ମହେଶ୍ୱର ବରାଡ଼
ଓଡ଼ିଆ ରାଜନୀତିଜ୍ଞ
(Maheswar Baradରୁ ଲେଉଟି ଆସିଛି)
ମହେଶ୍ୱର ବରାଡ଼ (୬ ଡିସେମ୍ବର ୧୯୨୪ – ୪ ଜୁଲାଇ ୨୦୧୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୭୭ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ମହେଶ୍ୱର ବରାଡ଼ | |
---|---|
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୫ | |
ପୂର୍ବ ଅଧିକାରୀ | ଉଦିତ ପ୍ରତାପ ଦେଓ |
ପର ଅଧିକାରୀ | ବିକ୍ରମ କେଶରୀ ଦେଓ |
ନିର୍ବାଚନ ମଣ୍ଡଳୀ | ଜୁନାଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୨ ଜୁନ ୧୯୨୪ |
ମୃତ୍ୟୁ | ୪ ଜୁଲାଇ ୨୦୧୩ | (ବୟସ ୮୯)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ପାର୍ବତୀ ବରାଡ଼ |
ବାପା/ବୋଉ | ଅର୍ଜୁନ ବରାଡ଼ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାମହେଶ୍ୱର ବରାଡ଼ ୧୯୨୪ ମସିହାର ଡିସେମ୍ବର ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅର୍ଜୁନ ବରାଡ଼ ଓ ପତ୍ନୀଙ୍କ ନାମ ପାର୍ବତୀ ବରାଡ଼ ।[୧]
ରାଜନୈତିକ ଜୀବନ
ସମ୍ପାଦନାମହେଶ୍ୱର ବରାଡ଼ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାମହେଶ୍ୱର ବରାଡ଼ ୨୦୧୩ ମସିହାର ଜୁଲାଇ ୪ ତାରିଖରେ ୮୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Maheswar Barad". odishaassembly.nic.in. Odisha Assembly. Retrieved 11 June 2021.