଅଧିବାସୀମାନଙ୍କ ମଧ୍ୟରୁ ଅନ୍ୟତମ କିମ୍ବଦନ୍ତୀ ଅନୁଯାୟୀ ତ୍ରେତୟା ଯୁଗରେ ଦେବୀ ସୀତା ଘାଟି ମୁଦୁଲିପଡ଼ାରେ ଥିବା ଏକ ଝରଣାରେ ସ୍ନାନ କଲାବେଳେ ବଣ୍ଡା ରମଣୀମାନେ ଦେଖି ହସି ଦେଇଥିଲେ ସୀତା ଏଥିରେ ଅପମାନିତ ଓ କ୍ରୋଧିତ ହୋଇ ଅଭିଶାପ ଦେଇଥିଲେ ଯେ, ତୁମେମାନେ ଜୀବନସାରା ଉଲଗ୍ନ ହୋଇ ରହିବ ଓ ତୁମ ମୁଣ୍ଡରେ କେଶ ରହିବ ନାହିଁ ଯୁଗ ଯୁଗ ଧରି ତୁମକୁ ଦେଖି ଲୋକ୍ ହସିବେ ସେହିଦିନଠାରୁ ବଣ୍ଡା ରମଣୀ ଲଣ୍ଡିତ ମସ୍ତକ ହୋଇ ଗଛର ଖଣ୍ଡିଏ ବକଳ, ବେକରେ ମାଳି ସହ ବିଭିନ୍ନ ଜଙ୍ଗଲ ଜାତୀୟ ସାମଗ୍ରୀରେ ସଜ୍ଜିତ ହୋଇଥାନ୍ତି
ପ୍ରଶାସନିକ ବିଭାଗ
ସମ୍ପାଦନା- ତହସିଲ: ୩ (ମାଲକାନଗିରି, ଚିତ୍ରକୋଣ୍ଡା ଓ ମୋଟୁ)
- ବ୍ଳକ: ୭ (କାଲିମେଳା, ଖଇରପୁଟ, କୋରୁକୋଣ୍ଡା, କୁଦୁମୁଲୁଗୁମା, ମାଲକାନଗିରି, ମାଥିଲି ଓ ପୋଡ଼ିଆ)
- ଗ୍ରାମପଞ୍ଚାୟତ:୧୦୮
- ଗ୍ରାମ:୯୨୮
ରାଜନୀତି
ସମ୍ପାଦନାଲୋକ ସଭା ନିର୍ବାଚନ ମଣ୍ଡଳୀ
ସମ୍ପାଦନାବିଧାନ ସଭା ନିର୍ବାଚନ ମଣ୍ଡଳୀ
ସମ୍ପାଦନାମାଲକାନଗିରି ଜିଲ୍ଲା ଅନ୍ତର୍ଗତ ୨ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଉଛି:
- ମାଲକାନଗିରି (୧୪୬)
- ଚିତ୍ରକୋଣ୍ଡା (୧୪୭)
ଶିକ୍ଷା
ସମ୍ପାଦନାପ୍ରାଥମିକ ବିଦ୍ୟାଳୟ ସଖ୍ୟା-୮୪୯ ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ସଖ୍ୟା-୩୯୧ ଉଛ ମାଧ୍ୟମିକ ବିଦ୍ୟାଳୟ-୧୩୧ ମହାବିଦ୍ୟାଳୟ-୧୨ ସରସ୍ୱତୀ ଶିଶୁ ମନ୍ଦିର-୧୩ ସରସ୍ୱତୀ ବିଦ୍ୟା ମନ୍ଦିର-୧୩
ପର୍ଯ୍ୟଟନ ସ୍ଥଳ
ସମ୍ପାଦନା- ବାଲିମେଳା
- ବଣ୍ଡାପର୍ବତ
- ଭୈରବୀ ମନ୍ଦିର
- ମୋଟୁ
- ସାତିଗୁଡ଼ା ନଦୀବନ୍ଧ
- ଅମ୍ମାକୁଣ୍ଡ
ଆଧାର
ସମ୍ପାଦନାଅଧିକ ତଥ୍ୟ
ସମ୍ପାଦନା- ମାଲକାନଗିରି ଜିଲ୍ଲାର ସରକାରୀ ପୃଷ୍ଠା
- 123orissaରେ ମାଲକାନଗିରି ଜିଲ୍ଲା Archived 2011-09-03 at the Wayback Machine.